Advertisment

ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୦ ରନ କରିଥିଲା ।

author-image
Niranjan Mishra
ଅଦ୍ୟତନ ହୋଇଛି
Cameron Green got to his century

Cameron Green got to his century

ମୁମ୍ବାଇ : ଆଜି ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୦ ରନ କରିଥିଲା । ଦଳର ଦୁଇ ଓପନର ମୟଙ୍କ ଅଗ୍ରଓ୍ୱାଲ (୮୩ ରନ୍, ୪୬ ବଲ୍, ୮ ଚୌକା, ୪ ଛକା) ଓ ବିଭ୍ରାନ୍ତ ଶର୍ମା (୬୯ ରନ୍, ୪୭ ବଲ୍, ୨ ଛକା, ୯ ଚୌକା) ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ। ଉଭୟ ଓପନର ପ୍ରଥମ ଓ୍ୱିକେଟ୍ ଯୋଡ଼ିରେ ୧୪୦ ରନ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ଅନ୍ୟ ବ୍ୟାଟ୍ସମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଜଣକ ପରେ ଜଣେ ଆଉଟ୍ ହୋଇ ପାଭିଲିୟନ ଫେରି ଯାଇଥିଲେ।

ପ୍ରତିପକ୍ଷ ଦଳ ପକ୍ଷରୁ ଆକାଶ ମାଧୱାଲ ୪ଟି ଓ ଜୋରଦନ ଗୋଟିଏ ୱିକେଟ ନେଇଥିଲେ।

ମୁମ୍ବାଇ ଆଗରେ ୨୦୧ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ସନରାଇଜର୍ସ। ମୁମ୍ବାଇ ଚମତ୍କାର ଖେଳ ପ୍ରଦର୍ଶନ କରି ମାତ୍ର ୨ ଓ୍ୱିକେଟ ହରାଇ ୧୮ ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ କାମେରୁନ ଗ୍ରୀନ ମାତ୍ର ୪୭ଟି ବଲରେ ଅପରାଜିତ ବିସ୍ଫୋରକ ଶତକ(୮ଟି ଲେଖାଏଁ ଛକା ଓ ଚୌକା) ହାସଲ କରିଥିଲେ। ସେହିପରି ରୋହିତ ଶର୍ମା ୫୬ ରନ(୩୭ ବଲ୍, ୮ ଚୌକା, ଗୋଟିଏ ଛକା) କରିଥିଲେ। ସୂର୍ଯ୍ୟକୁମାର ଯାଦବ ଅପରାଜିତ ୨୫ ରନ୍(୧୬ ବଲ୍‌, ୪ ଚୌକା) ଓ ଇଶାନ କିଶନ ୧୪ ରନ୍ କରିଥିଲେ।

Advertisment

ପ୍ରତିପକ୍ଷ ବୋଲ୍‌ର ଭୁବନେଶ୍ୱର କୁମାର ଓ ମୟଙ୍ଗ ଡଗର ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ୧୪ଟି ମ୍ୟାଚ୍‌ରୁ ୮ଟି ବିଜୟ ଓ ୬ଟିରେ ପରାଜୟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି।

Cricket IPL