ishan-kishan
ବେଙ୍ଗାଲୁରୁ: ଭାରତର ଯୁବ ଉଦୀୟମାନ ୱିକେଟକିପର ବ୍ୟାଟର୍ ଈଶାନ୍ କିଶନଙ୍କ ଭାଗ୍ୟ ଫିଟି ଯାଇଛି। ଆଇପିଏଲର ୧୫ଶ ସଂସ୍କରଣରେ ଈଶାନଙ୍କ ଉପରେ ଟଙ୍କା ବର୍ଷା ହୋଇଛନ୍ତି। ଆଇପିଏଲ୍ ଇତିହାସରେ ସର୍ବାଧିକ ଟ୍ରଫି ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ଈଶାନ୍ କିଶନଙ୍କୁ ନିଜ ଟିମରେ ରଖିଛି। ନିଲାମ ପାଇଁ ରିଲିଜ୍ ହୋଇଥିବା ଈଶାନଙ୍କୁ ମୁମ୍ବାଇ ୧୫.୨୫ କୋଟି ଟଙ୍କାରେ କିଣି ନେଇଛି। ଈଶାନଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ଥିବା ବେଳେ ନିଲାମରେ ସେ ୭ଗୁଣାରୁ ଅଧିକ ଦରରେ ବିକ୍ରି ହୋଇଛନ୍ତି।
ଈଶାନଙ୍କୁ ନେବା ଆଗରୁ ମନ ବଳାଇ ସାରିଥିବା ମୁମ୍ବାଇ ପଛକୁ ହଟିନଥିଲା। ଈଶାନଙ୍କ ନେବା ପାଇଁ ମୁମ୍ବାଇ ବ୍ୟତୀତ ବାକି ଫ୍ରାଞ୍ଚାଇଜି ମଧ୍ୟ ଆଗ୍ରହ ଦେଖାଇଥିଲେ। କିନ୍ତୁ ମୁମ୍ବାଇ ତାଙ୍କୁ ନେବା ଅଡ଼ି ବସିଥିଲା। ଏହି କ୍ରମରେ ମୁମ୍ବାଇ ତାଙ୍କୁ ରେକର୍ଡ ଦରରେ କିଣି ନେଇଛି। ଆଇପିଏଲ୍ ଇତିହାସରେ ମୁମ୍ବାଇ କୌଣସି ଖେଳାଳିଙ୍କ ଲାଗି ୧୦ କୋଟିରୁ ଅଧିକ ଟଙ୍କାର ନିଲାମ ଡାକିନାହିଁ। ହେଲେ ଈଶାନଙ୍କୁ ନେବା ପାଇଁ ମୁମ୍ବାଇ ସବୁ କରିବାକୁ ପ୍ରସ୍ତୁତ ଥିଲା।
https://twitter.com/mipaltan/status/1492459552859561989?s=20&t=4YE5VCRKMTSe6ojJbZGHFg
ଈଶାନ୍ ମଧ୍ୟ ଚଳିତ ନିଲାମରେ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨ କୋଟି ଟଙ୍କାରେ କିଣିଥିଲା। ଏହାଛଡ଼ା ହର୍ଷଲ୍ ପଟେଲ ଓ ୱାନିନ୍ଦୁ ହସରଙ୍ଗାଙ୍କୁ ୧୦.୭୫ କୋଟି ଟଙ୍କା ଲେଖାଏରେ କିଣିଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)।
https://twitter.com/IPL/status/1492455131321073664?s=20&t=YTGImnusFhhvYBQx-pTOMg
ଅନ୍ୟ ୱିକେଟ୍ କିପରଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ପୁଣିଥରେ ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିବେ। ରାୟୁଡୁଙ୍କୁ ଚେନ୍ନାଇ ୬.୭୫ କୋଟି ଟଙ୍କାରେ କିଣିଛି। ତେବେ ୱେଷ୍ଟଇଣ୍ଡିଜର ଯୁବ ବ୍ୟାଟର୍ ନିକୋଲାସ୍ ପୁରନ୍ ସମସ୍ତଙ୍କୁ ସରପ୍ରାଇଜ୍ କରିଦେଇଛନ୍ତି। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୦.୭୫ କୋଟି ଟଙ୍କାରେ କିଣିଛି। ସେହିପରି ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କୁ ୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ ଏବଂ ଦିନେଶ କାର୍ତ୍ତିକଙ୍କୁ ୫.୫୦ କୋଟି ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ ପୁଣି କିଣିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/ishan-kishan.jpg)