Advertisment

ଶେଷରେ ରନ୍ ବର୍ଷା କଲେ ସାମ କୁରାନ ଓ ଜିତେଶ ଶର୍ମା; ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବଡ଼ ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୨୧୪ ରନ କରିଥିଲା ।

ଅଦ୍ୟତନ ହୋଇଛି
Sam Curran (c)

Sam Curran (c)

Advertisment

ମୁମ୍ବାଇ : ଆଜି ମୁମ୍ବାଇର ଓ୍ୱାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ । ଖେଳ ଶେଷ ଆଡ଼କୁ ସାମ କୁରାନ ଓ ଜିତେଶ ଶର୍ମା ରନ୍ ବର୍ଷା କରିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ବଡ଼ ଟାର୍ଗେଟ ଠିଆ ହୋଇଛି।

Advertisment

ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୨୧୪ ରନ କରିଥିଲା । ଦଳ ପକ୍ଷରୁ ୬ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସାମ କୁରାନ ୫୫ ରନ୍(୨୯ ବଲ୍, ୪ ଛକା, ୫ ଚୌକା), ପାଞ୍ଚ ନମ୍ବର ସ୍ଥାନରେ ଆସିଥିବା ହରପ୍ରିତ ସିଂ ଭାଟିଆ ୪୧ ରନ୍(୨୮ ବଲ୍, ୨ ଛକା, ୪ ଚୌକା), ପ୍ରଭସିମରନ ସିଂ ୨୬ ରନ୍(୧୭ ବଲ୍, ୨ ଛକା, ଗୋଟିଏ ଚୌକା), ଅଥର୍ବ ଟାଇଡ୍ ୨୯ ରନ(୧୭ ବଲ୍, ଗୋଟିଏ ଛକା, ୩ ଚୌକା) ଓ ଜିତେଶ ଶର୍ମା ୨୫ ରନ୍(୭ ବଲ୍, ୪ ଛକା) କରିଥିଲେ। ଶେଷ ଓଭର ଜିତେଶ ଶର୍ମା ମାତ୍ର ୭ଟି ବଲରୁ ୪ଟି ଛକା ମାରିଥିଲେ।

ମୁମ୍ବାଇ ପକ୍ଷରୁ କାମରୁନ ଗ୍ରୀନ ଓ ପିୟୁଷ ଚାଓ୍ୱଲା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ। ସେହିପରି ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡ୍ରଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। ପ୍ରଥମରୁ ଭଲ ବୋଲିଂ ନଜର ଆସିଥିଲେ ହେଁ ଶେଷ ଆଡକୁ ସମସ୍ତଙ୍କ ବୋଲିଂ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

Advertisment
IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe