Advertisment

ଆରସିବିକୁ ମାତ ଦେଇ ଜୁନିୟର ମାଲିଙ୍ଗାଙ୍କୁ କିଣିଲା ମୁମ୍ବାଇ

ତୁଶାରାଙ୍କୁ ନେବା ପାଇଁ ଅକ୍ସନ ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବେଶ ଉଦ୍ୟମ କରିଥିଲା। ହେଲେ ଶେଷରେ ମୁମ୍ବାଇ ଚମତ୍କାର ଢଙ୍ଗରେ ଆରସିବିକୁ ମାତ ଦେଇ ତୁଶାରାଙ୍କୁ କିଣିଛି।

author-image
Hemant Lenka
Mumbai

Mumbai

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ ମାଲିଙ୍ଗା ୨.୦। ଆଜି ଦୁବାଇରେ ଚାଲିଥିବା ଅକ୍ସନରେ ମୁମ୍ବାଇ ଶ୍ରୀଲଙ୍କା ପେସର ନୁୱାନ ତୁଶାରାଙ୍କୁ କିଣିଛି। ତୁଶାରାରେ କିମ୍ବଦନ୍ତୀ କ୍ରିକେଟର ଲସିତ ମାଲିଙ୍ଗାଙ୍କ ଭଳି ଆକ୍ସନରେ ବୋଲିଂ କରନ୍ତି। ଏଥିପାଇଁ ସେ ଜୁନିୟର ମାଲିଙ୍ଗା ଓ ମାଲିଙ୍ଗା ୨.୦ ଭାବେ ବେଶ ପରିଚତ।

Advertisment

ତାଙ୍କୁ ମୁମ୍ବାଇ ୪.୮ କୋଟି ଟଙ୍କାରେ କିଣିଛି। ତୁଶାରାଙ୍କୁ ନେବା ପାଇଁ ଅକ୍ସନ ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ବେଶ ଉଦ୍ୟମ କରିଥିଲା। ହେଲେ ଶେଷରେ ମୁମ୍ବାଇ ଚମତ୍କାର ଢଙ୍ଗରେ ଆରସିବିକୁ ମାତ ଦେଇ ତୁଶାରାଙ୍କୁ କିଣିଛି।

ଶ୍ରୀଲଙ୍କା ପାଇଁ ତୁଶାରା ଏଯାଏ ୫ଟି ଟି-୨୦ ଖେଳିଛନ୍ତି। ସେ ୧୭.୬୭ ହାରରେ ୮ ୱିକେଟ ଦଖଲ କରିଛନ୍ତି। ମାଲିଙ୍ଗାଙ୍କ ଭଳି ଷ୍ଟାଇଲରେ ବୋଲିଂ କରୁଥିବା ତୁଶାରାଙ୍କୁ ନେବା ପାଇଁ ପ୍ରଥମେ କୋଲକାତା ନାଇଡର୍ସ ଚେଷ୍ଟା କରିଥିଲା। ଆରସିବି ସହ ଦଳ ୧ କୋଟି ଟଙ୍କା ଯାଏ ନିଲାମ ଡାକିଥିଲା। କିନ୍ତୁ ଏହାପରେ କେକେଆର ନିଲାମୀରୁ ଓହରି ଯାଇଥିଲା।

Advertisment

ଏହାପରେ ଆକ୍ସନକୁ ଆସିଥିବା ମୁମ୍ବାଇ। ମୁମ୍ବାଇ ଓ ଆରସିବି ମଧ୍ୟ ୪.୮ କୋଟି ଯାଏ ଲଢ଼େଇ ହୋଇଥିଲା। ଶେଷରେ ମୁମ୍ବାଇ ତୁଶାରାଙ୍କୁ କିଣିଥିଲା।

ଏହାପୂର୍ବରୁ ମୁମ୍ବାଇ ଶ୍ରୀଲଙ୍କର ନ୍ୟତମ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କାଙ୍କୁ ୪.୬ କୋଟି ଟଙ୍କାରେ କିଣିଥିଲା। ମଧୁଶଙ୍କା ଭାରତରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ।

IPL IPL Dubai IPL Auction