Advertisment

କ୍ରିକେଟ ଇତିହାସରେ ପ୍ରଥମ: ଟି-୨୦ରେ ବିଶ୍ୱ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ କ୍ରମାଗତ ୩ଟି ମ୍ୟାଚ୍‌ ହାରିବା ପରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା।

Mumbai

Mumbai

Advertisment

ଆଇପିଏଲ ଟ୍ରଫି ୫ ଥର ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ରବିବାର ୱାଙ୍ଖେଡେ ଷ୍ଟାଡିୟମରେ ଇତିହାସ ରଚିଛି। ଟି-୨୦ କ୍ରିକେଟରେ ମୁମ୍ବାଇ ହାସଲ କରିଛି ୧୫୦ତମ ବିଜୟ। ଏତେ ସଂଖ୍ୟକ ବିଜୟ ହାସଲ କରିବାରେ ମୁମ୍ବାଇ ପ୍ରଥମ ଟିମ ବନିଛି। ବିଶ୍ୱର କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ଟିମ ଟି-୨୦ରେ ଏତେ ସଂଖ୍ୟକ ବିଜୟ ହାସଲ କରି ନାହାନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିଶ୍ୱ ରେକର୍ଡ କରିଛି। 

Advertisment

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ କ୍ରମାଗତ ୩ଟି ମ୍ୟାଚ୍‌ ହାରିବା ପରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ୨୩୫ ରନର ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ ୨୦ ଓଭରରେ ୮ ୱିକେଟ ହରାଇ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା।

ମୁମ୍ବାଇର ଏହି ୧୫୦ଟି ବିଜୟରେ ସୁପର ଓଭର ୱିନକୁ ସାମିଲ କରାଯାଇନାହିଁ। କେବଳ ଆଇପିଏଲ ଓ ବର୍ତ୍ତମାନ ବନ୍ଦ ହୋଇ ସାରିଥିବା ଚାମ୍ପିୟନ୍ସ ଲିଗ ଟି-୨୦ ବିଜୟକୁ ବିଚାରକୁ ନିଆଯାଇଛି।

Advertisment

ମୁମ୍ବାଇ ଇଣ୍ଡିଆନ୍ସ ୨୭୩ଟି ମ୍ୟାଚ୍‌ ଖେଳି ୧୫୦ଟିରେ ଜିତିଥିବା ବେଳେ ୧୧୭ଟି ହାରିଛି। ୨ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରି ନାହିଁ। ସୁପର ଓଭରରେ ଦଳ ଗୋଟିଏ ମ୍ୟାଚ୍‌ ହାରିଛି ଓ ଗୋଟିଏରେ ଜିତିଛି।

ସର୍ବାଧିକ ବିଜୟ ତାଲିକାରେ ଚେନ୍ନାଇ ସୁପର କିଙ୍ଗସ ୧୪୮ ବିଜୟ ସହ ଦ୍ୱିତୀୟ ସ୍ଥାନରେ ଅଛି। ଚେନ୍ନାଇ ୨୫୩ ଟି-୨୦ ମ୍ୟାଚ୍‌ ଖେଳି ୧୪୮ରେ ଜିତିଛି ଓ ୧୦୧ରେ ହାରିଛି। ୨ଟି ମ୍ୟାଚ୍‌ର ରେଜଲ୍ଟ ବାହାରି ପାରି ନାହିଁ। ଆଇପିଏଲ ଟ୍ରଫି ୫ଥର ଜିତିଥିବା ଚେନ୍ନାଇ ସୁପର ଓଭରରେ ୨ଟି ମ୍ୟାଚ୍‌ ହାରିଛି।

ତାଲିକାର ତୃତୀୟ ସ୍ଥାନରେ ଭାରତୀୟ ଟିମ ରହିଛି। ଟିମ ଇଣ୍ଡିଆର ୪ଟି ସୁପର ଓଭର ମ୍ୟାଚ୍‌କୁ ବାଦ ଦେଲେ ଦଳ ୨୧୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୧୪୦ଟିରେ ଜିତିଛି। ଭାରତର ୬ଟି ମ୍ୟାଚ୍‌ର ରେଜଲ୍ଟ ବାହାରି ପାରି ନାହିଁ। ଗୋଟିଏ ମ୍ୟାଚ୍‌ ଟାଇ ହୋଇଛି ଓ ଦଳ ୬୮ଟି ଟି-୨୦ରେ ହାରିଛି।

ୱାଙ୍ଖେଡେରେ ମୁମ୍ବାଇ ରବିବାର ତା’ର ୫୦ତମ ବିଜୟ ମଧ୍ୟ ହାସଲ କରିଛି। ଏହି ବିଜୟରେ ସୁପର ଓଭର ରେଜଲ୍ଟ ରହିଛି। କୌଣସି ଗୋଟିଏ ଭେନ୍ୟୁରେ ଏତେ ସଂଖ୍ୟକ ମ୍ୟାଚ୍‌ ଜିତିବା ପ୍ରଥମ ଘଟଣା। ଦ୍ୱିତୀୟ ସ୍ଥାନରେ କେକେଆର ରହିଛି। ଦଳ ଇଡେନ ଗାର୍ଡେନ୍ସରେ ୪୮ଟି ବିଜୟ ପାଇଛି। ଚେପକରେ ୪୭ ବିଜୟ ସହ ଚେନ୍ନାଇ ତୃତୀୟ ସ୍ଥାନରେ ଅଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁମ୍ବାଇ ଆଜି ଯାଏ ପ୍ରଥମେ ବ୍ୟାଟିଂ କରି ୧୪ ଥର ୨୦୦ରୁ ଅଧିକ ରନ କରିଛି। ୨୦୦ରୁ ଅଧିକ ରନ କରିଥିବା ସମସ୍ତ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି।

IPL Mumbai Indians IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe