Advertisment

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା: ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେନି ୨୦୨୪ ଆଇପିଏଲ!

ଆଇପିଏଲ୍ ଅକ୍ସନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଆସିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Hardik Pandya

Hardik Pandya

ଅପ୍ରତ୍ୟାଶିତ ଭାବେ ମୁମ୍ବାଇ ଇଣ୍ଡିଆନ୍‌ସର ଅଧିନାୟକ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆଉ ଏକ ଚକିତ କଲା ଭଳି ଖବର ଆସିଛି। ସେ କାଳେ ଆଗାମୀ ଆଇପିଏଲ୍‌ (IPL 2024) ଖେଳିବେ ନାହିଁ। ‘ଏନ୍‌ଡିଟିଭି’ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଏ ସମ୍ପର୍କିତ ଖବର ପ୍ରକାଶ କରିଛି।

Advertisment

ଏହି ରିପୋର୍ଟରେ କୁହାଯାଇଛି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନ ( ଆସନ୍ତା ଜାନୁଆରୀ ମାସରେ)ରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ୍ ଖେଳିବେ ନାହିଁ। ତା’ସହିତ ସେ ୨୦୨୪ ଆଇପିଏଲ ଖେଳିବେ କି ନାହିଁ, ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଗୋଇଠିରେ ଆଘାତ ଲାଗିଥିବା ଯୋଗୁ ସେ ଖେଳି ନପାରନ୍ତି ବୋଲି ଜଣାପଡ଼ିଛି।

ଯଦି ଏହା ସତ ହୋଇଥାଏ, ତା’ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଟିମ୍ ଇଣ୍ଡିଆ ପାଇଁ ମଧ୍ୟ ଏହା ଏକ ବଡ଼ ଝଟକା।

Advertisment

ଗତ ନଭେମ୍ବର ମାସରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଆହତ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଗତ ଅକ୍ଟୋବର ୧୯ରେ ପୁନେରେ ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ବେଳେ ଆହତ ହୋଇଥିଲେ ସେ। ତା’ପରେ ଆଉ ସେ କମ୍ ବ୍ୟାକ୍ କରିପାରି ନାହାନ୍ତି। ବିଶ୍ୱକପ୍ ପରେ ପରେ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟତ-ଟ୍ୱେଣ୍ଟି ସିରିଜ୍‌ରେ ସେ ଖେଳି ପାରି ନଥିଲେ କି ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ ହୋଇପାରି ନାହାନ୍ତି।

ଆଇପିଏଲ୍ ଅକ୍ସନ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ଆସିଥିଲେ। ସେ ମୁମ୍ବାଇ ଇଣ୍ଡିଆନ୍ସ ଫେରିବେ ବୋଲି ଖବର ପୂର୍ବରୁ ଶୁଣିବାକୁ ମିଳିଥିଲା। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ତାଙ୍କୁ ଅଧିନାୟକ ଘୋଷଣା କରିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ର ୭ଟି ସିଜିନ୍ ଖେଳିଥିଲେ। ୨୦୨୨ରେ ସେ ଗୁଜରାଟ ଟାଇଟନ୍ସକୁ ଯାଇ ଅଧିନାୟକ ହୋଇଥିଲେ। ସେହିବର୍ଷ ତାଙ୍କ ନେତୃତ୍ୱରେ ପ୍ରଥମ କରି ଆଇପିଏଲ୍ ଖେଳିଥିବା ଗୁଜରାଟ ଟାଇଟନ୍ସ ଚାମ୍ପିୟନ ହୋଇଥିଲା। ୨୦୨୩ ଆଇପିଏଲ୍‌ରେ ମଧ୍ୟ ଗୁଜରାଟ ଟାଇଟନ୍ସ ଫାଇନାଲକୁ ଯାଇଥିଲା। କିନ୍ତୁ ପରାସ୍ତ ହୋଇଯାଇଥିଲା।

IPL Hardik Pandya Mumbai Indians