Advertisment

ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପ୍ରମୁଖ ସଦସ୍ୟଙ୍କୁ କରୋନା

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାରି ଭିତରେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ କରୋନା ଭାଇରସର ଏଣ୍ଟ୍ରୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମର ୱିକେଟକିପିଂ ପରାମର୍ଶଦାତା କିରନ୍ ମୋରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋରେଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ସେ ଏବେ ଆଇସୋଲେସନରେ ଅଛନ୍ତି। ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି, […]

ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମର ପ୍ରମୁଖ ସଦସ୍ୟଙ୍କୁ କରୋନା

Rohit-sharma

Advertisment

ମୁମ୍ବାଇ: ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହାରି ଭିତରେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ କରୋନା ଭାଇରସର ଏଣ୍ଟ୍ରୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମର ୱିକେଟକିପିଂ ପରାମର୍ଶଦାତା କିରନ୍ ମୋରେ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋରେଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ସେ ଏବେ ଆଇସୋଲେସନରେ ଅଛନ୍ତି।

Advertisment

ଏ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି, ମୋରେଙ୍କ ଭିତରେ କୌଣସି ନାହିଁ ଏବଂ ସେ ନିଜକୁ ଆଇସୋଲେଟ୍ କରି ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଓ କିରନ ମୋରେ ବିସିସିଆଇ ହେଲଥ୍ ଗାଇଡଲାଇନର ପୂରା ଅନୁପାଳନ କରୁଛି। ମୁମ୍ବାଇର ମେଡିକାଲ୍ ଟିମ୍ ମୋରେଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ତା’ର ଫ୍ୟାନଙ୍କୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛି।

ଏହା ପୂର୍ବରୁ ଶନିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ୧୦ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ମଧ୍ୟ ଆଉ ତିନିଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। କେବଳ ଗ୍ରାଉଣ୍ଡ ଷ୍ଟାଫ୍ ନୁହନ୍ତି, କ୍ରିକେଟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କ୍ରିକେଟର୍ ଅକ୍ଷର ପଟେଲ, ନୀତୀଶ ରାଣା ଓ ଦେବଦତ୍ତ ପାଡିକଲ ପଜିଡିଭ୍ ଚିହ୍ନଟ ହୋଇଛନ୍ତି। ପାଡିକଲ ବର୍ତ୍ତମାନ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣର ଉଦଘାଟନୀ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଏହି ମ୍ୟାଚ୍ ଏପ୍ରିଲ୍ ୯ ତାରିଖରେ ଚେନ୍ନାଇରେ ଖେଳାଯିବ।

Advertisment

ସୂଚନାଯୋଗ୍ୟ, ଦେଶରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ରାଜ୍ୟରେ ଦୈନିକ ପାଖାପାଖି ୫୦ହଜାର ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୪୭,୨୮୮ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷକରି ରାଜଧାନୀ ମୁମ୍ବାଇର ସ୍ଥିତି ଅଧିକ ସାଙ୍ଘାତିକ ରହିଛି। କରୋନା ମାମଲା ଲଗାତର ବଢ଼ୁଥିବା ଦେଖି ମହାରାଷ୍ଟ୍ର ସରକାର ୱିକେଣ୍ଡ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe