Advertisment

ଚକମା ଖାଇଲା କେକେଆର, ହାରୁଥିବା ମ୍ୟାଚ ଜିିତିଲା ମୁମ୍ୱାଇ

ଚେନ୍ନାଇ: ଅନ୍ତିମ ୭ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ଚକମା ଦେଇ ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଜିତୁଥିବା ମ୍ୟାଚକୁ ମୁମ୍ୱାଇ ଇଣ୍ଡିଆନ୍ସ ହାତକୁ ଟେକିଦେଲା କେକେଆର। ଚଳିତ ଆଇପିଏଲ ସିଜନରେ ପ୍ରଥମ ମ୍ୟାଚ ହାରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ମ୍ୟାଚରେ ୧୦ ରନରେ କେକେଆରକୁ ହରାଇଛି। ଆଉ କୋଲକାତା ପ୍ରଥମ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ହାରିଛି। ଟସ୍ ହାରି କେକେଆର ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାଞ୍ଚ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଚକମା ଖାଇଲା କେକେଆର, ହାରୁଥିବା ମ୍ୟାଚ ଜିିତିଲା ମୁମ୍ୱାଇ

Mumbai Indians

ଚେନ୍ନାଇ: ଅନ୍ତିମ ୭ ଓଭରରେ କୋଲକାତା ନାଇଟ ରାଇଡର୍ସକୁ ଚକମା ଦେଇ ବାଜି ମାରିନେଲା ମୁମ୍ୱାଇ ଇଣ୍ଡିଆନ୍ସ। ଆଉ ଜିତୁଥିବା ମ୍ୟାଚକୁ ମୁମ୍ୱାଇ ଇଣ୍ଡିଆନ୍ସ ହାତକୁ ଟେକିଦେଲା କେକେଆର। ଚଳିତ ଆଇପିଏଲ ସିଜନରେ ପ୍ରଥମ ମ୍ୟାଚ ହାରିଥିବା ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ମ୍ୟାଚରେ ୧୦ ରନରେ କେକେଆରକୁ ହରାଇଛି। ଆଉ କୋଲକାତା ପ୍ରଥମ ମ୍ୟାଚ ଜିତିବା ପରେ ଦ୍ୱିତୀୟ ମ୍ୟାଚରେ ହାରିଛି।

Advertisment

ଟସ୍ ହାରି କେକେଆର ପ୍ରଥମେ ମୁମ୍ୱାଇ ଇଣ୍ଡିଆନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ୱାଇ ପ୍ରଥମେ ବ୍ୟାଟିଂ କରି ୧୫୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଜବରଦସ୍ତ ଷ୍ଟାର୍ଟ କରିଥିବା କେକେଆର ୧୪୨ ରନ କରିବାକୁ ସକ୍ଷମ ହୋଇଥିଲା।

ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା କେକେଆର ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲା। ଓପନର ନୀତୀଶ ରାଣା ଏବଂ ଶୁବମନ ଗିଲ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ପାୱାର ପ୍ଲେ ଓଭରରେ ଉଭୟ ୪୫ ରନ୍ ସଂଗ୍ରହ କରିଥିଲେ।  ତେବେ ପାଞ୍ଚଟି ଚୌକା ଓ ଗୋଟିଏ ଛକା ସହ ୨୪ ବଲରେ ୩୩ ରନ୍ କରିବା ପରେ ଶୁବମନ ଗିଲ୍ ଆଉଟ୍ ହୋଇଥିଲେ। ସ୍ପିନର ରାହୁଲ ଚହରଙ୍କ ବଲରେ ସେ ଆଉଟ୍ ହୋଇଥିଲେ। ଆଉ କେକେଆର ୭୨ ରନରେ ପ୍ରଥମ ଓ୍ୱିକେଟ୍ ହରାଇଥିଲା।

Advertisment

ଏହାପରେ ରାହୁଲ ତ୍ରିପାଠୀ ଆସିଥିଲେ ବ୍ୟାଟିଂ କରିବାକୁ। ହେଲେ ମାତ୍ର ପାଞ୍ଚ ରନ୍ କରିବା ପରେ ଚହରଙ୍କ ବଲରେ ଆଉଟ ହୋଇଥିଲେ। ଏହି ସମୟରେ କେକେଆର ୧୦ ଓଭର ୩ଟି ବଲରେ ୮୪ ରନ କରି ଦୁଇଟି ଓ୍ୱିକେଟ ହରାଇଥିଲା। ଆଉ ନୀତୀଶ ରାଣା କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ୫୦ ରନ୍ ସଂଗ୍ରହ କରିଥିଲେ। ସେ ଛଅଟି ଚୌକା ଓ ଦୁଇଟି ଛକା ସହ ୪୦ ବଲରେ ୫୦ ରନ୍ ପୂରଣ କରିଥିଲେ।

ତେବେ ଦ୍ୱିତୀୟ ଓ୍ୱିକେଟ ଭାବରେ ରାହୁଲ ଆଉଟ୍ ହେବା ପରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ ଇଅନ ମୋର୍ଗାନ୍ ମାତ୍ର ୭ ରନ କରି ଶସ୍ତାରେ ପାଭିଲିଅନକୁ ଫେରିଥିଲେ। ଆଉ ତାଙ୍କ ଓ୍ୱିକେଟ ନେଇଥିଲେ ରାହୁଲ ଚହର। ଏହି ସମୟରେ କେକେଆରର ୧୨. ୫ଟି ବଲରେ ୧୦୪ ରନ କରି ତିନୋଟି ଓ୍ୱିକେଟ ହରାଇଥିଲା। ବାସ୍ ଏହାପରେ ମୁମ୍ୱାଇ ଇଣ୍ଡିଆନ୍ସ ବିଜୟୀ ହେବ ବୋଲି ଆତ୍ମ ବିଶ୍ୱାସ ଭରିଥିଲା। ଯଦିଓ କେକେଆରକୁ ବିଜୟୀ ହେବା ପାଇଁ ୭ ଓଭରରେ ମାତ୍ର ୪୯ ରନର ଆବଶ୍ୟକତା ଥିଲା, ହେଲେ କ୍ରମାଗତ ଭାବରେ ବ୍ୟାଟିଂ ବିପର୍ଯ୍ୟୟ କେକେଆର ପାଇଁ ମ୍ୟାଚ ବିଜୟ ହେବାରେ ବାଧକ ସାଜିଥିଲା।

ଦଳ ଚତୁର୍ଥ ଓ୍ୱିକେଟ ଭାବରେ ନୀତୀଶ ରାଣାଙ୍କୁ ୧୨୨ ରନରେ ହରାଇଲା। ସେ ରାହୁଲଙ୍କ ବଲରେ ଆଉଟ୍ ହୋଇଥିଲେ। ଚହରଙ୍କ ଏକ ବଲ୍‌ରେ ବଡ ଶଟ୍ ଖେଳିବାକୁ ଯାଇ ରାଣା କ୍ରିଜ୍ ଛାଡି ଦେଇଥିଲେ, ହେଲେ ବ୍ୟାଟ ସହିତ ବଲର ସଂଯୋଗ ହୋଇ ନଥିଲା ଓ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ୪୭ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ ନୀତୀଶ ରାଣା, ଯେଉଁଥିରେ ଛଅଟି ଚୌକା ଓ ଦୁଇଟି ଛକା ଥିଲା। ଆଉ ଏହାପରେ ଶାକିବ ଅଲ ହାସନ ୯ ଓ ଆନ୍ଦ୍ରେ ରସେଲ ୯ ରନ୍ କରିଥିବା ବେଳେ ପ୍ୟାଟ୍ କମିନ୍ସ ଖାତା ଖୋଲି ପାରିନଥିଲେ। ଦୀନେଶ କାର୍ତ୍ତିକ ୮ ରନ୍ ଏବଂ ହରଭଜନ ୨ ରନ କରି ଅପରାଜିତ ରହିଥିଲେ।

ଏହି ମ୍ୟାଚରେ କେକେଆର ପକ୍ଷରୁ ରସେଲ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିବା ବେଳେ ମୁମ୍ୱାଇ ପକ୍ଷରୁ ରାହୁଲ ଚହର ସର୍ବାଧିକ ଚାରୋଟି ୱିକେଟ୍ ନେଇଥିଲେ। ରସେଲ ଦୁଇ ଓଭର ବୋଲିଂ କରି ୧୫ ରନ୍ ଦେଇ ପାଞ୍ଚଟି ୱିକେଟ୍ ନେଇଥିଲେ। ଯେଉଁଥିପାଇଁ କୋଲକାତା ନାଇଟ୍ ରାଇଡର୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୫୨ ରନରେ ଅଟକାଇ ପାରିଥିଲା।

IPL 2021