Advertisment

ଓଡ଼ିଶା ବିପକ୍ଷରେ ମୁମ୍ବାଇ ବ୍ୟାଟରଙ୍କ ରନ ଭୋଜି, ଏକା ଶ୍ରେୟସ ମାରିଲେ ୨୩୩

ମୁମ୍ବାଇ ପାଇଁ ଖେଳୁଥିବା ଷ୍ଟାର କ୍ରିକେଟର ଶ୍ରେୟସ ଆୟର ଓଡ଼ିଶା ବିପକ୍ଷରେ ଡବଲ ଟନ ହାସଲ କରିଛନ୍ତି। ସେ ଏକାକୀ ୨୨୮ ବଲରେ ୨୩୩ ରନ କରିଛନ୍ତି।

Mumbai

Mumbai

Advertisment

ରଣଜୀ ମୁକାବିଲାରେ ଓଡ଼ିଶା ବୋଲରଙ୍କୁ ପ୍ରବଳ ଧୋଇଛନ୍ତି ମୁମ୍ବାଇ ବ୍ୟାଟର। ମହାରାଷ୍ଟ୍ରର ଶରଦ ପାୱାର ଷ୍ଟାଡିୟମରେ ଖେଳା ଯାଉଥିବା ଗ୍ରୁପ ଏର ଏହି ମ୍ୟାଚ୍‌ରେ ମୁମ୍ବାଇ ବ୍ୟାଟରଙ୍କ ଦବଦବା ଦେଖିବାକୁ ମିଳିଛି। ଓଡ଼ିଶାର ବୋଲରମାନେ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ସଫଳତାର ସ୍ୱାଦ ସେମାନଙ୍କୁ ସେତାଟା ମିଳିନାହିଁ। କେବଳ ସେମାନେ ମୁମ୍ବାଇ ବ୍ୟାଟରଙ୍କ ଆଗରେ ସଂଘର୍ଷ କରିଛନ୍ତି।

Advertisment

ମୁମ୍ବାଇ ପାଇଁ ଖେଳୁଥିବା ଷ୍ଟାର କ୍ରିକେଟର ଶ୍ରେୟସ ଆୟର ଓଡ଼ିଶା ବିପକ୍ଷରେ ଡବଲ ଟନ ହାସଲ କରିଛନ୍ତି। ସେ ଏକାକୀ ୨୨୮ ବଲରେ ୨୩୩ ରନ କରିଛନ୍ତି। ସେ ଏହି ଇଂନିସରେ ୨୨୮ ବଲରେ ୨୪ ଚୌକା ଓ ୯ଟି ଛକା ମାରିଛନ୍ତି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ଆୟରଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ସେହିପରି ସିଦ୍ଧେଶ ଲାଡ ଅପରାଜିତ ୧୬୯ ରନ କରିଥିବା ବେଳେ ଅନ୍ୟତମ ବ୍ୟାଟର ସୂଯ୍ୟାଂଶ ଶେଗଡେ ୩୬ ବଲରେ ବିସ୍ଫୋରଣ ୭୯ ରନର ଅପରାଜିତ ଇନିଂସ ଖେଳିଛନ୍ତି।

Advertisment

ଗତକାଲି ଅଙ୍ଗକ୍ରିଶ ରଘୁବଂଶୀ ୯୨ ରନ ଓ ଆୟୁସ ମାତ୍ରେ ୧୮ ରନ କରିଥିଲେ। ମୁମ୍ବାଇର ଅଧିନାୟକ ଅଜିଙ୍କ୍ୟ ରାହାଣେ(୦)ଙ୍କୁ ଛାଡ଼ି ଦେଲେ ଆଉ ସମସ୍ତ ବ୍ୟାଟର ଓଡ଼ିଶା ବୋଲରଙ୍କୁ ପ୍ରବଳ ଧୋଇଛନ୍ତି।

ଏଥିଯୋଗୁ ମୁମ୍ବାଇ ତା’ର ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୬୦୨ ରନ କରିବା ପରେ ପାଳି ଘୋଷଣା କରିଛି। ଓଡ଼ିଶା ପକ୍ଷରୁ ବିପ୍ଳବ ସାମନ୍ତରାୟ ଗତକାଲି ହିଁ ଦୁଇଟି ୱିକେଟ ପାଇଥିଲେ। ଆଜି ଓଡ଼ିଶାର ବୋଲରମାନେ ୩୩ ଓଭର ବୋଲିଂ କରିଥିଲେ ହେଁ କେବଳ ଗୋଟିଏ ୱିକେଟ ପାଇଛନ୍ତି।

ଶ୍ରେୟସ ଆୟର ୨୩୩ ରନ କରି ହର୍ଷିତ ରାଥୋଡଙ୍କ ବଲରେ ଷ୍ଟମ୍ପିଂ ହୋଇଛନ୍ତି। ଏହାପରେ ସୂର୍ଯ୍ୟାଂଶ ମାତ୍ର ୩୬ ବଲରେ ୭୯ ରନର ଇନିଂସ ଖେଳି ମୁମ୍ବାଇର ସ୍କୋରକୁ ୬୦୬ ପାର କରିଛନ୍ତି।

ଓଡ଼ିଶା ଟି ପୂର୍ବରୁ ପାଳି ଆରମ୍ଭ କରିଥିବା ବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୧୩୫ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଏବେ ସନ୍ଦୀପ ପଟ୍ଟନାୟକ ୭୧ ରନ କରି କ୍ରିଜରେ ଥିବା ବେଳେ ତାଙ୍କୁ ସାଥ ଦେବାକୁ ଆସିଛନ୍ତି ଦେବବ୍ରତ୍ତ ପ୍ରଧାନ। 

Cricket Ranji Trophy Shreyas Iyer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe