Advertisment

କ୍ରିକେଟର ମୁଶୀର ଖାନ ଦୁର୍ଘଟଣାର ସମ୍ମୁଖୀନ, ଇରାନୀ କପରୁ ବାଦ୍ ପଡ଼ିପାରନ୍ତି

ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ମୁଶୀର ଖାନ। ତାଙ୍କ ବେକରେ ଆଘାତ ଲାଗିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Musheer Khan

Musheer Khan

Advertisment

ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କ୍ରିକେଟର ମୁଶୀର ଖାନ। ତାଙ୍କ ବେକରେ ଆଘାତ ଲାଗିଥିବା ସୂଚନା ମିଳିଛି। ଫଳରେ ସେ ଆଗକୁ ହେବାକୁ ଥିବା ଇରାନୀ କପ୍ ଖେଲି ନ ପାରନ୍ତି।

Advertisment

ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ ସରଫରାଜ ଖାନଙ୍କ ସାନଭାଇ ହେଉଛନ୍ତି ମୁଶୀର ଖାନ। ମୁଶୀର ଖାନ ମଧ୍ୟ ଅଣ୍ଡର୍-୧୯ ଖେଳିବା ସହ ରଣଜୀ ଟ୍ରଫି ଖେଳିଛନ୍ତି। ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ମୁଶୀର ତାଙ୍କ ବାପା ନୌଶଦ ଖାନଙ୍କ ସହ ଆଜମଗଡ଼ରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

ମାତ୍ର ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ। ତେବେ ଦୁର୍ଘଟଣାର ଗମ୍ଭୀରତରୁ ଯାହା ଜଣାପଡୁଛି ସେ ଦେଢରୁ ତିନି ମାସ ପର୍ଯ୍ୟନ୍ତ ବେଡ୍ ରେଷ୍ଟରେ ରହିବେ। ଏହି ସମୟରେ ସେ କୌଣସି ପ୍ରକାର ଟୁର୍ଣ୍ଣାମେଣ୍ଟରେ ସାମିଲ୍ ହୋଇପାରିବେ ନାହିଁ।

Advertisment

ତେଣୁ ଏହି ଦିନ ମଧ୍ୟରେ ଇରାନୀ କପ୍ ଅନୁଷ୍ଠିତ ହେବାକୁ ଥିବାରୁ ସେ ଏଥିରୁ ବାଦ୍ ପଡ଼ିପାରନ୍ତି। ଘରୋଇ କ୍ରିକେଟରେ ମୁଶୀରଙ୍କ ଦବଦବା ରହିଛି। ରେଡ୍-ବଲ୍ କ୍ରିକେଟରେ ମୁଶୀର ଫର୍ମରେ ଥିଲେ। ସେ ଦୁଲିପ ଟ୍ରଫିରେ 'ଇଣ୍ଡିଆ ବି' ପକ୍ଷରୁ ୧୮୧ ରନ୍ ସଂଗ୍ରହ କରିଥିଲେ। 

ପ୍ରକାଶ ଥାଉକି, ମୁମ୍ବାଇର ଇରାନୀ ଟ୍ରଫି ଆସନ୍ତା ଅକ୍ଟୋବର ୧ରୁ ଆରମ୍ଭ ହେବ। ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। 

India Cricket Team Sarfaraz Khan Musheer Khan Duleep Trophy India A
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe