Advertisment

ଡେବ୍ୟୁରେ ୫ ୱିକେଟ ଦଖଲ କରି ଅଷ୍ଟ୍ରେଲିଆ ପାଇଁ ରେକର୍ଡ କଲେ ମର୍ଫୀ

ମର୍ଫୀ ଦ୍ୱିତୀୟ ଅଷ୍ଟ୍ରେଲୀୟ ବୋଲର ଯିଏ ଭାରତରେ ଡେବ୍ୟୁ କରିବା ସହ ଭାରତ ବିପକ୍ଷରେ ୫ ବା ତା’ ଠାରୁ ଅଧିକ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
 Todd Murphy

Todd Murphy

Advertisment

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ନୂଆ ରେକର୍ଡ କରିଛନ୍ତି ସ୍ପିନ ବୋଲର ଟଡ୍‌ ମର୍ଫୀ। ସେ ଭାରତ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିବା ବେଳେ ନିଜ ସ୍ପିନ ଯାଦୁ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ସେ ଦ୍ୱିତୀୟ ଅଷ୍ଟ୍ରେଲୀୟ ବୋଲର ଯିଏ ଭାରତରେ ଡେବ୍ୟୁ କରିବା ସହ ଭାରତ ବିପକ୍ଷରେ ୫ ବା ତା’ ଠାରୁ ଅଧିକ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମର୍ଫୀ ଭାରତ ପାଇଁ ଡେବ୍ୟୁ କରିଥିବା ୱିକେଟ କିପର କେଏସ୍‌ ଭରତଙ୍କୁ ଆଉଟ କରି ନିଜର ୫ମ ୱିକେଟ ଦଖଲ କରିଛନ୍ତି।

Advertisment

ମୁର୍ଫୀଙ୍କ ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଭାରତରେ ଡେବ୍ୟୁ କରି ୫ କିମ୍ବା ତା’ଠାରୁ ଅଧିକ ୱିକେଟ ଦଖଲ କରିବାର ରେକର୍ଡ ସ୍ପିନର ଜାସନ କ୍ରେଜାଙ୍କ ନାଁରେ ରହିଥିଲା। କ୍ରେଜା ୨୦୦୮ ନଭେମ୍ବର ମାସରେ ସମାନ ଭେନ୍ୟୁରେ ଭାରତ ବିପକ୍ଷ ଟେଷ୍ଟରେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମର୍ଫୀ ଅଷ୍ଟ୍ରେଲିଆର ୪ର୍ଥ ଅପସ୍ପିନର ଯିଏ ଡେବ୍ୟୁ ଟେଷ୍ଟରେ ୫ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

ଟେଷ୍ଟ କ୍ରିକେଟରେ ମର୍ଫୀଙ୍କ ପ୍ରଥମ ଶିକାର ବନିଥିଲେ କେଏଲ ରାହୁଲ। ମ୍ୟାଚ୍‌ର ପ୍ରଥମ ଦିନରେ ସେ ରାହୁଲଙ୍କୁ ଆଉଟ କରିଥିଲେ। ଆଜି ଦ୍ୱିତୀୟ ଦିନରେ ୨୨ ବର୍ଷୀୟ ମର୍ଫୀ ପ୍ରଥମେ ରବି ଅଶ୍ୱିନ, ପରେ ଚେତାଶ୍ୱର ପୂଜାରା ଓ ବିରାଟ କୋହଲିଙ୍କ ୱିକେଟ ଦଖଲ କରିଥିଲେ। ଶେଷରେ ସେ କେଏସ ଭରତଙ୍କୁ ଆଉଟ କରି ନିଜର ୫ମ ୱିକେଟ ହାସଲ କରିଥିଲେ।

Advertisment

ଅନ୍ୟପକ୍ଷରେ ଭାରତରେ ଡେବ୍ୟୁ କରି କୌଣସି ଟେଷ୍ଟ ମ୍ୟାଚ୍‌ରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଥିବା ସ୍ପିନରଙ୍କ ତାଲିକାରେ ମଧ୍ୟ ମର୍ଫୀ ଯୋଡ଼ି ହୋଇଯାଇଛି। ସେ ତୃତୀୟ ସ୍ପିନର ଭାବେ ଭାରତ ବିପକ୍ଷରେ ଟେବ୍ୟୁ କରି ଭାରତରେ ୫ ୱିକେଟ ଦଖଲ କରିଛନ୍ତି। ତାଙ୍କ ପୂର୍ବରୁ କ୍ରେଜା ଓ ବାଂଲାଦେଶର ନୈମୁର ରହମାନ ଦୁର୍ଜୟ ଏପରି ସଫଳତା ହାସଲ କରିଥିଲେ।

Border-Gavaskar Trophy India Vs Australia INDvsAUS Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe