ସଚିନଙ୍କ ଆଗରେ ତାଙ୍କର ଐତିହାସିକ ରେକର୍ଡକୁ ଭାଙ୍ଗିଲେ ସର୍ଫରାଜଙ୍କ ଭାଇ

ନିକଟରେ ଶେଷ ହୋଇଥିବା ଆଇସିସି ଅଣ୍ଡର ୧୯ ବିଶ୍ୱକପରେ ମଧ୍ୟ ମୁଶୀର ଦମଦାର ପ୍ରଦର୍ଶନ କରିଥିଲେ। ଅବଶ୍ୟ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା।

Sachin

ବାମରୁ ମୁଶୀର ଓ ସଚିନ

Hemant Lenka
  • Published: Tuesday, 12 March 2024
  • Updated: 12 March 2024, 08:00 PM IST

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଐତିହାସିକ ରେକର୍ଡ ଆଜି ଭାଙ୍ଗିଛି। ସେ ଦର୍ଶକ ଗ୍ୟାଲେରୀରେ ବସିଥିବାର ବେଳେ ଜଣେ ଯୁବ କ୍ରିକେଟର ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ନିକଟରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ସର୍ଫରାଜ ଖାନଙ୍କ ସାନ ଭାଇ ମୁଶୀର ରଣଜୀ ଟ୍ରଫି ଫାଇନାଲରେ ମୁମ୍ବାଇ ପାଇଁ କମାଲ କରିଛନ୍ତି।

ବିର୍ଦ୍ଦଭ ବିପକ୍ଷ ଫାଇନାଲରେ ମୁଶୀର ନିଜର ଜଲୱା ଦେଖାଇ ଭବିଷ୍ୟତରେ ସେ ମଧ୍ୟ ଭାରତୀୟ କ୍ରିକେଟର ଭବିଷ୍ୟତ ହୋଇପାରିବେ ବୋଲି ସଙ୍କେତ ଦେଇଛନ୍ତି। ଫାଇନାଲ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ମୁଶୀର ୩୨୬ ବଲରେ ୧୩୬ ରନର କରି ମୁମ୍ବାଇକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

Also Read

ବିଶ୍ୱକପ ପରେ ମୁଶୀର ମୁମ୍ବାଇ ପାଇଁ ରଣଜୀ ଖେଳିବା ଜାରି ରଖିଛନ୍ତି। ଫାଇନାଲ ମ୍ୟାଚରେ ଶତକ ମାରିବା ସହ ସେ ଦୀର୍ଘ ବର୍ଷ ହେଲା ସଚିନଙ୍କ ନାଁରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେ ମୁମ୍ବାଇର ସବୁଠାରୁ କନିଷ୍ଠ ଖେଳାଳି ଭାବେ ରଣଜୀ ଟ୍ରଫି ଫାଇନାଲରେ ଶତକ ମାରିବାର କୀର୍ତ୍ତିମାନ ହାସଲ କରିଛନ୍ତି।

ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାଁରେ ଥିଲା। ସଚିନ ଆଜି ନିଜେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଷ୍ଟାଣ୍ଡରେ ଉପସ୍ଥିତ ଥିଲେ। ତାଙ୍କ ଆଗରେ ୧୯ ବର୍ଷୀୟ ମୁଶୀର ୨୫୫ ବଲରେ ନିଜର ଶତକ ପୂରଣ କରିଛନ୍ତି।

ସର୍ଫରାଜଙ୍କ ଭାଇ ମୁଶୀର ୧୯ ବର୍ଷ ୧୪ ଦିନ ବୟସରେ ଶତକ ମାରିଛନ୍ତି। ସଚିନ ୨୨ ବର୍ଷ ବୟସରୁ ସାମାନ୍ୟ କମ ଥିବା ବେଳେ ପଞ୍ଜାବ ବିପକ୍ଷ ଫାଇନାଲରେ ଶତକ ମାରିଥିଲେ। ୧୯୯୪-୯୫ ରଣଜୀ ସିଜିନରେ ଏପରି ଘଟଣା ଘଟିଥିଲା।

କେବଳ ଫାଇନାଲ ନୁହେଁ, ତାମିଲନାଡୁ ବିପକ୍ଷ ସେମି ଫାଇନାଲରେ ମଧ୍ୟ ମୁଶୀର ଦମଦାର ପ୍ରଦର୍ଶନ କରିଥିଲେ। ସେ ୧୩୧ ବଲରେ ୫୫ ରନର ଇନିଂସ ଖେଳିଥିଲେ। ଏହାପରେ ମୁମ୍ବାଇ ପାଇଁ ଶାର୍ଦ୍ଦୁଲ ଠାକୁର ଶତକ ହାସଲ କରି ୨୩୨ ରନର ଲିଡରେ ପହଞ୍ଚାଇ ଦେଇଥିଲେ। ମୁମ୍ବାଇ ମଧ୍ୟ ସେମି ଫାଇନାଲ ମ୍ୟାଚ୍‌କୁ ଗୋଟିଏ ଇନିଂସ ଓ ୭୦ ରନରେ ଜିତି ନେଇଥିଲା।

କ୍ୱାର୍ଟର ଫାଇନାଲ ମୁକାବିଲାରେ ମୁଶୀର ବରୋଦା ବିପକ୍ଷରେ ନିଜର ପ୍ରଥମ ପ୍ରଥମ ଶ୍ରେଣୀ ଶତକକୁ ଡବଲ ଟନରେ ପରିଣତ କରିଥିଲେ। ପ୍ରଥମ ଇନିଂରେ ୨୦୩ ରନ କରିଥିବା ମୁଶୀର ଦ୍ୱିତୀୟ ପାଳିରେ ୨୫ ବଲରେ ୩୦ ରନ କରିଥିଲେ। ମ୍ୟାଚ୍‌ ଡ୍ରରେ ଶେଷ ହେବାରୁ ମୁମ୍ବାଇ ପ୍ରଥମ ଇନିଂସ ଲିଡ୍‌ ହିସାବରେ ବିଜୟୀ ହୋଇଥିଲା।

୩ଟି ମ୍ୟାଚ୍‌ରେ ମୁଶୀର ୧୦୮.୨୫ ବ୍ୟାଟିଂ ଆଭରେଜରେ ମୋଟ ୪୩୩ ରନ କରିଛନ୍ତି। ତାଙ୍କ ସର୍ବୋଚ୍ଚ ସ୍କୋର ହେଉଛି ଅପରାଜିତ ୨୦୩।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story