Advertisment

ସଚିନଙ୍କ ରେକର୍ଡ ଭାଙ୍ଗିଲେ ୧୯ ବର୍ଷୀୟ ମୁଶୀର ଖାନ୍‌

ଇଣ୍ଡିଆ ଏ ବିପକ୍ଷରେ ସେ ୩୭୩ ବଲର ସାମ୍ନା କରି ୧୮୧ ରନ କରିବା ପରେ କମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୩୩ ବର୍ଷ ଧରି ରହିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଅଦ୍ୟତନ ହୋଇଛି
Musheer Khan

Musheer Khan

Advertisment

ଦଲିପ ଟ୍ରଫିରେ କମାଲ କରିଛନ୍ତି ସର୍ଫରାଜ ଖାନଙ୍କ ସାନ ଭାଇ ମୁଶୀର। ସେ ଏକାକୀ ଲଢ଼େଇ କରି ଇଣ୍ଡିଆ ବି’କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି। ୯୪ ରନରେ ୭ ୱିକେଟ ହରାଇ ବିପର୍ଯ୍ୟୟରେ ପଡ଼ିଥିବା ଇଣ୍ଡିଆ ବି’କୁ ମୁଶୀର ଖାନ ୧୮୧ ରନର ଇନିଂସ ଖେଳି ସମ୍ଭାଳିଛନ୍ତି। ସେ ଦୁଇ ଶତକ ହାସଲ କରି ପାରି ନଥିଲେ ହେଁ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

Advertisment

ପ୍ରଥମ ଶ୍ରେଣୀ କ୍ରିକେଟରେ ମୁଶୀର ଦ୍ୱିତୀୟ ଥର ପାଇଁ ୧୫୦ରୁ ଅଧିକ ରନ କରିଛନ୍ତି। ଇଣ୍ଡିଆ ଏ ବିପକ୍ଷରେ ସେ ୩୭୩ ବଲର ସାମ୍ନା କରି ୧୮୧ ରନ କରିବା ପରେ କମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ୩୩ ବର୍ଷ ଧରି ରହିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଦଲିପ ଟ୍ରଫିରେ ମୁଶୀର ତୃତୀୟ କିଶୋର ଭାବେ ସର୍ବାଧିକ ସ୍କୋର କରିଛନ୍ତି। ସଚିନ ତେନ୍ଦୁଲକର ୧୯୯୧ରେ ଗୁହାଟୀ ଠାରେ ଖେଳୁଥିବା ଦଲିପ ଟ୍ରଫିରେ ୱେଷ୍ଟ ଜୋନ ପାଇଁ ଇଷ୍ଟ ଜୋନ ବିପକ୍ଷରେ ୧୫୯ ରନର ଇନିଂସ ଖେଳିଥିଲେ। ହେଲେ ମୁଶୀର ଏହାକୁ ଅତିକ୍ରମ କରି ଯାଇଛନ୍ତି। ୩୩ ବର୍ଷ ପରେ ସଚିନଙ୍କୁ ସେ ଅତିକ୍ରମ କରିଛନ୍ତି। ତେବେ ୟାଶ ଧୁଲ ଓ ବାବା ଅପରଜିତଙ୍କୁ ଅତିକ୍ରମ କରିବାକୁ ସକ୍ଷମ ହୋଇ ପାରି ନାହାନ୍ତି ମୁଶୀର। 

Advertisment

ବାବା ଅପରଜିତ ଦଲିପ ଟ୍ରଫି ଡେବ୍ୟୁରେ ୨୧୨ ରନ ଓ ୟାଶ ଧୁଲ ୧୯୩ ରନର ଇନିଂସ ଖେଳିଥିଲେ। ଏହାକୁ ଅତିକ୍ରମ କରିବାକୁ ମୁଶୀର ଅତି ନିକଟରେ ପହଞ୍ଚିଥିଲେ ହେଁ ତାଙ୍କୁ ୧୮୧ ରନରେ ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

ପ୍ରଥମ ଶ୍ରେଣୀ କ୍ରିକେଟକୁ ନୂଆ କରି ଆସିଥିବା ମୁଶୀର ଇତି ମଧ୍ୟରେ ୭ଟି ମ୍ୟାଚ୍‌ରେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୨୦୩। ଏଯାଏ ସେ ନାଲି ବଲ କ୍ରିକେଟର ମୋଟ ୧୧ଟି ଇନିଂସରେ ୬୪.୫୪ ହାରରେ ୭୧୦ କରି ସାରିଲେଣି।

ମୁଶୀର ଦଲିପ ଟ୍ରଫିରେ ଖେଳିଥିବା ୧୮୧ ରନର ଇନିଂସରେ ୧୬ଟି ଚୌକା ଓ ୫ଟି ଛକା ମାରିଛନ୍ତି। ସେ କୁଲଦୀପ ଯାଦବଙ୍କୁ ମାରିଥିବା ଗୋଟିଏ ଛକା ସିଧା ଷ୍ଟାଡିୟମର ଛାତ ଉପରେ ମଧ୍ୟ ପଡ଼ିଥିଲା। ମୁଶୀରଙ୍କ ବ୍ୟତୀତ ନବଦୀପ ସୈନି ୫୬ ରନର ଇନିଂସ ଖେଳିବାରୁ ଇଣ୍ଡିଆ ବି ତା’ର ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୩୨୧ ରନ କରି ପାରିଛି।

Sachin Tendulkar Musheer Khan Duleep Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe