Advertisment

ବଢ଼ିଲା ଧୋନିଙ୍କ ଚିନ୍ତା, ଷ୍ଟ୍ରେଚର୍‌ରେ ପଡ଼ିଆ ଛାଡ଼ିଲେ ଏହି ଷ୍ଟାର ଖେଳାଳି

ପୂର୍ବରୁ ଏକାଧିକ କ୍ରିକେଟର ଆହତ ସମସ୍ୟାରେ ପଡ଼ିଥିବା ବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Mustafizur Rahman

Mustafizur Rahman

Advertisment

ଆଇପିଏଲ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସର ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବରୁ ଏକାଧିକ କ୍ରିକେଟର ଆହତ ସମସ୍ୟାରେ ପଡ଼ିଥିବା ବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Advertisment

ଦଳ ଏଥର ନିଲାମ ବେଳେ କିଣିଥିବା ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଆହତ ହୋଇଛନ୍ତି। ତାଙ୍କ ଆହତ ସମସ୍ୟା ଅତ୍ୟନ୍ତ ଜଟିଳ ଥିବାରୁ ମୁସ୍ତାଫିଜୁରଙ୍କୁ ଷ୍ଟ୍ରେଚରରେ ପଡ଼ିଆ ବାହାରକୁ ନେବାକୁ ପଡ଼ିଛି।

ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଦିନିକିଆ ବେଳେ ଏହି ଘଟଣା ଘଟିଛି। ୨୦୨୪ ଆଇପିଏଲ ଅକ୍ସନ ବେଳେ ଚେନ୍ନାଇ ମୁସ୍ତାଫିଜୁରଙ୍କୁ କିଣିଥିଲା। ଶ୍ରୀଲଙ୍କା ବିପକ୍ଷ ଚଟ୍ଟୋଗ୍ରାମ ଦିନିକିଆରେ ସେ ୯ ଓଭର ବୋଲିଂ କରି ୩୯ ରନ ଦେବା ସହ ୨ଟି ୱିକେଟ ନେଇଥିଲେ। କିନ୍ତୁ ସେ ସାଂଘାତିକ କ୍ରାମ୍ପର ସମ୍ମୁଖୀନ ହୋଇଛନ୍ତି।

Advertisment

୪୨ ତମ ଓଭରରେ ହଠାତ୍‌ ମୁସ୍ତାଫିଜୁର ବୋଲିଂ କରି ସାରିବା ପରେ ନିଜ ପେଟକୁ ଧରିଥିଲେ। ଏହାପରେ ସେ ହଠାତ୍‌ ତଳେ ଗଡ଼ିବାକୁ ଲାଗିଥିଲେ। ତାଙ୍କୁ ବାଧ୍ୟ ହୋଇ ଷ୍ଟ୍ରେଚରରେ ବାହାରକୁ ନିଆଯାଇଥିଲା। ସେ କ୍ରାମ୍ପର ସମ୍ମୁଖୀନ ହୋଇଥିବା କୁହାଯାଉଛି। ହେଲେ ଏ ସମ୍ପର୍କରେ ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ କିଛି କୁହାଯାଇ ନାହିଁ।

ଆଜିର ମ୍ୟାଚ୍‌ ପରେ ସେ ଆଇପିଏଲ ପାଇଁ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଇଥାଆନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଆହତ ସମସ୍ୟା ସାମ୍ନାକୁ ଆସିଛି।

ମୁସ୍ତାଫିଜୁରଙ୍କ ପୂର୍ବରୁ ଡେଭୋନ କନୱେ ଓ ମଥୀଶା ପଥିରାଣା ମଧ୍ୟ ଆହତ ହୋଇଥିଲେ। ଉଭୟ ଆଇପିଏଲରେ ଖେଳିବେ କି ନାହିଁ, ତା’ହା ମଧ୍ୟ ସ୍ପଷ୍ଟ ହୋଇନି। ଏସବୁ ଭିତରେ ମୁସ୍ତାଫିଜୁର ଆହତ ହୋଇ ଷ୍ଟ୍ରେଚର୍‌ରେ ପଡ଼ିଆ ଛାଡ଼ିଛନ୍ତି।

IPL ICC CSK IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe