Advertisment

T20 World Cup: ଦ୍ୱିତୀୟ ମ୍ୟାଚ୍‌ରେ ବି ଭାରତ ହାରିଲା ଟସ୍‌, ସଞ୍ଜୁ ସାମସନଙ୍କୁ ସୁଯୋଗ

ଆମେରିକା ବିପକ୍ଷ ମ୍ୟାଚ୍ରେ ଅସୁସ୍ଥତା କାରଣରୁ ଖେଳୁ ନଥିବା ଯଶପ୍ରୀତ ବୁମ୍ରା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ମହମ୍ମଦ ସିରାଜଙ୍କ ସ୍ଥାନରେ ସେ ସାମିଲ ହୋଇଛନ୍ତି। ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି।

author-image
Hemant Lenka
HA9amqfaIAA4n9N

ଟସ୍‌

ଚଳିତ ଟି-୨୦ ବିଶ୍ୱକପରେ ନିଜର ଦ୍ୱିତୀୟ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି ଭାରତ। ଡିଫେଣ୍ଡିଂ ଚାମ୍ପିୟନ ଭାରତ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନିଜର ଦ୍ୱିତୀୟ ମ୍ୟାଚ ଖେଳିବାକୁ ଓହ୍ଲାଇଛି। କିନ୍ତୁ ନାମିବିୟା ବିପକ୍ଷ ଏହି ମ୍ୟାଚ୍‌ରେ ଟସ୍‌ ହାରି ଯାଇଛନ୍ତି ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ।

Advertisment

ନାମିବିୟା ଅଧିନାୟକ ଗେରହାର୍ଡ ଇରାସମସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ମ୍ୟାଚ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତ ପ୍ରଥମେ ବ୍ୟାଟିଂ କରିବ। 
ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଆମେରିକା ଠାରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲେ।

ଏହି ମ୍ୟାଚ୍‌ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ  ସୂର୍ଯ୍ୟ କୁମାର ଅପରାଜିତ ୮୪ ରନର ଇନିଂସ ଖେଳିଥିଲେ ଓ ଭାରତ ୨୯ ରନରେ ବିଜୟ ହୋଇଥିଲା। ନାମିବିୟା ବିପକ୍ଷରେ ଭାରତ ବ୍ୟାଟିଂ କରିବାକୁ ଯାଉଥିବା ବେଳେ ଦଳରେ ନାହାନ୍ତି ଅଭିଷେକ ଶର୍ମା।

Advertisment

ଅସୁସ୍ଥତା କାରଣରୁ ସେ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ତାଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଛି। ସେ ଓ ଈଶାନ କିଶନ ଆଜି ଇନିଂସ ଆରମ୍ଭ କରିବେ। ସେହିପରି ଆମେରିକା ବିପକ୍ଷ ମ୍ୟାଚ୍ରେ ଅସୁସ୍ଥତା କାରଣରୁ ଖେଳୁ ନଥିବା ଯଶପ୍ରୀତ ବୁମ୍ରା ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ମହମ୍ମଦ ସିରାଜଙ୍କ ସ୍ଥାନରେ ସେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରବର୍ତ୍ତନ କରିନି। 

ଅନ୍ୟପକ୍ଷରେ ନାମିବିୟା ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ନେଦରଲ୍ୟାଣ୍ଡସ ଠାରୁ ୭ ୱିକେଟରେ ହାରିଥିଲା। ଆଜି ଦଳ ଭାରତ ସହ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ମ୍ୟାଚ ଖେଳିବାକୁ ଯାଉଛି। 

T20 World Cup