Advertisment

T20 World Cup: ପାକିସ୍ତାନର ୟୁ-ଟର୍ଣ୍ଣ ପଛର ‘ପ୍ରକୃତ ହିରୋ’ଙ୍କ ନାଁ କହିଲେ ମୋହଶୀନ ନକବୀ

ପାକିସ୍ତାନ ୟୁ-ଟର୍ଣ୍ଣ ନେବା ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି ଅଧ୍ୟକ୍ଷ ଅମିନୁଲ ଇସଲାମ ବୁଲବୁଲ ପାକିସ୍ତାନକୁ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ଅନୁରୋଧ କରିଥିଲେ।

Pakistan1

ନକବୀ

Advertisment

ଫେବୃଆରୀ ୧୫ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ(T20 World Cup) ମ୍ୟାଚ୍‌ ବେଳେ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଅଧ୍ୟକ୍ଷ ମୋହଶୀନ ନକବୀ। ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ବୟକଟ ଡ୍ରାମା କରୁଥିବା ବେଳେ ଠିକଣା ସମୟରେ ଭାରତ ସହ ମ୍ୟାଚ୍‌ ଖେଳିଥିଲେ। ଫେବୃଆରୀ ୯ରେ ପାକିସ୍ତାନ ବୟକଟ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ନେଇଥିଲା। 

Advertisment

ପାକିସ୍ତାନ ୟୁ-ଟର୍ଣ୍ଣ ନେବା ପୂର୍ବରୁ ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି ଅଧ୍ୟକ୍ଷ ଅମିନୁଲ ଇସଲାମ ବୁଲବୁଲ ପାକିସ୍ତାନକୁ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ଅନୁରୋଧ କରିଥିଲେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସହ କଥା ହୋଇଥିଲେ।

ଫେବୃଆରୀ ୧୫ରେ ପାକିସ୍ତାନ ମ୍ୟାଚ ଖେଳିଥିଲେ ହେଁ ଭାରତ ଠାରୁ ହାରିଥିଲା। ଏହାପରେ ମୋହଶୀନ ନକବୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ସହ ଗୋଟିଏ ବୈଠକ କରିଥିଲେ। ଏହି ସମୟରେ ପାକିସ୍ତାନ ୟୁ-ଟର୍ଣ୍ଣ ନେବା ପଛର ଅସଲ ହିରୋଙ୍କ ନାଁ ମଧ୍ୟ ସେ ଘୋଷଣା କରିଛନ୍ତି।

Advertisment

ବୈଠକରେ ନକବୀ କହିଛନ୍ତି, “ପ୍ରଥମତଃ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦାରୀ ଓ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପକ୍ଷରୁ ଆପଣଙ୍କୁ ଶୁଭେଚ୍ଛା। ସେମାନେ ସ୍ୱତନ୍ତ୍ର ଭାବେ ନିଜର ବାର୍ତ୍ତା ଆପଣଙ୍କ ପାଖରେ ପହଞ୍ଚାଇବାକୁ ମୋତେ କହିଛନ୍ତି।

ବାସ୍ତବରେ ରବିବାର ମ୍ୟାଚର ପ୍ରକୃତ ହିରୋ ହେଉଛନ୍ତି ଆପଣ। କାରଣ ଆପଣଙ୍କ ପାଇଁ ୨ ବିଲିୟନ ଲୋକଙ୍କ ମନୋରଞ୍ଜନ ହୋଇପାରିଛି। କେବଳ ଆପଣଙ୍କ ପାଇଁ ହିଁ ଆମେ ରବିବାର ମ୍ୟାଚ୍‌ ଖେଳିଥିଲୁ। 

ଭାରତ ସହ ଖେଳିବାରେ ଆମର ଅନେକ ସମସ୍ୟା ରହିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ(ଶରିଫ) ଆଣଙ୍କ କଲ ପାଇବା ମାତ୍ରେ ମୋତେ ଖବର ପଠାଇଥିଲେ। ଏହି ସମୟରେ ସେ ମୋତେ କହିଥିଲେ ଯେ ‘ଆଉ କୌଣସି ସମସ୍ୟା ନାହିଁ। ଆପଣମାନଙ୍କୁ ମ୍ୟାଚ୍‌ ଖେଳିବାକୁ ପଡ଼ିବ। ଏହା ଶେଷ ନିଷ୍ପତ୍ତି। ପୂରା ପ୍ରସଙ୍ଗରେ ଆପଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି।” 

ରବିବାର ଭାରତ ୬୧ ରନରେ ପାକିସ୍ତାନକୁ ଏକତରଫା ଭାବେ ହରାଇ ସୁପର ୮ରେ ନିଜ ସ୍ଥାନ ସୁରକ୍ଷିତ କରିଛି। ପାକିସ୍ତାନକୁ ସୁପର ୮ରେ ପ୍ରବେଶ କରିବାକୁ ହେଲେ ବୁଧବାର ନାମିବିୟା ବିପକ୍ଷ ମ୍ୟାଚ୍‌ ଜିତିବାକୁ ପଡ଼ିବ। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe