Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌!

ଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ଟି ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

BCCI

BCCI

Advertisment

ଆଇସିସି ପୁରୁଷ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ ତାରିଖରୁ ଭାରତରେ ଆରମ୍ଭ ହେବ। ଏହି ୧୦ ଟିମ ବିଶିଷ୍ଟ ମେଗା ଇଭେଣ୍ଟରେ ପାକିସ୍ତାନ ମଧ୍ୟ ଭାଗ ନେବ। ବିଶ୍ୱକପ ଇତିହାସରେ ପ୍ରଥମଥର ପାଇଁ ଭାରତରେ ହିଁ ସବୁ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆପତତଃ ୧୩ଟି ଭେନ୍ୟୁକୁ ମଧ୍ୟ ଚୟନ କରାଯାଇଛି। ଅବଶ୍ୟ ଏନେଇ ବିସିସିଆଇ କିମ୍ବା ଆଇସିସି କୌଣସି ଘୋଷଣା କରି ନାହାନ୍ତି। ଖୁବଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ।

Advertisment

କିନ୍ତୁ ଏହାପୂର୍ବରୁ ବିସିସିଆଇ ସୂତ୍ରରୁ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍‌ଟି ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ବିସିସିଆଇ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମ ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ।

ଏଠାରେ ୧ ଲକ୍ଷରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିଛି। ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ପ୍ରବଳ ଉତ୍ସାହ ରହିଥିବାରୁ ବିସିସିଆଇ ଏହି ବିରାଟ ଷ୍ଟାଡିୟମକୁ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଚୟନ କରିଥିବା କୁହାଯାଉଛି। ଟି-୨୦ ବିଶ୍ୱକପ ବେଳେ ଭାରତ-ପାକିସ୍ତାନ ମ୍ୟାଚ୍‌ ଐତିହାସିକ ମେଲବର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ମ୍ୟାଚ୍‌କୁ ପ୍ରାୟ ଲକ୍ଷେ ଲୋକ ଷ୍ଟାଡିୟମରେ ଉପସ୍ଥିତ ରହି ଦେଖିଥିଲେ। ସବୁବେଳେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ କ୍ରେଜ ଥିବାରୁ ବିସିସିଆଇ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ। ନାଗପୁର, ବେଙ୍ଗାଲୁରୁ, ତ୍ରିବେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର, ବେଙ୍ଗାଲୁରୁ ଓ ଧର୍ମଶାଲାରେ ବିଶ୍ୱକପର ସମସ୍ତ ମ୍ୟାଚ୍‌ ଖେଳାଯିବ। ଏହି ୧୩ଟି ଭେନ୍ୟୁ ମଧ୍ୟରୁ ଭାରତ କେବଳ ୭ଟି ସ୍ଥାନରେ ମ୍ୟାଚ୍‌ ଖେଳିବ।

ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ତା’ର ଅଧିକାଂଶ ମ୍ୟାଚ୍‌ ବେଙ୍ଗାଲୁରୁରେ ଥିବା ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ଓ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳିବ। ସେହିପରି ବାଂଲାଦେଶ ତା’ର ଅଧିକାଂଶ ମ୍ୟାଚ୍‌ କୋଲକାତା ଓ ଗୌହାଟୀରେ ଖେଳିବାର ଯୋଜନାର ରହିଛି। କାରଣ ବାଂଲାଦେଶ ସୀମାକୁ ଏହି ଦୁଇ ରାଜ୍ୟ ଲାଗିଛି। ଫଳରେ ସେଠାକାର ଫ୍ୟାନ୍ସ ସହଜରରେ ଏଠାକୁ ଆସିପାରିବେ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ଛାଡ଼ି ଭାରତୀୟ ଟିମ କେଉଁ ସବୁ ସ୍ଥାନରେ ମ୍ୟାଚ୍‌ ଖେଳିବ, ସେନେଇ ଟିମ ମ୍ୟାନେଜମେଣ୍ଟ ସହ ବିସିସିଆଇ ଆଲୋଚନା କରିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ସବୁ ସ୍ପିନକୁ ସୁହାଉଥିବା ପିଚ୍‌ରେ କରିବାକୁ ଟିମ ମ୍ୟାନେଜମେଣ୍ଟ ବିସିସିଆଇକୁ କହିଛି।

ଚେନ୍ନାଇର ଚେପକ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ଗୁଡ଼ିକ ସ୍ଲୋ ପିଚ୍‌ରେ ଖେଳାଯିବ ବୋଲି ଜଣାପଡ଼ିଛି।

Bcci Indian Cricket Team Cricket ICC India Vs Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe