Advertisment

ସୁନିଲ ନାରିନଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୨୨୪ ରନର ଟାର୍ଗେଟ

ରାଜସ୍ଥାନକୁ ଚଳିତ ଆଇପିଏଲରେ ୬ଷ୍ଠ ବିଜୟ ପାଇଁ ୨୨୪ ରନର ଟାର୍ଗେଟ ମିଳିଛି।

KKR

KKR

Advertisment

କୋଲକାତାର ଇଡେନ ଗାର୍ଡେନ୍ସରେ ଗର୍ଜିଛି ସୁନିଲ ନାରିନଙ୍କ ବ୍ୟାଟ୍‌। ସେ ମାତ୍ର ୫୬ ବଲରେ ଖେଳିଛନ୍ତି ୧୦୯ ରନର ବିସ୍ଫୋରକ ଇନିଂସ। ଏହା ଟି-୨୦ କ୍ରିକେଟରେ ନାରିନଙ୍କ ପ୍ରଥମ ଶତକ। ଏହି ଇନିଂସ ବଳରେ କୋଲକାତା ନାଇଟ ରାଇଡର୍ସ(କେକେଆର) ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୨୩ ରନ କରିଛି।

Advertisment

ଫଳରେ ରାଜସ୍ଥାନକୁ ଚଳିତ ଆଇପିଏଲରେ ୬ଷ୍ଠ ବିଜୟ ପାଇଁ ୨୨୪ ରନର ଟାର୍ଗେଟ ମିଳିଛି। ଏବେ ରାଜସ୍ଥାନ ପଏଣ୍ଟ ଟେବୁଲର ପ୍ରଥମ ଓ କେକେଆର ଦ୍ୱିତୀୟ ସ୍ଥାନରେ ରହିଛି।

ଇଡେନ ଗାର୍ଡେନ୍ସରେ ଟସ୍‌ ହାରି ବ୍ୟାଟିଂ କରୁଥିବା ଘରୋଇ କେକେଆର ପାଇଁ ଆଜି ଫିଲ ସଲ୍ଟ କିଛି କରିପାରି ନଥିଲେ। ସେ ମାତ୍ର ୧୦ ରନ କରି ଆବେଶ ଖାନ ବଲରେ ଆଉଟ ହୋଇଥିଲେ। ଏହାପରେ କିନ୍ତୁ ନାରିନ ଓ ଅଙ୍ଗକ୍ରିଶ ରଘୁବଂଶୀ ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏଥିସହ ନାରିନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

ଉଭୟ ଦ୍ୱିତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୨୧ରୁ ନେଇ ୧୦୬ରେ ପହଞ୍ଚାଇ ଦେଇଥିଲେ। ତେବେ ୧୧ତମ ଓଭର ବୋଲିଂ କରୁଥିବା କୁଲଦୀପ ସେନ ୧୮ ବଲରେ ୩୦ ରନ କରିଥିବା ରଘୁବଂଶୀଙ୍କୁ ଆଉଟ କରିତ କେକେଆରକୁ ଦ୍ୱିତୀୟ ଝଟକା ଦେଇଥିଲେ।

ଅଧିନାୟକ ଶ୍ରେୟସ ଆୟର କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ କେବଳ ୧୧ ରନ କରି ପାରି ଥିଲେ। ତାଙ୍କ ୱିକେଟ ୟୁଜି ଚହଲ ନେଇଥିଲେ। ବଡ଼ ଶଟ ଖେଳିବା ଲୋଭରେ ଆନ୍ଦ୍ରେ ରସେଲ(୧୩) ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଥିଲେ।

ୱିକେଟ ଯାଉଥିଲେ ମଧ୍ୟ ନାରିନ ଚଳିତ ଆଇପିଏଲ ତଥା ଟି-୨୦ କ୍ୟାରିୟରରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଏହାପରେ ସେ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ଦଳୀୟ ସ୍କୋର ୧୯୫ ଥିବା ବେଳେ ବ୍ୟକ୍ତିଗତ ୧୦୯ ରନ କରି ସେ ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ କ୍ଲିନବୋଲ୍ଡ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ନାରିନ ୬ଟି ଛକା ଓ ୧୩ଟି ଚୌକା ବଳରେ ୧୦୯ ରନର ଇନିଂସ ଖେଳିଥିଲେ।

ଭେଙ୍କଟେଶ ଆୟର ୮ ଓ ଶେଷ ଭାଗରେ ରିଙ୍କୁ ସିଂହ ୯ ବଲରେ ୨୦ ରନର ଇନିଂସ ଖେଳିବାରୁ କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୨୩ ରନ କରିଛି। ଏବେ ରାଜସ୍ଥାନକୁ ୨୨୪ ରନର ବିଶାଳ ଟାର୍ଗେଟ ମିଳିଛି।

IPL Kolkata IPL 2024 KKR Sunil Narine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe