Advertisment

ରାଜସ୍ଥାନକୁ ୯୦ ରନରେ ରୋକିଲା ମୁମ୍ବାଇ

ଶାରଜା: ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ। ଉକ୍ତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବୋଲିଂ ଆଟାକ୍ ଆଗରେ ଆତ୍ମସମର୍ପଣ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଛି। ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ମୁମ୍ବାଇକୁ ମାତ୍ର ୯୧ ରନ୍ କରିବାକୁ ପଡ଼ିବ। ତା’ ଛଡ଼ା ମୁମ୍ବାଇ କମ୍ ଓଭର ଭିତରେ ଏହି ଲକ୍ଷ୍ୟକୁ ହାସଲ କରି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରାଜସ୍ଥାନକୁ ୯୦ ରନରେ ରୋକିଲା ମୁମ୍ବାଇ

mumbai

ଶାରଜା: ଚଳିତ ଆଇପିଏଲର ୫୧ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ। ଉକ୍ତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବୋଲିଂ ଆଟାକ୍ ଆଗରେ ଆତ୍ମସମର୍ପଣ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଛି। ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ମୁମ୍ବାଇକୁ ମାତ୍ର ୯୧ ରନ୍ କରିବାକୁ ପଡ଼ିବ। ତା’ ଛଡ଼ା ମୁମ୍ବାଇ କମ୍ ଓଭର ଭିତରେ ଏହି ଲକ୍ଷ୍ୟକୁ ହାସଲ କରି ନେଟ୍ ରନରେଟ୍ ବଢ଼ାଇବାକୁ ଚାହିଁବ।

Advertisment

ଶାରଜାରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଇନଫର୍ମ ଓପ୍ନର ଏଭିନ୍ ଲୁଇସ୍ ଓ ଯଶସ୍ୱୀ ଜୈସୱାଲ୍। ଦୁହେଁ ପ୍ରଥମେ ୱିକେଟ ପାଇଁ ୨୭ ରନ୍ ଯୋଡ଼ିଥିବା ବେଳେ ଯଶସ୍ୱୀ (୧୨)ଙ୍କୁ ନେଥନ କୁଲ୍ଟର-ନାଇଲ୍ ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟତମ ଓପ୍ନର ଲୁଇସ୍ ୨୪ (୧୯ ବଲ୍, ୩ ଚୌକା, ୧ ଛକା) ରନ୍ କରିଥିବା ବେଳେ ତାଙ୍କୁ ଯଶପ୍ରୀତ ବୁମ୍ରା ଆଉଟ୍ କରିଥିଲେ।

ଦୁଇ ଓପ୍ନରଙ୍କ ପ୍ୟାଭିଲିୟନ୍ ଫେରିବା ପରେ ରାଜସ୍ଥାନର ବ୍ୟାଟିଂ କୋଲାପ୍ସ ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ୍ ସଞ୍ଜୁ ସାମସନ୍ (୩), ଶିବମ୍ ଦୁବେ (୩) ଓ ଗ୍ଲେନ୍ ଫିଲିପ୍ସ (୪)ଙ୍କ ଭଳି ଇନଫର୍ମ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ଡେଭିଡ୍ ମିଲର୍ (୧୫) ଓ ରାହୁଲ୍ ତେୱାତିଆ (୧୨) ଧିମା ବ୍ୟାଟିଂ କରିଥିଲେ, ଯାହା ଦଳର ରନ୍ ଗତିରେ ପ୍ରଭାବ ପକାଇଥିଲା। ଶ୍ରେଷ କ୍ରମରେ ଶ୍ରେୟସ ଗୋପାଳ (୦) ଓ ଚେତନ ସାକାରିଆ (୬) କିଛି ଖାସ୍ କରିପାରି ନଥିଲେ।

Advertisment

ମୁମ୍ବାଇ ପକ୍ଷରୁ କୁଲ୍ଟର-ନାଇଲ୍ ୧୪ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେହିପରି ଜେମ୍ସ ନିଶାମ୍ ୧୨ ରନ୍ ଦେଇ ୩ଟି ଓ ବୁମ୍ରା ୧୪ ରନ୍ ଦେଇ ୩ଟି ସଫଳତା ହାସଲ କରିଛନ୍ତି।

IPL 2021