Advertisment

ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର୍

ପୂର୍ବରୁ ସୁପର-୮ରେ ଦୁଇଟିଯାକ ମ୍ୟାଚ ଜିତି ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିସାରିଛି ଭାରତ।

author-image
Madhupriya Mistry
IND vs AUS

IND vs AUS

ଟି-୨୦ ବିଶ୍ୱକପ୍ ସୁପର-୮ ପର୍ଯ୍ୟାୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ପୂର୍ବରୁ ସୁପର ଏଇଟରେ ଦୁଇଟିଯାକ ମ୍ୟାଚ ଜିତି ସେମିଫାଇନାଲ ପାଇଁ ସ୍ଥାନ ପକ୍କା କରିସାରିଛି ଭାରତ।

Advertisment

ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଓ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ହରାଇଥିଲା ଭାରତ। ସେପଟେ କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ସୁପର୍‌ ଏଇଟରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ ଜିତି ସେମିଫାଇନାଲ ଯିବାକୁ ପ୍ରାଣପଣେ ଚେଷ୍ଟା କରିବ କଙ୍ଗାରୁ ଟିମ୍।

ଆଜି ସନ୍ଧ୍ୟାରେ ଏହି ମ୍ୟାଚ୍‌ ହେବାକୁ ଥିବା ବେଳେ ବର୍ଷା ବାଧକ ସାଜିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦି ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୁଏ ତେବେ ଭାରତ ର୍ନିଦ୍ୱନ୍ଦ୍ୱରେ ସେମିଫାଇନାଲରେ ପ୍ରବେଶ କରିବ। ହେଲେ ଅଷ୍ଟ୍ରେଲିଆ ପାଇଁ ଦ୍ୱନ୍ଦ୍ୱ ରହିବ। 

Advertisment

ଟି-୨୦ ବିଶ୍ୱକପ୍‌ରେ ଭାରତ ଲଗାତର ବିଜୟୀ ହୋଇ ଗ୍ରୁପ୍‌-୧ରେ ୪ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। 

INDvsAUS ICC T20 World Cup 2024