Advertisment

ଇଣ୍ଡିଆ-ଇଂଲଣ୍ଡ ତୃତୀୟ ଟେଷ୍ଟ: ପ୍ରଥମ ପାଳିରେ ୪୪୫ ରନ୍ କଲା ଭାରତ

ପାଞ୍ଚ ଟିକିଆ ଏହି ଟେଷ୍ଟ୍ ସିରିଜରେ ଉଭୟ ଟିମ୍ ୧-୧ରେ ବରାବର ରହିଛନ୍ତି। ତୃତୀୟ ମ୍ୟାଚ୍ ଜିତି ଦୁଇ ଦଳ ସିରିଜ୍ କବଜା ଲକ୍ଷ୍ୟରେ ଅଛନ୍ତି।

ଅଦ୍ୟତନ ହୋଇଛି
Indian Player

Indian Player

Advertisment

ରାଜକୋଟରେ ଖେଳା ଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପାଳି ଆରମ୍ଭ କରି ୪୪୫ ରନ୍ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ପାଳି ବଳରେ ଦଳ ପ୍ରଥମ ଇନିଂସରେ ୪୪୫ ରନ୍ କରିଛି। 

Advertisment

ଗତକାଲି ଆରମ୍ଭ ହୋଇଥିଲା ମ୍ୟାଚ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ଦୁଇ ଓପନର ରୋହିତ ଓ ଯଶସ୍ୱୀ ଜୈସ୍ୱାଲ ପାଳି ଆରମ୍ଭ କରିଥିଲେ। କିନ୍ତୁ ଟିମ୍ ଇଣ୍ଡିଆକୁ ବ୍ୟାଟିଂ ବିପର୍ଯୟର ସାମ୍ନା କରିବାକୁ ପଡିଥିଲା। ମାତ୍ର ୩୩ ରନରେ ଜୈସ୍ୱାଲ, ଗିଲ୍ ଏବଂ ରଜତ ପଟିଦାରଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ଏହାପରେ ରୋହିତ, ଜାଡେଜା ଓ ଯୁବ ବ୍ୟାଟର ସର୍ଫରାଜ ଖାନ ରକ୍ଷଣାତ୍ମକ ପାଳି ଖେଳିଥିଲେ।

ପ୍ରଥମ ଇନିଂସରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ରୋହିତ ଶର୍ମା। ସେ ୧୩୧ ରନ୍ କରିଥିଲେ। ସେହିପରି ରବୀନ୍ଦ୍ର ଜାଡେଜାଙ୍କ ୧୧୨ ରନ୍ ଏବଂ ସର୍ଫରାଜଙ୍କ ୬୨ ରନ୍ ବଳରେ ଦଳ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୩୨୬ ରନ୍ କରିଥିଲା। ରୋହିତ ଶର୍ମା ୧୩୧ ରନ୍ କରି ଆଉଟ୍ ହୋଇଯାଇ ଥିବାବେଳେ ଡେବ୍ୟୁ ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳୁଥିବା ସର୍ଫରାଜ ରନ୍ ଆଉଟ୍ ହୋଇ ଯାଇଥିଲା। ଜାଡେଜା ଅପରାଜିତ ରହିଥିଲେ। କୁଳଦୀପ ଯାଦବ ତାଙ୍କ ସାଥ୍ ଦେଇଥିଲେ। 

Advertisment

ଆଜି ଦ୍ୱିତୀୟ ଦିନରେ ଜାଡେଜା ଓ କୁଳଦୀପ ପାଳି ଆରମ୍ଭ କରିଥିଲେ। କିନ୍ତୁ ଆରମ୍ଭରୁ ଯାଦବଙ୍କ ୱିକେଟ୍ ଯାଇଥିଲା। ଏହା ପରେ ପରେ ଜାଡେଜା ମଧ୍ୟ ପାଭିଲିଅନ ଫେରିଥିଲେ। ଜାଡେଜା ଆଉଟ୍ ହେବା ପରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ଧ୍ରୁବ ଜୁରେଲ ଏବଂ ଅଶ୍ୱିନୀଙ୍କ ଯୋଡ଼ି ଦଳୀୟ ସ୍କୋରକୁ ଆଗେଇ ନେଇଥିଲା। ଧ୍ରୁଭ ଜୁରେଲ ୪୬ ରନ୍ କରିଥିବା ବେଳେ ଅଶ୍ୱିନ ୩୭ ରନ୍ ଏବଂ ଯଶପ୍ରୀତ ବୁମ୍ରା ୨୬ ରନ୍ କରିଛନ୍ତି। 

ପାଞ୍ଚ ଟିକିଆ ଏହି ଟେଷ୍ଟ୍ ସିରିଜରେ ଉଭୟ ଟିମ୍ ୧-୧ରେ ବରାବର ରହିଛନ୍ତି। ତୃତୀୟ ମ୍ୟାଚ୍ ଜିତି ଦୁଇ ଦଳ ସିରିଜ୍ କବଜା ଲକ୍ଷ୍ୟରେ ଅଛନ୍ତି। 

Test Cricket ND Vs ENG 3rd Test ND Vs ENG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe