Advertisment

ଏସିଆ କପ: ନେପାଳ ପାଇଁ ଆସିଫଙ୍କ ଅର୍ଦ୍ଧଶତକ, ଭାରତକୁ ୨୩୧ ରନର ଟାର୍ଗେଟ

ନେପାଳ ବିସ୍ଫୋରକ ଆରମ୍ଭ କରିଥିବା ବେଳେ ଦଳ ପକ୍ଷରୁ ଓପନର ଆସିଫ ଶେଖ ଅର୍ଦ୍ଧଶତକ(୫୮) ରନ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
INDIA

INDIA

Advertisment

ବର୍ଷା ଯୋଗୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପଏଣ୍ଟ ଭାଗ କରିଥିବା ଟିମ ଇଣ୍ଡିଆ ଆଜି ଦ୍ୱିତୀୟ ମ୍ୟାଚ୍‌ରେ ନେପାଳକୁ ଭେଟୁଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେପାଳ ୪୮.୨ ଓଭରରେ ସମସ୍ତ ୱିକେଟ ହରାଇ ୨୩୦ ରନ କରିଛି। ଫଳରେ ଭାରତକୁ ଚଳିତ ଏସିଆ କପରେ ପ୍ରଥମ ବିଜୟ ପାଇଁ ୨୩୧ ରନର ଟାର୍ଗେଟ ମିଳିଛି।

Advertisment

ନେପାଳ ବିସ୍ଫୋରକ ଆରମ୍ଭ କରିଥିବା ବେଳେ ଦଳ ପକ୍ଷରୁ ଓପନର ଆସିଫ ଶେଖ ଅର୍ଦ୍ଧଶତକ(୫୮) ରନ ହାସଲ କରିଛନ୍ତି। କିନ୍ତୁ ମଧ୍ୟକ୍ରମର ବ୍ୟାଟର ସାମାନ୍ୟ ଧିମା ଖେଳିବାରୁ ନେପାଳ ଆଶା ଅନୁଯାୟୀ ବଡ଼ ସ୍କୋର କରିବାରେ ସକ୍ଷମ ହୋଇନି। ତଥାପି ଦଳ ଗୋଟିଏ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି।

ଶ୍ରୀଲଙ୍କାରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ନେପାଳର ଦୁଇ ଓପନର କୁଶଲ ଭୁରଟେଲ ଓ ଆସିଫ ଶେଖ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ସେମାନେ ମହମ୍ମଦ ଶାମି ଓ ମହମ୍ମଦ ସିରାଜଙ୍କୁ ବଡ଼ ବଡ଼ ଶଟ ମାରିଥିଲେ।

Advertisment

ଉଭୟ ୧୦ ଓଭର ମଧ୍ୟରେ ଦଳୀୟ ସ୍କୋରକୁ ୬୫ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ଶାର୍ଦ୍ଦୁଲ ଠାକୁର ୨୫ ବଲରେ ୩୮ ରନ କରିଥିବା କୁଶଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଭୀମ ଶାରକି(୭), ଅଧିନାୟକ ରୋହିତ ପୌଡେଲ(୨) ଓ କୁଶଲ ମଲ୍ଲା(୨) ବେଶୀ କିଛି କରି ପାରି ନଥିଲେ। ଏହି ୩ ଜଣଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଆସିଫ ଶେଖ ଦମଦାର ବ୍ୟାଟିଂ ଜାରି ରଖିଥିଲେ।

ଏଥିସହ ଭାରତ ବିପକ୍ଷରେ ସେ ପ୍ରଥମଥର ଦିନିକିଆରେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେ ୫୮ ରନ କରି ଦଳୀୟ ସ୍କୋରକୁ ଆଗକୁ ନେଉଥିବା ବେଳେ ମହମ୍ମଦ ସିରାଜ ନିଜର ଦ୍ୱିତୀୟ ସ୍ପେଲରେ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଶେଖଙ୍କୁ ସାଥ ଦେଇଥିବା ଗୁଲଶନ ଝା(୨୩)ଙ୍କ ୱିକେଟ ମଧ୍ୟ ସିରାଜଙ୍କ ଖାତାକୁ ଯାଇଥିଲା।

ଏତିକି ବେଳେ ଦୀପେନ୍ଦ୍ର ସିଂହ ଏରୀ ଓ ସୋମପଲ କାମି ସ୍ଥିତି ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ମୁକାବିଲା କରି ୭ ୱିକେଟ ପାଇଁ ୫୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୯୪ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୯ ରନ କରିଥିବା ଦୀପେନ୍ଦ୍ରଙ୍କୁ ଆଉଟ କରିଥିଲେ। ତେବେ ସନ୍ଦୀପ ଲାମିଚେନଙ୍କ ସହ ମିଶି ସୋମପଲ ଦଳୀୟ ସ୍କୋରକୁ ୨୨୮ ଯାଏ ନେଇଥିଲେ। ଏଥିସହ ସେ ମଧ୍ୟ ଅର୍ଦ୍ଧଶତକର ଦ୍ୱାରଦେଶରେ ପହଞ୍ଚି ଯାଇଥିଲେ।

କିନ୍ତୁ ସେ ୪୮ ରନ କରିଥିବା ବେଳେ ମହମ୍ମଦ ଶାମି ତାଙ୍କୁ ୱିକେଟ କିପର ଈଶାନ କିଶନଙ୍କ ହାତରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଗୋଟିଏ ରନ ପରେ ସନ୍ଦୀପ(୯) ମଧ୍ୟ ରନ ଆଉଟ ହୋଇ ଯାଇଥିଲେ। ସେହିପରି ଦଳୀୟ ସ୍କୋର ୨୩୦ ଥିବା ବେଳେ ଲଳିତ ରାଜବଂଶୀ(୦)ଙ୍କୁ ବୋଲ୍ଡ କରି ସିରାଜ ନେପାଳ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

ଭାରତ ପକ୍ଷରୁ ଜାଡେଜା ଓ ସିରାଜ ୩ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। 

Indian Cricket Team Asia Cup Cricket Team India Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe