Advertisment

ଡଚ୍‌ ଟିମ ୧୭୯ରେ ଅଲଆଉଟ, ରନ ଆଉଟ ହେଲେ ଟପ ୪ ବ୍ୟାଟର

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡଚ୍‌ ଟିମର ୪ ଜଣ ଟପ୍‌ ଅର୍ଡର ବ୍ୟାଟର୍‌ ରନ ଆଉଟ ହୋଇଛନ୍ତି। ତେଣୁ ବଡ଼ ସ୍କୋର ଅଭିମୁଖେ ଯାଉଥିବା ନେଦରଲ୍ୟାଣ୍ଡ୍ସ ୧୮୦ ପାର କରିବାକୁ ସକ୍ଷମ ହୋଇନାହିଁ।

NED

NED

Advertisment

ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଘାଇଲା ହୋଇଛି ନେଦରଲ୍ୟାଣ୍ଡ୍ସ। ଭଲ ଆରମ୍ଭ ସତ୍ତ୍ୱେ ଦଳ ୪୬.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ ମାତ୍ର ୧୭୯ ରନ କରିଛି। ଫଳରେ ଆଫଗାନିସ୍ତାନକୁ ଚଳିତ ବିଶ୍ୱକପରେ ୪ର୍ଥ ବିଜୟ ପାଇଁ ୧୮୦ ରନର ଟାର୍ଗେଟ ମିଳିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡଚ୍‌ ଟିମର ୪ ଜଣ ଟପ୍‌ ଅର୍ଡର ବ୍ୟାଟର୍‌ ରନ ଆଉଟ ହୋଇଛନ୍ତି। ତେଣୁ ବଡ଼ ସ୍କୋର ଅଭିମୁଖେ ଯାଉଥିବା ନେଦରଲ୍ୟାଣ୍ଡ୍ସ ୧୮୦ ପାର କରିବାକୁ ସକ୍ଷମ ହୋଇନାହିଁ।

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଡଚ୍‌ ଟିମ ପ୍ରଥମ ଓଭର୍‌ରେ ହିଁ ୱେସଲେ ବାରେସିଙ୍କୁ ହରାଇଥିଲା। ଏହାପରେ ମାକ୍ସ ଓ’ ଡାଉଦ ଓ କୋଲିନ ଆକରେମାନ ଦମଦାର ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋରକୁ ଉଭୟ ୭୩ରେ ମଧ୍ୟ ପହଞ୍ଚାଇ ଦେଇଥିଲେ। କିନ୍ତୁ ୪୦ ବଲରେ ୪୨ ରନ କରିଥିବା ଡାଉଦ ରନ ଆଉଟ ହୋଇଯାଇଥିଲେ।

Advertisment

ଏହାପରେ ଆକେରମାନ ମଧ୍ୟ ୨୯ ରନ କରି ସମଦଶା ଭୋଗିଥିଲେ। ପରବର୍ତ୍ତୀ ବଲରେ ଇନଫର୍ମ ସ୍କଟ ଏଡୱାର୍ଡ(୦) ପ୍ରଥମ ବଲରେ ହିଁ ରନ ଆଉଟ ହୋଇଥିଲେ। ଏହାପରେ ଡଚ୍‌ ଟିମର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।

ବାସ ଡେ ଲିଡେ(୩), ସାକିବ ଜୁଲଫିକର(୩), ଲୋଗାନ ଭାନ ବୀକ(୨) ରନ କରି ପ୍ୟାଭିଲିୟନ ଫେରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ସାୟବ୍ରାଣ୍ଡ ଲଢ଼େଇ କରିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ସେ କ୍ରିଜ୍‌ରେ ସେଟ ହୋଇ ସାରିଥିବାରୁ ତାଙ୍କ ଠାରୁ ଦଳ ବଡ଼ ଇନିଂସ ଆଶା କରୁଥିଲା। କିନ୍ତୁ ରୋଲଫ ଭାନ ଡେର ମେରୱେଙ୍କ ସହ ତାଳମେଳ ଅଭାବରୁ ୫୮ ରନ କରି ସାୟବ୍ରାଣ୍ଡ ରନ ଆଉଟ ହୋଇଯାଇଥିଲେ। ୧୫୨ ରନରେ ଡଚ୍‌ ଟିମ ୮ମ ୱିକେଟ ହରାଇଥିଲା।

ଏହାପରେ ମେରୱେ ୧୧ ଓ ଆର୍ଯ୍ୟନ ଦତ୍ତ ଅପରାଜିତ ୧୦ ରନ କରିବାରୁ ନେଦରଲ୍ୟାଣ୍ଡ୍ସ ୧୭୯ ଯାଏ ଯାଇଥିଲା। ଶେଷରେ ମହମ୍ମନ ନବି ୪ ରନ କରିଥିବା ପଲ ଭାନ ମିକେରନଙ୍କୁ ଆଉଟ କରି ଡଚ୍‌ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଆଫଗାନ ପକ୍ଷରୁ ନବୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ନୁର ଅହମଦ ୨ଟି ଓ ମୁଜିବ ଉର ରହମାନ ଗୋଟିଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe