Advertisment

ବିଶ୍ୱକପ୍ ଫାଇଟ୍: ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୩ ରନର ଟାର୍ଗେଟ ଦେଲା ନେଦରଲ୍ୟାଣ୍ଡସ

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦୃଢ ମନୋବଳରେ ରହିଛି ନେଦରଲ୍ୟାଣ୍ଡସ।

ଅଦ୍ୟତନ ହୋଇଛି
Nedarland's Player

Nedarland's Player

Advertisment

ବିଶ୍ୱକପରେ ନେଦରଲ୍ୟାଣ୍ଡସର ଜବରଦସ୍ତ କମବ୍ୟାକ୍। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦୃଢ ମନୋବଳରେ ରହିଛି ଟିମ୍। ଆଜିର ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଶ୍ରୀଲଙ୍କାକୁ ଦେଇଛି ୨୬୩ ରନର ଟାର୍ଗେଟ। ୪୯.୪ ଓଭରରେ ଦଳ ସମସ୍ତ ୱିକେଟ ହରାଇ ସଂଗ୍ରହ କରିଛି ୨୬୨ ରନ୍।

Advertisment

ଦିନିକିଆ ବିଶ୍ୱକପର ୧୯ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଶ୍ରୀଲଙ୍କା ଓ ନେଦରଲ୍ୟାଣ୍ଡସ। ଶ୍ରୀଲଙ୍କା ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଏହାପରେ ନେଦରଲ୍ୟାଣ୍ଡସ ପକ୍ଷରୁ ବିକ୍ରମଜିତ ସିଂହ ଏବଂ ମ୍ୟାକ୍ସ ଓଡୱଡ ଓପନିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ପ୍ରାରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା ଟିମ୍। ୧୩ ବଲ୍ ଖେଳି ମାତ୍ର ୪ ରନରେ ପାଭିଲିଅନ୍ ଫେରିଥିଲେ ଓପନର୍ ବିକ୍ରମଜିତ।

ଏହାପରେ ମ୍ୟାକ୍ସ ମଧ୍ୟ ୧୬(୨୭) ରନ୍ କରି କସୁନ ରଜିଥାଙ୍କ ଶିକାର ହୋଇଥିଲେ। ୨୧ ଓଭର ବେଳକୁ ଦଳ ମାତ୍ର ୯୧ ରନ୍ କରିଥିବା ବେଳେ ୬ ୱିକେଟ୍ ହରାଇ ସାରିଥିଲା। ଦଳର ଏହି ବିପର୍ଯ୍ୟୟ ପରେ ବଡ ସ୍କୋରର ଆଶା କରାଯାଉନଥିଲା, ମାତ୍ର ସିବ୍ରାନ୍ଦ ଏବଂ ଲୋଗାନଙ୍କ ଯୋଡି ମ୍ୟାଚରେ ରୋମାଞ୍ଚ ଭରିଥିଲେ।

Advertisment

ଉଭୟ ବଡ ବଡ ସର୍ଟ ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିକୁ ନେଇଥିଲେ। ଦଳୀୟ ସ୍କୋର୍ ୨୨୧ ହୋଇଥିବା ବେଳେ ସିବ୍ରନ୍ଦ ୭୦ ରନ୍ କରି ପାଭିଲିଅନ୍ ଫେରିଥିଲେ। ଏହାପରେ ଲୋଗନଙ୍କଠାରୁ କିଛି ବଡ ଆଶା କରାଯାଉଥିଲା। ସେ ଭଲ ପ୍ରଦର୍ଶନ ଜାରି ରଖିଥିଲେ ବି ୫୯ ରନ୍ କରି ଆଉଟ୍ ହୋଇ ଯାଇଥିଲେ। ଦଳ ପକ୍ଷରୁ କୋଲ୍ଲନ ୨୯ ଏବଂ ସ୍କଟ୍ ଏଡୱାର୍ଡ 16 କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନଥିଲେ।

ପ୍ରାରମ୍ଭରେ ବିପର୍ଯ୍ୟୟ ସତ୍ତ୍ୱେ ସ୍କୋର୍ ୨୬୨ ଛୁଇଁବା ସମସ୍ତଙ୍କୁ ଚକିତ କରିଛି। ପୂର୍ବ ମ୍ୟାଚରେ ମଧ୍ୟ ଏହି ଟିମ୍ ଚକମା ଦେଇଥିଲା। ବିଶ୍ୱକପ ମଇଦାନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ନେଦରଲ୍ୟାଣ୍ଡସ ଖେଳାଳି। ୨୬୩ ରନର ଟାର୍ଗେଟ ନେଇ ଶ୍ରୀଲଙ୍କା ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ମ୍ୟାଚ୍ ନିଶ୍ଚିତ ରୂପେ ରୋମାଞ୍ଚକର ହେବ। 

Cricket ICC Sports CWC 2023 ICCC World Cup Ned Vs SL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe