Advertisment

ରାଞ୍ଚିରେ ସିରାଜଙ୍କୁ ମିଳିବେ ନୂଆ ପାର୍ଟନର!

କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଯେ ସିରାଜଙ୍କ ସହ ୪ର୍ଥ ଟେଷ୍ଟରେ ଦ୍ରୁତ ବୋଲିଂ କମାଣ କିଏ ସମ୍ଭାଳିବେ? ଦଳରେ ମୁକେଶ କୁମାର ରହିଛନ୍ତି। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା କଷ୍ଟକର।

Siraj

Siraj

Advertisment

ଆସନ୍ତା ଶୁକ୍ରବାର ଠାରୁ ରାଞ୍ଚିରେ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ। ଏହି ଟେଷ୍ଟରେ ଭାରତୀୟ ଟିମ ଷ୍ଟାର ବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।

Advertisment

ତେଣୁ ୪ର୍ଥ ଟେଷ୍ଟରେ ଭାରତ ପାଇଁ ୩ଟି ଯାକ ଟେଷ୍ଟରେ ଦମ ଦେଖାଇଥିବା ବୁମ୍ରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କ ପାର୍ଟନର କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ଆହତ ସମସ୍ୟା ଯୋଗୁ କେଏଲ ରାହୁଲ ମଧ୍ୟ ୪ର୍ଥ ଟେଷ୍ଟ ଖେଳି ନ ପାରନ୍ତି।

କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଯେ ସିରାଜଙ୍କ ସହ ୪ର୍ଥ ଟେଷ୍ଟରେ ଦ୍ରୁତ ବୋଲିଂ କମାଣ କିଏ ସମ୍ଭାଳିବେ? ଦଳରେ ମୁକେଶ କୁମାର ରହିଛନ୍ତି। କିନ୍ତୁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା କଷ୍ଟକର। କାରଣ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା। ହେଲେ ସେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

Advertisment

ଏପରି ସ୍ଥିତିରେ ବେଙ୍ଗଲର ଦ୍ରୁତ ବୋଲର ଆକାଶ ଦୀପଙ୍କୁ ଭାରତୀୟ ଟିମରେ ଡେବ୍ୟୁ କରିବାକୁ ସୁଯୋଗ ମିଳିପାରେ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଆକାଶ ଦୀପ ରାଞ୍ଚିରେ ଡେବ୍ୟୁ କରିବାର ସମ୍ଭାବନା ଥିବା ରିପୋର୍ଟ ପ୍ରକାଶ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ମୁକେଶ କୁମାର ଓ ଆକାଶ ଦୀପଙ୍କ ମଧ୍ୟରୁ ଜଣେ ରାଞ୍ଚିରେ ସିରାଜଙ୍କ ବୋଲିଂ ପାର୍ଟନର ବନିବେ। ନିକଟରେ ଆକାଶ ଦୀପ ରଣଜୀ ଟ୍ରଫିରେ ଭଲ ପ୍ରଦର୍ଶନ କରିଛନ୍ତି। ଇଣ୍ଡିଆ ଏ ପାଇଁ ସେ ଇଂଲଣ୍ଡ ଲାଏନ୍ସ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ୧୦ ୱିକେଟ ଦଖଲ କରିଛନ୍ତି।

ବେଙ୍ଗଲ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଆକାଶ ଦୀପ ୩୯ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୦୪ ୱିକେଟ ନେଇଛନ୍ତି। ତାଙ୍କ ବୋଲିଂ ହାର ୨୩.୫୮ ରହିଛି। ତେଣୁ ମୁକେଶ କୁମାରଙ୍କ ବଦଳରେ ଆକାଶ ଦୀପଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। 

ବର୍ତ୍ତମାନ ଭାରତ ୫ ଟିକିଆ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିଥିବା ବେଳେ ବାକି ୨ଟି ଟେଷ୍ଟରେ ଭାରତ ବାଜିମାତ କରିଛି। ଏବେ ୪ର୍ଥ ଟେଷ୍ଟ ଶୁକ୍ରବାର ଠାରୁ ରାଞ୍ଚିରେ ଆରମ୍ଭ ହେବ।

Cricket Mohammed Siraj Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe