Advertisment

ଟି-୨୦ ବିଶ୍ୱକପରେ ପାଣ୍ଡ୍ୟା ନୁହେଁ, ଏହି ଖେଳାଳି ହେବେ ଉପ ଅଧିନାୟକ!

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ଭାରତୀୟ ସ୍କ୍ୱାଡ।

author-image
Hemant Lenka
Hardik

Hardik

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ଭାରତୀୟ ସ୍କ୍ୱାଡ। ୧୫ ଜଣିଆ ସ୍କ୍ୱାଡ ପାଇଁ ଅନେକ ଦାବିଦାର ରହିଛନ୍ତି। ଆଇପିଏଲ ପ୍ରଦର୍ଶନକୁ ବିସିସିଆଇ ଗୁରୁତ୍ୱ ଦେବ ନା ଅଭିଜ୍ଞ ଖେଳାଳିଙ୍କୁ ବିଶ୍ୱକପକୁ ଛାଡ଼ିବ, ତା’କୁ ନେଇ ମାନସମନ୍ଥନ ଚାଲିଛି।

Advertisment

ଏସବୁ ଭିତରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଉପ ଅଧିନାୟକ ପଦ ୱିକେଟ କିପର ଋଷଭ ପନ୍ତଙ୍କୁ ମିଳିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଏହି ପଦ ଛାଡ଼ାଇ ନେଇ ବିସିସିଆଇ ପନ୍ତଙ୍କୁ ଦାୟିତ୍ୱ ଦେବ ବୋଲି କ୍ରିକବଜରେ ରିପୋର୍ଟ ପ୍ରକାଶ ପାଇଛି।

କାର ଦୁର୍ଘଟଣାର ଦୀର୍ଘ ୧୮ ମାସ ପରେ ପନ୍ତ ୨୦୨୪ ଆଇପିଏଲକୁ ଫେରିଛନ୍ତି। ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବା ସହ ଦମଦାର ଫର୍ମରେ ମଧ୍ୟ ରହିଛନ୍ତି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଆଇପିଏଲରେ ଉଭୟ ବ୍ୟାଟିଂ ଓ ବୋଲିଂକୁ ନେଇ ସଂଘର୍ଷ କରୁଛନ୍ତି।

Advertisment

ସେହିପରି ଅନେକ କ୍ରିକେଟ ପଣ୍ଡିତ ତାଙ୍କ କ୍ୟାପ୍ଟେନ୍ସି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେଣୁ ୨୦୨୪ ଟି-୨୦ ବିଶ୍ୱକପରେ ରୋହିତଙ୍କ ଡେପୁଟି ହେବା ପାଇଁ ପନ୍ତ ସବୁଠାରୁ ଆଗରେ ରହିଛନ୍ତି। 

ରିପୋର୍ଟରେ ଦାବି କରାଯାଇଛି ଯେ ଜାତୀୟ ଚୟନକର୍ତ୍ତା ଖୁବଶୀଘ୍ର ସ୍କ୍ୱାଡ ଘୋଷଣା କରିବେ। ଏହି ସମୟରେ ପନ୍ତଙ୍କୁ ଉପ ଅଧିନାୟକ ପଦରେ ସ୍ଥାନିତ କରାଯିବ। ୨୦୨୨ ଜୁନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ପନ୍ତ ଭାରତର ନେତୃତ୍ୱ ନେଇଥିଲେ। ସେ ମଧ୍ୟ ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ୱିକେଟ କିପର ଭାବେ ଖେଳିବେ। ଏହାକୁ ଦୃଷ୍ଟିରେ ରଖି ପନ୍ତ ଉପ ଅଧିନାୟକ ପଦ ପାଇବେ।

ଏହାବାଦ ଦ୍ୱିତୀୟ ୱିକେଟ କିପର ଭାବେ କିଏ ଟିମରେ ସ୍ଥାନ ପାଇବେ, ତା’କୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଯାଇଛି। କେଏଲ ରାହୁଲ ଓ ସଞ୍ଜୁ ସାମସନ ଚମତ୍କାର ଫର୍ମରେ ରହିଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ କାହା ଉପରେ ଚୟନକର୍ତ୍ତା ଅଧିକ ଭରସା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Hardik Pandya Rishabh Pant T20 Match T20 World Cup