Advertisment

ଟି-୨୦ ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡକୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ପ୍ରଥମେ ବ୍ୟାଟିଂ କରି ରାଶିଦ ଖାନଙ୍କ ଆଫଗାନିସ୍ତାନ ଓପନର ରହମନୁଲ୍ଲା ଗୁରବାଜଙ୍କ ୫୬ ବଲରେ ବିସ୍ଫୋରକ ୮୦, ଇବ୍ରାହିମ ଜଦ୍ରାନଙ୍କ ୪୪ ଓ ଅଜମତୁଲ୍ଲା ଓମରଜାଇଙ୍କ ୨୨ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
T20

T20

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଟି-୨୦ ବିଶ୍ୱକପରେ ପୁଣି ଗୋଟିଏ ବିପର୍ଯ୍ୟୟ ଘଟିଛି। ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପର ଅଭିଯାନ ପରାଜୟରୁ ଆରମ୍ଭ କରିଛି।

Advertisment

ଦଳ ଆଜି ଅପେକ୍ଷାକୃତ ଆଫଗାନିସ୍ତାନ ଠାରୁ ଏକତରଫା ଭାବେ ୮୪ରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ରାଶିଦ ଖାନଙ୍କ ଆଫଗାନିସ୍ତାନ ଓପନର ରହମନୁଲ୍ଲା ଗୁରବାଜଙ୍କ ୫୬ ବଲରେ ବିସ୍ଫୋରକ ୮୦, ଇବ୍ରାହିମ ଜଦ୍ରାନଙ୍କ ୪୪ ଓ ଅଜମତୁଲ୍ଲା ଓମରଜାଇଙ୍କ ୨୨ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ କରିଥିଲା।

ଲାଗୁଥିଲା କେନ ୱିଲିୟମ୍ସଙ୍କ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ ବେଶ ସହଜରେ ମ୍ୟାଚ୍‌କୁ ଜିତି ନେବ। ହେଲେ ଆଫଗାନିସ୍ତାନର ବୋଲିଂ ଆଟାକ ଆଗରେ କ୍ୱିୱି ଟିମ ଚିତପଟାଙ୍ଗ ମାରିଛି। ଫଜଲହକ ଫାରୁକି ଓ ରାଶିଦ ଖାନଙ୍କ ଘାତକ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ୧୫.୨ ଓଭରରେ ମାତ୍ର ୭୫ ରନ କରି ଅଲଆଉଟ ହୋଇଯାଇଛି।

Advertisment

ଫାରୁକି ଓ ରାଶିଦ ୪ଟି ଲେଖାଏ ୱିକେଟ ନେଇଛନ୍ତି। ମହମ୍ମଦ ନବିଙ୍କ ଖାତାକୁ ୨ଟି ୱିକେଟ ଯାଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କେବଳ ଗ୍ଲେନ ଫିଲିପ୍ସ ସର୍ବାଧିକ ୧୮ ଓ ମ୍ୟାଟ ହେନରୀ ୧୨ ରନ କରିଥିଲେ। ବାକି କୌଣସି ବ୍ୟାଟର ୨ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ।

ଚଳିତ ବିଶ୍ୱକପରେ ଏହା ଆଫଗାନିସ୍ତାନର ଦ୍ୱିତୀୟ ବିଜୟ। ସେହିପରି ନ୍ୟୁଜିଲ୍ୟାଣ୍ଡ ପ୍ରଥମ ମ୍ୟାଚ୍‌ରେ ହିଁ ହାରିଛି।

ଆଉ ଏକ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ମାତ୍ର ୨ ୱିକେଟରେ ହରାଇଛି ବାଂଲାଦେଶ। ୱାନିନ୍ଦୁ ହସରଙ୍ଗାଙ୍କ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୨୪ ରନ କରିଥିଲା।

ଦଳ ପକ୍ଷରୁ ପଥୁମ ନିଶଙ୍କା ସର୍ବାଧିକ ୪୭ ରନର ଇନିଂସ ଖେଳିଥିଲେ। ବାଂଲାଦେଶ ପାଇଁ ମୁସ୍ତାଫିଜୁର ରହମାନ ୩ଟି ଓ ରିଶାଦ ହୁସେନ ୩ଟି ଲେଖାଏ ୱିକେଟ ନେଇଥିଲେ।

୧୨୫ ରନର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ତୋହିଦ ହ୍ରିଦୋୟ(୪୦) ଓ ଲିଟନ ଦାସଙ୍କ ୩୬ ରନ ଯୋଗୁ ବାଂଲାଦେଶ ୬ଟି ବଲ ପୂର୍ବରୁ ୮ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ନୁୱାନ ତୁଶାରା ୪ଟି ୱିକେଟ ନେଇଥିଲେ ହେଁ ଦଳକୁ ବିଜୟ କରି ପାରି ନଥିଲେ।

Afganistan T20 Match T20 World Cup Afghanistan Cricket T20 Cricket