Advertisment

ନକଆଉଟରେ ନ୍ୟୁଜିଲ୍ୟାଣ୍ଡର ରେକର୍ଡ ଖରାପ, ଭାରତ ଯିବ କି ସେମିଫାଇନାଲ୍?

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ତିନୋଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଉ ଫ୍ୟାନ୍ ମଧ୍ୟ ଏହି ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଯଦି ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଜିତିଯିବ, ତାହେଲେ ଟିମ୍ ସେମିଫାଇନାଲକୁ କ୍ୱାଲିଫାଏ କରିବ। ଯଦି ନ୍ୟୁଜିଲ୍ୟାଣ୍ଡ ହାରିବ, ତାହେଲେ ଦୁଇଟି ଟିମ୍ ପାଇଁ ସେମି ବାଟ୍ ଫିଟିଯିବ। ପ୍ରଥମେ ଆଫଗାନିସ୍ତାନ ଏବଂ ଦ୍ୱିତୀୟ ହେଉଛି ଟିମ୍ ଇଣ୍ଡିଆ। ଆଫଗାନିସ୍ତାନ […]

author-image
Ranjit Kumar Jena
ନକଆଉଟରେ ନ୍ୟୁଜିଲ୍ୟାଣ୍ଡର ରେକର୍ଡ ଖରାପ, ଭାରତ ଯିବ କି ସେମିଫାଇନାଲ୍?

nz

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ରବିବାର ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ତିନୋଟି ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ। ଆଉ ଫ୍ୟାନ୍ ମଧ୍ୟ ଏହି ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଯଦି ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ଜିତିଯିବ, ତାହେଲେ ଟିମ୍ ସେମିଫାଇନାଲକୁ କ୍ୱାଲିଫାଏ କରିବ। ଯଦି ନ୍ୟୁଜିଲ୍ୟାଣ୍ଡ ହାରିବ, ତାହେଲେ ଦୁଇଟି ଟିମ୍ ପାଇଁ ସେମି ବାଟ୍ ଫିଟିଯିବ। ପ୍ରଥମେ ଆଫଗାନିସ୍ତାନ ଏବଂ ଦ୍ୱିତୀୟ ହେଉଛି ଟିମ୍ ଇଣ୍ଡିଆ।

Advertisment

ଆଫଗାନିସ୍ତାନ ମ୍ୟାଚ୍ ଜିତିଲେ ଭାରତର ସେମିଫାଇନାଲ୍ ଆଶା ଉଜ୍ଜୀବିତ ରହିବ। ତେବେ ନ୍ୟୁଜିଲ୍ୟାଣ୍ଡ କୌଣସି ପରିସ୍ଥିତିରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚକୁ ହାଲୁକା ଭାବେ ନେବ ନାହିଁ। ଯଦି ଆମେ ରେକର୍ଡ ଓ ପରିସଂଖ୍ୟାନ କଥା କହିବା, ତାହେଲେ ନ୍ୟୁଜିଲ୍ୟାଣ୍ଡ ଉପରେ ଚାପ ଅଧିକ ରହିଛି।

ନ୍ୟୁଜିଲ୍ୟାଣ୍ଡ ଟିମ୍ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିପାରିନାହିଁ। ଦୁଇଥର ସେମାନଙ୍କର ଯାତ୍ରା ସେମିଫାଇନାଲରେ ଶେଷ ହୋଇଛି। ୨୦୦୭ରେ ପ୍ରଥମ ଟି-୨୦ ମ୍ୟାଚରେ ପାକିସ୍ତାନ ସେମିରେ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇଥିଲା। ଶେଷଥର ଅର୍ଥାତ୍ ୨୦୧୬ ଟି-୨୦ ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୭ ୱିକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା।

Advertisment

ନିକଟ ରେକର୍ଡ ଦେଖିବାକୁ ଗଲେ ନ୍ୟୁଜିଲ୍ୟାଣ୍ଡ ଟିମ୍ ୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା। ଲର୍ଡ୍ସର ମଇଦାନରେ ଇଂଲଣ୍ଡ ବିପକ୍ଷ ଖେଳାଯାଇଥିବା ଫାଇନାଲ୍ ଟାଇ ରହିଥିଲା। ପରେ ସୁପର୍ ଓଭରରେ ଇଂଲଣ୍ଡ ବିଜୟୀ ହୋଇଥିଲା। ଟି-୨୦ ଓ ଦିନିକିଆରେ ଓଭରଅଲ୍ ରେକର୍ଡ ଉପରେ ନଜର ପକାଇଲେ, ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ନକଆଉଟ୍ ମ୍ୟାଚ୍ ଅର୍ଥାତ୍ ସେମିଫାଇନାଲ୍, ଫାଇନାଲ୍ ଓ କ୍ୱାର୍ଟରଫାଇନାଲର ୪୪ ମ୍ୟାଚରୁ ୧୩ଟିରେ ବିଜୟୀ ହୋଇଛି। ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡ ୩୦ଟି ମ୍ୟାଚରେ ପରାସ୍ତ ହୋଇଛି। ଅର୍ଥାତ୍ ୬୮ ପ୍ରତିଶତ ନକଆଉଟ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ପରାଜୟ ହୋଇଛି। କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲ୍ୟାଣ୍ଡର ଏହା ସବୁଠାରୁ ଖରାପ ପ୍ରଦର୍ଶନ।

ତେବେ ନିକଟରେ ନ୍ୟୁଜିଲ୍ୟାଣ୍ଡର ଏହି ରେକର୍ଡରେ ସାମାନ୍ୟ ସୁଧାର ଆସିଛି। ଗତ ୫ଟି ନକଆଉଟ୍ ମୁକାବିଲାରୁ ନ୍ୟୁଜିଲ୍ୟାଣ୍ଡ ୩ଟିରେ ବିଜୟୀ ହୋଇଛି। ଏଥିରୁ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍ ସାମିଲ୍ ଅଛି। ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଥିଲା। ଏହାବ୍ୟତୀତ କିୱି ଟିମ୍ ୨୦୧୫ ବିଶ୍ୱକପ୍ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲରେ ବିଜୟୀ ହୋଇଥିଲା। କିନ୍ତୁ ଟିମ୍ ଉଭୟ ବିଶ୍ୱକପର ଫାଇନାଲରେ ପରାସ୍ତ ହୋଇଥିଲା।

ICCT20 World Cup 2021