Advertisment

ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ, ଭାରତର ବ୍ୟାଟିଂ

ସାଉଥାମ୍ପଟନ: ବର୍ଷାର ଲୁଚକାଳୀ ଖେଳ ପରେ ଶେଷରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟସ୍‌ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କୋହଲା ପାଗରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ସାଉଥାମ୍ପଟନର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏହି କାରଣ ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ବର୍ଷାର ଲୁଚକାଳୀ ଖେଳ ଜାରି ରହିବାର ଆଶଙ୍କା ଥିବାରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତିଲା ନ୍ୟୁଜିଲ୍ୟାଣ୍ଡ, ଭାରତର ବ୍ୟାଟିଂ

Toss

ସାଉଥାମ୍ପଟନ: ବର୍ଷାର ଲୁଚକାଳୀ ଖେଳ ପରେ ଶେଷରେ ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟସ୍‌ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କୋହଲା ପାଗରେ ଭାରତ ପ୍ରଥମେ ବ୍ୟାଟିଂ କରିବ।

Advertisment

ସାଉଥାମ୍ପଟନର ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି କୁହାଯାଉଛି। ଏହି କାରଣ ପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏଥିସହ ବର୍ଷାର ଲୁଚକାଳୀ ଖେଳ ଜାରି ରହିବାର ଆଶଙ୍କା ଥିବାରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବୋଲିଂ କରି ବିରାଟ ବାହିନୀକୁ ବ୍ୟାକଫୁଟକୁ ଠେଲିବାକୁ ଲକ୍ଷ୍ୟ ରଖିଛି।

ନ୍ୟୁଜିଲ୍ୟାଣ୍ଡ ୪ ଜଣ ଦ୍ରୁତ ବୋଲରଙ୍କ ସହ ଅଲରାଉଣ୍ଡ କଲିନ ଡି ଗ୍ରାଣ୍ତହୋମଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିଛି। ସ୍ପିନର ଏଜାଜ ପଟେଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ନ୍ୟୁଜିଲ୍ୟାଣ୍ଡ କୌଣସି ସ୍ପିନରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇନାହିଁ।

Advertisment

ଅନ୍ୟପକ୍ଷରେ ଭାରତ ଦୁଇ ଜଣ ସ୍ପିନର ଓ ୩ ଜଣ ଦ୍ରୁତ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଇବ।

ଭାରତୀୟ ଟିମ: ରୋହିତ୍ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ୍‌ କୋହଲି (କ୍ୟାପଟେନ୍), ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, ଆର୍ ଅଶ୍ୱିନ୍, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା ମହମ୍ମଦ ଶାମି।

ନ୍ୟୁଜିଲ୍ୟାଣ୍ଡ ଟିମ:ଟମ ଲାଥମ, ଡେଭୋନ କନୱେ, କେନ ୱିଲିୟମସନ (ଅଧିନାୟକ), ରସ ଟେଲର, ହେନାରୀ ନିକୋଲ୍ସ, ବିଜେ ୱାଟଲିଙ୍ଗ, କଲିନ ଡି ଗ୍ରାଣ୍ଡହୋମ, କାୟେଲ ଜାମିସନ, ଟିମ ସାଉଦି, ନେଲ ୱାଙ୍ଗନର ଓ ଟ୍ରେଣ୍ଟ ବୋଲ୍ଟ।


ପ୍ରକୃତରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ୍‌ ୧୮ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଗତକାଲି ବର୍ଷା ଲାଗି ରହିଥିବାରୁ ଟସ୍‌ ପଡ଼ି ପାରି ନଥିଲା। ଆଜି ପାଗ ଶୁଖିଲା ହେବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିଛି।

ପାଣିପାଗ ସଂସ୍ଥା ଆକ୍ୟୁୱଦେରର ୱେବସାଇଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆଜି ଦିନ ତମାମ ସାଉଥାମ୍ପଟରେ ପାଗ ଆଂଶିକ ଶୁଖିଲା ରହିବ। କିନ୍ତୁ ସ୍ଥାନୀୟ ସମୟ ୨ଟା ପରେ ବର୍ଷାର ସମ୍ଭାବନା ରହିଛି। ରାତି ବେଳକୁ ବର୍ଷାର ପରିମାଣ ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ତେଣୁ ଆଜି ବି ଯଦି କିଛି ଓଭର ଖେଳା ଯାଏ, ତା’ହେଲେ ତୃତୀୟ ଦିନର ଖେଳ ହେବା ମୁସ୍କିଲ ଭଳି ମନେ ହେଉଛି। କାରଣ ଯଦି ରାତି ତମାମ ପ୍ରବଳ ବର୍ଷା ହୁଏ, ତା’ହେଲେ ପଡ଼ିଆରୁ ପାଣି କାଢ଼ିବା କଷ୍ଟକର ହୋଇପଡ଼ିବ। ଏପରି ସ୍ଥିତିରେ ତୃତୀୟ ଦିନର ଖେଳ ହେବାର ସମ୍ଭାବନା କମ।