Advertisment

ଗୋଟିଏ ଦିନରେ ଝଡ଼ିଲା ୧୪ ୱିକେଟ, ସଂପୂର୍ଣ୍ଣ ବ୍ୟାକଫୁଟରେ ଟିମ ଇଣ୍ଡିଆ

ପୁଣେର ଟର୍ଣ୍ଣିଂ ଟ୍ରାକରେ ବିଶାଳ ୩୦୧ ରନର ଲିଡ୍‌ ହାସଲ କରି ନେଇଛି ନ୍ୟୁଜିଲ୍ୟାଣ୍ଡ।

Washigton

Washigton

Advertisment

ପ୍ରଥମେ ବ୍ୟାଟିଂ, ତା’ ପରେ ବୋଲିଂ ଓ ପୁଣି ବ୍ୟାଟିଂ। ସବୁଥିରେ କମାଲ କରି ଭାରତକୁ ଦ୍ୱିତୀୟ ଟେଷ୍ଟରେ ସଂପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଛି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ। ୱାଶିଂଟନ ସୁନ୍ଦରଙ୍କୁ ଛାଡ଼ି ଦେଲେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୌଣସି ଭାରତୀୟ ଖେଳାଳି ଆଶା ଅନୁସାରେ ପ୍ରଦର୍ଶନ କରିନାହାନ୍ତି।

Advertisment

ବିଶେଷ କରି ବ୍ୟାଟରମାନେ ଆଜି ସମସ୍ତଙ୍କୁ ନିରାଶ କରିଛନ୍ତି। ଏବେ ନ୍ୟୁଜିଲ୍ୟାଣ୍ଡ ପୁଣେରେ ଭାରତ ଠାରୁ ମ୍ୟାଚ୍‌କୁ ବହୁତ ଦୂରକୁ ନେଇ ଯାଇଛି। ଯେଉଁ ସ୍ପିନ ଦିନରେ ଭାରତର କ୍ଷମତା ଥିଲା ଏବେ ଦଳର ବ୍ୟାଟରମାନେ ସେହି ସ୍ପିନ ଜାଲରେ ଫସିଛନ୍ତି।

ଆଜି ପୁଣରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ମୋଟ ୧୪ଟି ୱିକେଟ ଝଡ଼ିଛି। ଭାରତ ତା’ର ପ୍ରଥମ ଇନିଂସରେ ୯ଟି ୱିକେଟ ହରାଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇଛି। ତେବେ ଦଳ ୧୯୮ ରନ କରିବା ସହ ପୁଣେର ଟର୍ଣ୍ଣିଂ ଟ୍ରାକରେ ବିଶାଳ ୩୦୧ ରନର ଲିଡ୍‌ ହାସଲ କରି ନେଇଛି।

Advertisment

ଫଳରେ ପ୍ରଥମ ଇନିଂସରେ ମାତ୍ର ୧୫୬ ରନ କରି ଅଲଆଉଟ ହୋଇ ଯାଇଥିବା ଭାରତର ଚିନ୍ତା ଦୁଇ ଗୁଣ ହୋଇ ଯାଇଛି। ଆଜି ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ ହରାଇ ୧୯୮ ରନ କରିଛି। ଗ୍ଲେନ ଫିଲିପ୍ସ ୯ ରନ ଓ ଟମ ବ୍ଲଣ୍ଡେଲ ୩୦ ରନ କରି ଅପରାଜିତ ରହିଛନ୍ତି। ଏବେ ବି ନ୍ୟୁଜିଲ୍ୟାଣ୍ଡ ହାତରେ ୫ ୱିକେଟ ଥିବାରୁ ଦଳ ବଡ଼ ସ୍କୋର କରିବାର ମୁଡରେ ରହିଛି।

ପ୍ରଥମ ଇନିଂସରେ ଅତି ସୁନ୍ଦର ପ୍ରଦର୍ଶନ କରିଥିବା ୱାଶିଂଟନ ଦ୍ୱିତୀୟ ଇନିଂସରେ ମଧ୍ୟ ୪ ୱିକେଟ ନେଇଛନ୍ତି। ରବି ଅଶ୍ୱିନ କେବଳ ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

ପ୍ରଥମ ଦିନରେ ନ୍ୟୁଜିଲ୍ୟାଣ୍ଡ ୨୫୯ ରନରେ ଅଲଆଉଟ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ରୋହିତ ଶର୍ମାଙ୍କୁ ହରାଇ ୧୬ ରନ କରିଥିଲା। ଆଜି ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁବମନ ଗିଲ୍ ୩୦ ରନ କରି ଆଉଟ ହେବା ପରେ ଭାରତର ବ୍ୟାଟିଂ ଲାଇନ ଅପ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା।

ଭାରତର ବ୍ୟାଟିଂ ଲାଇନ ଅପ୍‌କୁ ମିଚେଲ ସାଣ୍ଟନର ଛିନଛତ୍ର କରି ଦେଇଥିଲେ। ସେ ଗିଲଙ୍କ ବ୍ୟତୀତ ବିରାଟ କୋହଲି(୦), ସର୍ଫରାଜ ଖାନ(୧୧), ରବୀନ୍ଦ୍ର ଜାଡେଜା(୩୮), ରବି ଅଶ୍ୱିନ(୪), ଆକାଶ ଦୀପ (୬) ଓ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ସେ ୫୩ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସାଣ୍ଟନରଙ୍କ ବ୍ୟତୀତ ଗ୍ଲେନ ଫିଲପ୍ସ ୩୦ ରନ କରିଥିବା ଯଶସ୍ୱୀ ଜୈସୱାଲ ଓ ୧୮ ରନ କରିଥିବା ଋଷଭ ପନ୍ତଙ୍କ ୱିକେଟ ନେଇଛନ୍ତି। ପ୍ରଥମ ଦିନରେ ଟିମ ସାଉଦି ଖାତା ଖୋଲିବା ପୂର୍ବରୁ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ।

ଭାରତ ପ୍ରଥମ ଇନିଂସରେ ୧୫୬ ରନ କରି ଅଲଆଉଟ ହୋଇଯିବାରୁ ନ୍ୟୁଜିଲ୍ୟାଣ୍ଡକୁ ଗୁରୁତ୍ୱପୂର୍ଣ୍ଣ ୧୦୩ ରନର ଲିଡ ମିଲିଥିଲା। ୧୦୩ ରନ ଆଗରେ ଥିବା ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସକୁ ସକାରାତ୍ମକ ଢଙ୍ଗରେ ଆରମ୍ଭ କରି ଓଭର ପିଛା ୪ରୁ ଅଧିକ ହାରରେ ରନ ସଂଗ୍ରହ କରିଥିଲା। ୱାଶିଂଟନ ୪ଟି ୱିକେଟ ପାଇଥିଲେ ହେଁ କ୍ୱିୱି ଟିମର ଅଧିନାୟକ ଟମ ଲାଥମ ୮୬ ରନର ଇନିଂସ ଖେଳି ଲିଡ୍‌କୁ ୩୦୧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ତାଙ୍କ ବ୍ୟତୀତ ଡେଭନ କନୱେ ୧୭ ରନ, ୱିଲ ୟଙ୍ଗ ୨୩ ରନ, ରଚିନ ରବୀନ୍ଦ୍ର ୯ ରନ, ଡାରେଲ ମିଚେଲ ୧୮ ରନ କରିଛନ୍ତି। ଅଶ୍ୱିନ କେବଳ ୱିଲ ୟଙ୍ଗଙ୍କୁ ଆଉଟ କରିଥିବା ବେଳେ ବାକି ୪ ୱିକେଟ ୱାଶିଂଟନଙ୍କ ଖାତକୁ ଯାଇଛି। ସେ ଦୁଇଟି ଯାକ ଇନିଂସରେ ୧୧ଟି ୱିକେଟ ନେଇ ସାରିଲେଣି।

India Vs New Zealand Test Cricket Test Match Washington Sundar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe