Advertisment

ରହିମଙ୍କ ୬୬, ନ୍ୟୁଜିଲ୍ୟାଣ୍ଡକୁ ୨୪୬ ରନର ଟାର୍ଗେଟ ଦେଲା ବାଂଲାଦେଶ

ଚେନ୍ନାଇର ଚେପକରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ବଲ୍‌ରେ ହିଁ ଓପନର ଲିଟନ ଦାସ(୦)ଙ୍କୁ ହରାଇଥିଲା।

BAN

BAN

Advertisment

ଅଭିଜ୍ଞ ମୁସଫିକର ରହିମଙ୍କ ୬୬ ଓ ଅଧିନାୟକ ସାକିବ ଅଲ ହାସନଙ୍କ ୪୦ ରନ ବଳରେ ବାଂଲାଦେଶ ଆଜି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୨୪୫ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ବିଶ୍ୱକପର ଆଉ ଗୋଟିଏ ମୁକାବିଲା ଜିତିବା ପାଇଁ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ମାତ୍ର ୨୪୬ ରନର ଟାର୍ଗେଟ ମିଳିଛି।

Advertisment

ଚେନ୍ନାଇର ଚେପକରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ପ୍ରଥମ ବଲ୍‌ରେ ହିଁ ଓପନର ଲିଟନ ଦାସ(୦)ଙ୍କୁ ହରାଇଥିଲା। ତାଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ କରିଥିଲେ। ତାନଜିଦ ହାସନ ଓ ମେହଦି ହାସନ ମିରାଜ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୪୦ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ।

ଏତିକି ବେଳେ ତାନଜିଦ ହାସନ ୧୬ ରନ କରି ଲକି ଫର୍ଗୁସନଙ୍କ ବଲରେ ଆଉଟ ହୋଇଥିଲେ। ଆଉ ୧୬ ରନ ପରେ ମିରାଜ ମଧ୍ୟ ୩୦ ରନ କରି ଫର୍ଗୁସନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୪ନଂରେ ବ୍ୟାଟିଂ କରୁଥିବା ନଜମୁଲ ହୁସେନ ସାଣ୍ଟୋ କେବଳ ୭ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

୫୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ବାଂଲା ଟାଇଗରକୁ ଦଳର ଦୁଇ ଅଭିଜ୍ଞ ଖେଳାଳି ରହିମ ଓ ସାକିବ ସମ୍ଭାଳିଥିଲେ। ସେମାନେ ୫ମ ୱିକେଟ ପାଇଁ ୯୬ ରନ ଯୋଡ଼ି ଦଳକୁ ବଡ଼ ସ୍କୋର ଆଡ଼କୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଫର୍ଗୁସନ ଭାଙ୍ଗି ଦେଇଥିଲେ। ସେ ୪୦ ରନ କରିଥିବା ସାକିବଙ୍କୁ ଆଉଟ କରି ବାଂଲାଦେଶକୁ ୫ମ ଝଟକା ଦେଇଥିଲେ।

ତଥାପି ରହିମ ବ୍ୟାଟିଂ ଜାରି ରଖିବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୬ ରନ କରିଥିବା ବେଳେ ତାଙ୍କୁ ମ୍ୟାଟ ହେନରୀ ବୋଲ୍ଡ କରି ବାଂଲାଦେଶର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ତୋହିଦ ହ୍ରିଦୟ ୧୩, ତସ୍କିନ ଅହମଦ ୧୭ ଓ ମୁସ୍ତାଫିଜୁର ରହମାନ ୪ ରନ କରିବାକୁ ସକ୍ଷମ ହୋଇଥିଲେ। ମହମ୍ମଦୁଲ୍ଲା ରିୟାଦ ଗୋଟିଏ ପଟେ ଛିଡ଼ା ହୋଇଥିଲେ ମଧ୍ୟ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ୱିକେଟ ଖସିବାରେ ଲାଗିଥିଲା।

ଶେଷ ଭାଗରେ ମହମ୍ମଦୁଲ୍ଲା କିଛି ବଡ଼ ଶଟ ଖେଳିବା ସହ ୪୯ତମ ଓଭର୍‌ରୁ ୯ ରନ ଆଦାୟ କରିଥିଲେ। ଶେଷ ଓଭର ବୋଲିଂ କରିବାକୁ ଅପ୍ରତ୍ୟାଶିତ ଭାବେ କେନ ୱିଲୟମସନ ପାର୍ଟ ଟାଇମ ବୋଲର ଡାର୍ଲି ମିଚେଲଙ୍କୁ ଦେଇଥିଲେ।

ସେ ମ୍ୟାଚ୍‌ର ନିଜର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ। ତେବେ ପ୍ରଥମ ବଲରେ ମହମ୍ମଦୁଲ୍ଲା ତାଙ୍କୁ ୬କା ମାରି ସ୍ୱାଗତ କରିଥିଲେ। ଦ୍ୱିତୀୟ ବଲରୁ ୨ ଓ ତୃତୀୟ ବଲରୁ ସେ ୧ ରନ ହାସଲ କରିଥିଲେ। ଫଳରେ ଶୋରିଫୁଲ ଇସଲାମ ଷ୍ଟ୍ରାଇକକୁ ଆସିଥିଲେ। ସେ ୪ର୍ଥ ବଲରେ ୧ ରନ ନେଇ ମହମ୍ମଦୁଲ୍ଲାଙ୍କୁ ଷ୍ଟ୍ରାଇକ ଦେଇଥିଲେ। କିନ୍ତୁ ମହମ୍ମଦୁଲ୍ଲା ୫ମ ବଲରେ ବଡ଼ ଶଟ ଖେଳିବାକୁ ଅସମର୍ଥ ହୋଇଥିଲେ। ତାଙ୍କୁ ୧ ରନ ମିଳିଥିଲା। ଶେଷ ବଲରେ ଶରିଫୁଲ କୌଣସି ରନ କରିପାରି ନଥିଲେ। ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୫ ରନ କରି ପାରିଛି। ମହମ୍ମଦୁଲ୍ଲା ଶେଷ ଯାଏ ୪୯ ବଲରେ ୪୧ ରନ କରି ଅପରାଜିତ ରହିଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଫର୍ଗୁସନ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ଓ ହେନରୀଙ୍କୁ ଦୁଇଟି ଲେଖାଏ ସଫଳତା ମିଳିଛି। ସେହିପରି ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe