Advertisment

ନ୍ୟୁଜିଲ୍ୟାଣ୍ଡକୁ ୧୦୭ ରନ ଟାର୍ଗେଟ ଦେଲା ଭାରତ

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନ ଖେଳ ଆରମ୍ଭ ହେବା ବେଳକୁ ଭାରତ ୧୨୫ ରନ ପଛରେ ରହିଥିଲା ସର୍ଫରାଜ ଖାନ ତୃତୀୟ ଦିନରୁ ୭୦ ରନ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ନୂଆ ବ୍ୟାଟର ଭାବେ ଋଷଭ ପନ୍ତ ଆସିଥିଲେ।

author-image
Hemant Lenka
Newzeland

Newzeland

ପ୍ରଥମ ଇନିଂସରେ ମାତ୍ର ୪୬ ରନ କରି ଅଲଆଉଟ ହୋଇଥିବା ଭାରତୀୟ ଟିମ ଦ୍ୱିତୀୟ ଇନିଂସରେ କମବ୍ୟାକ କରିଥିଲେ ହେଁ କେବଳ ୪୬୨ ରନ କରିପାରିଛି। ସର୍ଫରାଜ ଖାନଙ୍କ ୧୫୦ ଓ ଋଷଭ ପନ୍ତଙ୍କ ୯୯ ରନ ବଳରେ ଭାରତ କିଛି ମାତ୍ରାରେ ଦମ ଦେଖାଇଥିଲା।

Advertisment

ହେଲେ ଏବେ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ କେବଳ ୧୦୭ ରନ ଟାର୍ଗେଟ ମିଳିଛି। ପ୍ରଥମ ଇନିଂସରେ ଦଳ ୪୦୨ ରନ କରିଥିଲା। ମ୍ୟାଚ୍‌ ସରିବାକୁ ଆହୁରି ଗୋଟିଏ ଦିନ ବାକି ଥିବାରୁ ଏବେ କେବଳ କୌଣସି ଚତ୍ମକାର ହିଁ ଭାରତକୁ ପରାଜୟରୁ ରକ୍ଷା କରିପାରିବ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୪ର୍ଥ ଦିନ ଖେଳ ଆରମ୍ଭ ହେବା ବେଳକୁ ଭାରତ ୧୨୫ ରନ ପଛରେ ରହିଥିଲା ସର୍ଫରାଜ ଖାନ ତୃତୀୟ ଦିନରୁ ୭୦ ରନ କରି ଅପରାଜିତ ରହିଥିବା ବେଳେ ତାଙ୍କ ସହ ନୂଆ ବ୍ୟାଟର ଭାବେ ଋଷଭ ପନ୍ତ ଆସିଥିଲେ। କାରଣ ତୃତୀୟ ଦିନର ଶେଷ ବଲରେ ବିରାଟ କୋହଲି(୭୦)ଙ୍କୁ ଗ୍ଲେନ ଫିଲିପ୍ସ ଆଉଟ କରିଦେଇଥିଲେ। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ବେଳେ ଭାରତର ସ୍କୋର ୨୩୧/୩ ରହିଥିଲା।

Advertisment

ଆରମ୍ଭରୁ ଦୁହେଁ ଜବରଦସ୍ତ ବ୍ୟାଟିଂ କରିଥିଲେ। ସର୍ଫରାଜ ମଧ୍ୟ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଲିଡ ପରିଶୋଧ କରିବା ଠାରୁ ଭାରତ ଆଉ ମାତ୍ର କିଛି ରନ ପଛରେ ଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲା। ଏଥିଯୋଗୁ ୯୯ ମିନିଟ ଧରି ମ୍ୟାଚ ବନ୍ଦ ରହିଥିଲେ। ତେବେ ବର୍ଷା ଛାଡ଼ିବା ପରେ ଭାରତ ଲିଡ ଶୁଝି ଆଗକୁ ବଢ଼ିଥିଲା।

ସର୍ଫରାଜ ୧୫୦ ରନ ହାସଲ କରିବା ସହ ପନ୍ତ ମଧ୍ୟ ଶତକ ଦିଗରେ ଆଗେଇ ଥିଲେ। କିନ୍ତୁ ସର୍ଫରାଜ ୧୫୦ ଓ ପନ୍ତ ୯୯ ରନରେ ଆଉଟ ହୋଇଯାଇଥିଲେ। ଟି ପୂର୍ବରୁ ରାହୁଲ ମଧ୍ୟ ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ଟି ବ୍ରେକ ପରେ ରବୀନ୍ଦ୍ର ଜାଡେଜା ନିରାଶ କରିଥିଲେ।

ରବିଚନ୍ଦ୍ରନ ଅଶ୍ୱିନ ୧୫, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କୁ ମ୍ୟାଟ ହେନରୀ ଖାତା ଖୋଲିବା ପୂର୍ବରୁ ଆଉଟ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଭାରତ ୪୬୨ ରନରେ ଅଲଆଉଟ ହୋଇଯିବାରୁ ନ୍ୟୁଜିଲ୍ୟାଣ୍ଡକୁ ମ୍ୟାଚ୍‌ ଜିତିବା ପାଇଁ କେବଳ ୧୦୭ ରନର ଟାର୍ଗେଟ ମିଳିଛି। 

Newzealand Test Cricket Test Match