Advertisment

ଶ୍ରୀଲଙ୍କାକୁ ହରାଇଲା ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନକୁ ଲାଗିଲା ବଡ଼ ଧକ୍କା

ଟସ୍ ହାରିଥିବା ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୭୧ ରନ୍ କରିଥିଲା।

Newzleand

Newzleand

Advertisment

ବିଶ୍ୱକପ୍ କ୍ରିକେଟରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

Advertisment

ଟସ୍ ହାରିଥିବା ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୪ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୭୧ ରନ୍ କରିଥିଲା। ଏହି ବିଜୟ ଲକ୍ଷ୍ୟକୁ ନ୍ୟୁଜିଲ୍ୟାଣ୍ଡ ମାତ୍ର ୨୩.୨ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା।

ଏହି ବିଜୟ ସହିତ ଆଉ ୨ପଏଣ୍ଟ ପାଇଛି ନ୍ୟୁଜିଲ୍ୟାଣ୍ଡ। ଦଳ ୧୦ ପଏଣ୍ଟ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଓ ସେମି ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି କହିଲେ ଭୁଲ ହେବ ନାହିଁ। ଦଳର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ଭଲ ହୋଇଯାଇଛି। ଦଳର ନେଟ୍ ରନ୍ ରେଟ୍ ଏବେ +୦.୭୪୩ ରହିଛି।

Advertisment

ନିଜର ନବମ ତଥା ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ପାଇଥିବା ଏହି ସଫଳତା ପାକିସ୍ତାନ ଓ ଆଫଗାନିସ୍ତାନକୁ ବଡ଼ ଧକ୍କା ଦେଇଛି। ସେମାନଙ୍କର ସେମି ଫାଇନାଲ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି।

ପୂର୍ବ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଫଗାନିସ୍ତାନର ସେମି ଫାଇନାଲ ରାସ୍ତା ବନ୍ଦ ହୋଇଯାଇଥିଲେ ବି ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ଠାରୁ ଓ ପାକିସ୍ତାନ ଇଂଲଣ୍ଡଠାରୁ ହାରିଗଲେ ସୁଯୋଗ ମିଳିପାରେ ବୋଲି ଦଳ ଆଶା ରଖିଥିଲା। ତେବେ ଆଜି ସେ ବାଟ ପୂରା ବନ୍ଦ ହୋଇଗଲା। ଦଳ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମଦାବାଦରେ ତା’ର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ। ଦଳ ଏଯାବତ ୮ଟି ମ୍ୟାଚ୍‌ରୁ ୪ଟିରେ ଜିତି ୮ ପଏଣ୍ଟ ପାଇଛି। ତେବେ ଦଳର ନେଟ୍ ରନ୍ ରେଟ୍ -୦.୩୩୮ ରହିଛି, ଯାହା ନ୍ୟୁଜିଲ୍ୟାଣ୍ଡ ଠାରୁ ଢେର କମ୍‌। ଦଳ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି।

ସେହିଭଳି ୮ଟି ମ୍ୟାଚ୍‌ରୁ ୪ଟିରେ ଜିତି ୮ ପଏଣ୍ଟ ପାଇଛି ପାକିସ୍ତାନ। ତେବେ ନେଟ୍ ରନ୍‌ ରେଟ୍‌ରେ ଦଳ ଆଫଗାନିସ୍ତାନଠାରୁ ଆଗରେ ରହିଛି। ପାକିସ୍ତାନର ନେଟ୍ ରନ୍ ରେଟ୍ +୦.୦୩୬ ରହିଛି। ତେଣୁ ଦଳ ପଏଣ୍ଟ ଟେବୁଲରେ ନ୍ୟୁଜିଲ୍ୟାଣ୍ଡ ତଳକୁ ପଞ୍ଚମରେ ରହିଛି। ନ୍ୟୁଜିଲ୍ୟାଣ୍ଡ ଆଜି ଜିତି ଯିବାରୁ ପାକିସ୍ତାନ ପାଇଁ ସେମି ଫାଇନାଲ ଖେଳିବା ସମ୍ଭାବନା ପୂରା କ୍ଷୀଣ ହୋଇଯାଇଛି।

ଆସନ୍ତା ଶନିବାର ପାକିସ୍ତାନ କୋଲକାତାରେ ଇଂଲଣ୍ଡ ବିରୋଧରେ ଖେଳିବ। ଚଳିତ ବିଶ୍ୱକପ୍‌ରେ ଇଂଲଣ୍ଡର ପ୍ରଦର୍ଶନ ପୂରା ନୈରାଶ୍ୟଜନକ ରହିଛି। ଗତ ଥର ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ଏଥର ମାତ୍ର ୨ଟି ମ୍ୟାଚ୍ ଜିତିଛି। ଦଳ କେବଳ ବାଂଲାଦେଶ ଓ ନେଦରଲ୍ୟାଣ୍ଡସକୁ ହରାଇଛି। ତେଣୁ ହୁଏତ ପାକିସ୍ତାନ ଶନିବାର ତା’ର ଶେଷ ଗ୍ରୁପ୍ ମ୍ୟାଚ୍‌ରେ ଇଂଲଣ୍ଡକୁ ହରାଇ ଦେଇପାରେ। କିନ୍ତୁ ଖାଲି ହରାଇ ଦେଲେ ଦଳ ସେମି ଫାଇନାଲକୁ ଯାଇ ପାରିବ ନାହିଁ।

ସେମି ଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନ ପାଖରେ ଯେଉଁ ରାସ୍ତା ଅଛି, ତାକୁ ପାର କରିବା କଷ୍ଟସାଧ୍ୟ ତଥା ଅସମ୍ଭବ ମଧ୍ୟ। ଯଦି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବ, ତା’ହେଲେ ଇଂଲଣ୍ଡକୁ ୨୮୭ ରନ୍‌ ବ୍ୟବଧାନରେ ହରାଇବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଦଳ ଯଦି ପ୍ରଥମେ ବ୍ୟାଟିଂ କରି ୩୦୦ ରନ୍ କରିବ, ତା’ହେଲେ ଇଂଲଣ୍ଡକୁ ୧୩ ରନ୍‌ରେ ଅଲ୍‌ଆଉଟ୍ କରିବାକୁ ପଡ଼ିବ। ତା’ହେଲେ ଦଳ ନ୍ୟୁଜିଲ୍ୟାଣ୍ଡର ନେଟ୍ ରନ୍ ରେଟ୍‌କୁ ଟପି ସେମି ଫାଇନାଲରେ ପହଞ୍ଚିପାରିବ।

ସେହିଭଳି ଯଦି ପାକିସ୍ତାନ ପ୍ରଥମେ ବୋଲିଂ କରିବ ଲକ୍ଷ୍ୟ ଆହୁରି କଷ୍ଟକର ହୋଇଯିବ। ଯଦି ସେମାନେ ଇଂଲଣ୍ଡକୁ ୧୦୦ ରନ୍‌ରେ ଅଲ୍‌ଆଉଟ୍ କରି ଦିଅନ୍ତି, ତା’ହେଲେ ସେମାନଙ୍କୁ ଉକ୍ତ ବିଜୟ ଲକ୍ଷ୍ୟକୁ ୨.୫ ଓଭରରେ ହାସଲ କରିବାକୁ ପଡ଼ିବ। ଅର୍ଥାତ୍ ୨୮୩ଟି ବଲ୍ ବାକି ଥାଇ ମ୍ୟାଚ୍ ଜିତିବାକୁ ପଡ଼ିବ।

Pakistan ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe