Advertisment

ଶେଷଥର ନ୍ୟୁଜିଲ୍ୟାଣ୍ଡ ଜିତିବା ବେଳେ ମାସକର ହୋଇଥିଲେ ଏଜାଜ ପଟେଲ, ବାକି ଖେଳାଳି ଜନ୍ମ ହୋଇ ନଥିଲେ

୧୯୮୮ରେ ନ୍ୟୁଜିଲ୍ୟାଣ୍ଡ ଯେତେବେଳେ ଭାରତ ମାଟିରେ ବିଜୟ ହୋଇଥିଲା ସେତେବେଳେ ସ୍କ୍ୱାଡରେ ଥିବା ପ୍ରାୟ ଅଧିକାଂଶ ଖେଳାଳି ଜନ୍ମ ନେଇ ନଥିଲେ।

ଅଦ୍ୟତନ ହୋଇଛି
NZ

NZ

Advertisment

ଦୀର୍ଘ ୩୬ ବର୍ଷ ପରେ ଇତିହାସ ବଦଳାଇଛି ନ୍ୟୁଜିଲ୍ୟାଣ୍ଡ। ଭାରତକୁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଭାରତ ମାଟିରେ ହରାଇ ନୂଆ ରେକର୍ଡ କରିଛି କ୍ୱିୱି ଟିମ। ବେଙ୍ଗାଲୁରୁରେ ଖେଳା ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ବାଜିମାତ କରିଛି।

Advertisment

ଟମ ଲାଥମଙ୍କ ନ୍ୟୁଜିଲ୍ୟାଣ୍ଡ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟ ଟିମକୁ ଚକମା ଦେଇଛି। ଭାରତୀୟ ଟିମ ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଭାରତୀୟ ମାଟିରେ ଏହା ଭାରତର ସର୍ବନିମ୍ନ ଟେଷ୍ଟ ସ୍କୋର। ଭାରତୀୟ ଟିମକୁ ମାତ ଦେଇ ନ୍ୟୁଜିଲ୍ୟାଣ୍ଡ ୧୯୮୮ ପରେ ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ ଭାରତରେ ଜିତି ପାରିଛି।

ଶେଷ ଦିନରେ ୧୦୭ ରନର ବିଜୟ ଟାର୍ଗେଟ ପାଇ ଥିବା ନ୍ୟୁଜିଲ୍ୟାଣ୍ଡ ବ୍ୟାଟର ବେଶ କିଛି ସମୟ ଯଶପ୍ରୀତ ବୁମ୍ରାଙ୍କ ସୁଇଂରେ ଘାଇଲା ହୋଇଥିଲେ। ବୁମ୍ରା ମଧ୍ୟ ଲାଥମ ଓ ଡେଭୋନ କନୱେଙ୍କୁ ଆଉଟ କରି ଆଶା ସୃଷ୍ଟି କରିଥିଲେ। ତେବେ ୱିଲ ୟଙ୍ଗଙ୍କ ଅପରାଜିତ ୪୮ ଓ ରଚିନ ରବୀନ୍ଦ୍ରଙ୍କ ଅପରାଜିତ ୩୯ ରନ ବେଳେ ଭାରତ ଦେଇଥିବା ଟାର୍ଗେଟକୁ ନ୍ୟୁଜିଲ୍ୟାଣ୍ଡ ୨୭.୪ ଓଭରରେ ହାସଲ କରି ନେଇଥିଲା।

Advertisment

୧୯୮୮ରେ ନ୍ୟୁଜିଲ୍ୟାଣ୍ଡ ଯେତେବେଳେ ଭାରତ ମାଟିରେ ବିଜୟ ହୋଇଥିଲା ସେତେବେଳେ ସ୍କ୍ୱାଡରେ ଥିବା ପ୍ରାୟ ଅଧିକାଂଶ ଖେଳାଳି ଜନ୍ମ ନେଇ ନଥିଲେ। କେବଳ ଏଜାଜ ପଟେଲ ଜନ୍ମ ହୋଇଥିଲେ। ୧୯୮୮ ବେଳେ ସେ ମାସକର ହୋଇଥିଲେ। ତାଙ୍କୁ ଛାଡ଼ି ଦେଲେ ଏବେ ବିଜୟ ଟିମରେ ଥିବା କୌଣସି ସଦସ୍ୟ ଜନ୍ମ ହୋଇ ନଥିଲେ। ଏଜାଜଙ୍କୁ ଛାଡ଼ି ବାକି ସମସ୍ତ ଖେଳାଳିଙ୍କ ବୟସ ୩୬ ବର୍ଷରୁ କମ। 

ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ କେବଳ ୩ ଜଣ କ୍ୟାପ୍ଟେନ ଜିତାଇବାକୁ ସକ୍ଷମ ହୋଇଛନ୍ତି। ୧୯୬୯ରେ ଗ୍ରାହମ ଡୋୱଲିଙ୍ଗଙ୍କ କ୍ୱିୱି ଟିମ ନାଗପୁରରେ ପ୍ରଥମ ବିଜୟ ପାଇଥିଲା। ଏହାର ପ୍ରାୟ ୨୦ ବର୍ଷ ପରେ ଅର୍ଥାତ ୧୯୮୮ରେ ଜନ ରାଇଟଙ୍କ ନ୍ୟୁଜିଲ୍ୟାଣ୍ଡ ମୁମ୍ବାଇରେ ଐତିହାସିକ ବିଜୟ ହାସଲ କରିଥିଲେ। ଏହି କ୍ଲବରେ ଏବେ ଟମ ଲାଥମ ଯୋଡ଼ି ହୋଇ ଯାଇଥିଲେ। ତାଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ୩୬ ବର୍ଷ ପରେ ଭାରତରେ ବିଜୟ ସ୍ୱାଦ ଚାଖିଛି।

ଘରୋଇ ମାଟିରେ ଭାରତ ସବୁବେଳେ ନିଜର ଦବଦବା ଦେଖାଇ ଆସିଥିଲା। ହେଲେ ବେଙ୍ଗାଲୁରୁରେ ନ୍ୟୁଜିଲ୍ୟାଣ୍ଡ ଟିମ ଭାରତକୁ ପୂରା ଚିତ କରି ଦେଇଛି। ପ୍ରଥମ ଇନିଂସ ବିପର୍ଯ୍ୟୟ ପରେ ଭାରତ ଦ୍ୱିତୀୟ ଇଂନିସରେ ସ୍ଥିତି ସୁଧାରି ଥିଲା। ହେଲେ ପରାଜୟକୁ ଏଡ଼ାଇ ପାରି ନାହିଁ।

ଦୀର୍ଘ ୬୯ ବର୍ଷର ଇତିହାସ ମଧ୍ୟରେ ଏହା ନ୍ୟୁଜିଲ୍ୟାଣ୍ଡର ତୃତୀୟ ବିଜୟ। ୧୯୬୯, ୧୯୮୮ ଓ ୨୦୨୪ରେ ଦଳ ବିଜୟ ପାଇଛି।

Newzealand Team India Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe