Advertisment

ନ୍ୟୁଜିଲ୍ୟାଣ୍ଡକୁ ୧୫୩ ରନରେ ରୋକିଲା ଟିମ୍ ଇଣ୍ଡିଆ

ରାଞ୍ଚି: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ୍ କରିଛି। ସିରିଜ୍ ଜିତିବା ପାଇଁ ଭାରତକୁ ୧୫୪ ରନ୍ କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦୁଇ ଓପ୍ନର ଦ୍ରୁତ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍ ଅର୍ଡରରେ ଦଳର ରନ୍ ଗତି କମି ଯାଇଥିଲା। ଯେଉଁ କାରଣରୁ କିୱି ଟିମ୍ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ। ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଉଥିବା […]

ନ୍ୟୁଜିଲ୍ୟାଣ୍ଡକୁ ୧୫୩ ରନରେ ରୋକିଲା ଟିମ୍ ଇଣ୍ଡିଆ

india-vs-nz

Advertisment

ରାଞ୍ଚି: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଟିମ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୩ ରନ୍ କରିଛି। ସିରିଜ୍ ଜିତିବା ପାଇଁ ଭାରତକୁ ୧୫୪ ରନ୍ କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦୁଇ ଓପ୍ନର ଦ୍ରୁତ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍ ଅର୍ଡରରେ ଦଳର ରନ୍ ଗତି କମି ଯାଇଥିଲା। ଯେଉଁ କାରଣରୁ କିୱି ଟିମ୍ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲେ।

Advertisment

ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଦ୍ରୁତ ଆରମ୍ଭ କରିଥିଲା। ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ ଡାରିଏଲ୍ ମିଚେଲ୍ ପ୍ରଥମ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଗପ୍ଟିଲ୍ ୧୫ ବଲରେ ୩ ଚୌକା ଓ ୨ ଛକା ସହ ୩୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ।

ଗପ୍ଟିଲଙ୍କ ଆଉଟ୍ ପରେ ଦଳର ରନ୍ ହାର ହ୍ରାସ ପାଇଥିଲା। ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଥିବା ମାର୍କ ଚାପମ୍ୟାନ୍ ମାତ୍ର ୨୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ମିଚେଲଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାସଲ କରିଥିଲେ। ମିଚେଲୋ ୨୮ ବଲରେ ୩ ଚୌକା ସହ ୩୧ ରନ୍ କରିଥିଲେ। ମିଡଲ୍ ଅର୍ଡରରେ ଗ୍ଲେନ୍ ଫିଲିପ୍ସଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରି ନଥିଲେ।

Advertisment

ଫିଲିପ୍ସ ୩୪ (୨୧ ବଲ, ୧ ଚୌକା, ୩ ଛକା) ରନର ଇନିଂସ୍ ଖେଳି ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ। ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଟିମ୍ ସିଫର୍ଟ ୧୩ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଅଲରାଉଣ୍ଡର ଜେମ୍ସ ନିରାଶ ୧୨ ବଲ୍ ଖେଳି ମାତ୍ର ୩ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଲଗାତର ୱିକେଟ୍ ପତନ କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟିମ୍ ଶେଷ ୨୯ ବଲରେ ୨୮ ରନ୍ କରିଥିଲା। ମିଚେଲ୍ ସାଣ୍ଟର ୮ ଓ ଆଡାମ ମିଲନେ ୫ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ହର୍ଷଲ ପଟେଲ ୨ଟି ୱିକେଟ୍ ନେଇଥିଲେ। ଅଶ୍ୱିନ୍, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର ଓ ଦୀପକ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe