Advertisment

ପାକିସ୍ତାନ ବୋଲରଙ୍କୁ ଧୋଇଦେଲେ ଫିନ ଆଲେନ; ୬୨ ବଲରେ ୧୩୭ ରନ୍

ମାତ୍ର ୬୨ ବଲରେ ୧୩୭ ରନ୍ କରି ରେକର୍ଡ କରିଛନ୍ତି ଆଲେନ, ଯେଉଁଥିରେ ୧୬ ଟି ଛକା ସହ 5ଟି ଚୌକା ରହିଛି।

ଅଦ୍ୟତନ ହୋଇଛି
Finn Allen

Finn Allen

Advertisment

ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଫିନ୍ ଆଲେନଙ୍କ ଧୂଆଁଧାର ବ୍ୟାଟିଂ ପାକିସ୍ତାନ ବୋଲରଙ୍କୁ ଘାଇଲା କରି ଦେଇଛି। ମାତ୍ର ୬୨ ବଲରେ ୧୩୭ ରନ୍ କରି ରେକର୍ଡ କରିଛନ୍ତି ଆଲେନ, ଯେଉଁଥିରେ ୧୬ଟି ଛକା ସହ ୫ଟି ଚୌକା ରହିଛି। ସବୁଠୁ ବଡ କଥା ହେଉଛି କି, ୪୮ ବଲରେ ଶତକ ହାସଲ କରିଥିଲେ ଆଲେନ। ଆଲେନଙ୍କ ଏହି ରେକର୍ଡ ସହ ପାକିସ୍ତାନ ବିପକ୍ଷ ଟି-୨୦ ସିରିଜର ତୃତୀୟ ମ୍ୟାଚକୁ ୪୫ ରନରେ ଜିତି ନେଇଛି ନ୍ୟୁଜିଲ୍ୟାଣ୍ଡ। 

Advertisment

ଏହା ସହ ଟି-୨୦ ଫର୍ମାଟରେ ନ୍ୟୁଜିଲ୍ୟାଣ୍ଡର ସର୍ବାଧିକ ସ୍କୋର କରିବାରେ ରେକର୍ଡ କରିଛନ୍ତି ଫିନ୍ ଆଲେନ୍। ଏହାପୂର୍ବରୁ ମହିଳା କ୍ରିକେଟର ସୁଜି ବେଟ୍ସ ଅପରାଜିତ ୧୨୪ ରନ୍ କରିଥିଲେ। ସେହିପରି ବାଂଲାଦେଶ ବିପକ୍ଷରେ ବ୍ରେଣ୍ଡନ୍ ମ୍ୟାକକୁଲମ୍ ୧୨୩ ରନ୍ ସଂଗ୍ରହ କରିଥିଲେ। ପୂର୍ବର ସବୁ ରେକର୍ଡ ଭାଙ୍ଗି ଟି-୨୦ ପାଳିରେ ସର୍ବାଧିକ ୧୩୭ ରନ୍ ସଂଗ୍ରହ କରିଛନ୍ତି ଆଲେନ୍।

ଡୁନେଡିନରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ। ଦଳ ପକ୍ଷରୁ ଫିନ ଏବଂ କନୱେ ପାଳି ଆରମ୍ଭ କରିଥିଲେ। ପ୍ରାରମ୍ଭରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ନ୍ୟୁଜିଲ୍ୟାଣ୍ଡ। ମାତ୍ର ୭ ରନ୍ କରି ଆଉଟ୍ ହୋଇ ଯାଇଥିଲେ କନୱେ। କିନ୍ତୁ ଏହା ପରେ ଫିନ୍ ଆଲେନଙ୍କ ଆଟାକିଂ ବ୍ୟାଟିଂ ଦଳୀୟ ସ୍କୋରକୁ ମଜବୁତ ସ୍ଥିତିକୁ ନେଇଥିଲା।

Advertisment

ଆଲେନ୍ ବିପଜ୍ଜନକ ବ୍ୟାଟିଂ କରି ପାକିସ୍ତାନୀ ବୋଲରଙ୍କ ମନୋବଳ ଭାଙ୍ଗି ଦେଇଥିଲେ। ସମସ୍ତ ବୋଲରଙ୍କ ଧୂଲେଇ କରି ମାତ୍ର ୪୮ ବଲରେ ଶତକ ହାସଲ କରିଥିଲେ ଆଲେନ୍। ଯଦି ଆମେ ପାକିସ୍ତାନର ବୋଲିଂ ଆଟାକକୁ ଦେଖିବା, ତେବେ ହରିସ୍ ରାଉଫ ସବୁଠାରୁ ଦୁର୍ବଳ ବୋଲିଂ କରିଥିଲେ। ସେ ଦୁଇ ୱିକେଟ ନେଇଥିଲେ ମଧ୍ୟ ୪ ଓଭରରେ ୬୦ ରନ୍ ଦେଇଥିଲେ। ରାଉଫଙ୍କ ଗୋଟିଏ ଓଭରରେ ୨୭ ରନ୍ ମାରିଥିଲେ ଆଲେନ୍।

ସେହିପରି ମହମ୍ମଦ ନୱାଜ ୪ ଓଭରରେ ୪୪ ରନ୍ ଦେଇଥିଲେ। ସେ ଗୋଟିଏ ୱିକେଟ୍ ନେଇଥିଲେ। କ୍ୟାପ୍ଟେନ ଶାହିନ୍ ଆଫ୍ରିଦି ୪ ଓଭରରେ ୪୩ ରନ୍ ଦେଇଥିବା ବେଳେ ଜମାନ ଖାନ ମଧ୍ୟ ୪ ଓଭରରେ ୩୭ ରନ୍ ଦେଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ୱାସିମ ଜୁନିଅର ୪ ଓଭରରେ ୩୫ ରନ୍ ଦେଇଥିଲେ।

ଏହି ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୨୪ ରନ୍ କରିଥିଲା ନ୍ୟୁଜିଲ୍ୟାଣ୍ଡ। ୨୨୫ ରନର ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ଆଫ୍ରିଦି ବାହିନୀ ମାତ୍ର ୧୭୯ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୪୫ ରନରେ ଜିତି ନେଇଛି ନ୍ୟୁଜିଲ୍ୟାଣ୍ଡ। 

T20 Match New Zealand Vs Pakistan NZVsPak T20 Finn Allen Haris Rauf T20I Record
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe