Kane
ଦୀର୍ଘ ୬ ମାସ ପରେ ଜାତୀୟ ଟିମକୁ ଫେରିଥିବା କେନ ୱିଲିୟମସନ ପୁଣି ଆହତ ହୋଇଛନ୍ତି। ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍ରେ ୱିଲିୟମସନ ଆହତ ହେବାରୁ ୬ ମାସ କାଳ କ୍ରିକେଟରୁ ଦୂରେଇ ରହିଥିଲେ। ଏବେ ସେ ସୁସ୍ଥ ହେବା ସହ ବିଶ୍ୱକପ ସ୍କ୍ୱାଡକୁ ଫେରିଥିଲେ।
କିନ୍ତୁ ସେ ପୂରା ଫିଟ ହୋଇ ନଥିବାରୁ ବିଶ୍ୱକପର ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ନଥିଲେ। ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍କୁ ସେ କମବ୍ୟାକ କରିଥିଲେ। କିନ୍ତୁ ବ୍ୟାଟିଂ ବେଳେ ବାଂଲାଦେଶ ଫିଲ୍ଡରଙ୍କ ଗୋଟିଏ ଥ୍ରୋ ତାଙ୍କ ତାଙ୍କ ଅଙ୍ଗୁଳିରେ ମାଡ଼ ହୋଇଥିଲା।
ତଥାପି ୱିଲିୟମସନ ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍ରେ ମଧ୍ୟ ସେ ୧୦୮ ବଲରେ ୭୮ ରନର ଇନିଂସ ଖେଳିଥିଲେ। କିନ୍ତୁ ଯନ୍ତ୍ରଣା ଅଧିକ ହେବାରୁ ସେ ରିର୍ଟାର୍ଡ ହଟ ହୋଇ ପ୍ୟାଭିଲିୟନ ଫେରିଥିଲେ।
ମ୍ୟାଚ୍ର ଦିନକ ପରେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ଗୋଟିଏ ପ୍ରେସ ବିବୃତି ଜାରି କରି ୱିଲୟମସନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛି। ବିବୃତିରେ କୁହାଯାଇଛି ଯେ “କେନ ୱିଲିୟମସନଙ୍କ ବାମ ହାତର ବୁଢ଼ା ଅଙ୍ଗୁଳି ଭାଙ୍ଗି ଯାଇଥିବା ଏକ୍ସ ରେରୁ ସ୍ପଷ୍ଟ ହୋଇଛି। ସେ ୨୦୨୩ ବିଶ୍ୱକପ ସ୍କ୍ୱାଡରେ ରହିବେ।
କିନ୍ତୁ ସେ ଗ୍ରୁପ ପର୍ଯ୍ୟାୟର ଅଧିକାଂଶ ମ୍ୟାଚ୍ ଖେଳି ନ ପାରନ୍ତି। ଟୁର୍ଣ୍ଣାମେଣ୍ଟର ଶେଷ ଭାଗରେ ସେ ଖେଳିବାର ସମ୍ଭାବନା ରହିଛି। ସେ ଆସନ୍ତା ମାସରେ ହିଁ ଫିଟ ହେବେ। ଏବେ ଟମ ବ୍ଲଣ୍ଡେଲ ବିଶ୍ୱକପ ସ୍କ୍ୱାଡରେ ସାମିଲ ହେବାକୁ ଭାରତ ଆସିବେ।”
ୱିଲିୟମସନ ବାଦ ପଡ଼ିଥିବେରୁ ଟମ ଲାଥମ ଦଳର କମାଣ ସମ୍ଭାଳିବେ। ସେ ୱିଲିୟମସନ ଆସିବା ପୂର୍ବରୁ ୨ଟି ମ୍ୟାଚ୍ର କ୍ୟାପ୍ଟେନ୍ସି କରିଥିଲେ ଓ ନ୍ୟୁଜିଲ୍ୟାଣ୍ଡ ୨ଟି ଯାକ ମ୍ୟାଚ୍ ମଧ୍ୟ ଜିତିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kane_1697279504.jpg)