Advertisment

ମହିଳା ଟି-୨୦ ବିଶ୍ୱକପ୍: ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ

ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ଟ୍ରଫି ହାତେଇଛି କିୱି ବାହିନୀ।

author-image
Debibandita Barick
New Zealand Players

New Zealand Players

ଟି-୨୦ ମହିଳା ବିଶ୍ୱକପରେ ବାଜି ମାରି ନେଇଛି ନ୍ୟୁଜିଲ୍ୟାଣ୍ଡ। ଦକ୍ଷିଣ ଆଫ୍ରିକାକୁ ୩୨ ରନରେ ହରାଇ ଟ୍ରଫି ହାତେଇଛି କିୱି ବାହିନୀ। ଏହି ବିଜୟ ସହ ପ୍ରଥମ ଥର ପାଇଁ ବିଶ୍ୱବିଜୟୀ ତାଲିକାରେ ନିଜ ନାଁ ଯୋଡ଼ିଛି ନ୍ୟୁଜିଲ୍ୟାଣ୍ଡ।

Advertisment

ସେପଟେ ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି। ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ସଫଳତାର ଦ୍ୱାର ଦେଶରୁ ଫେରି ଆସିଛି। ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଶୋଚନୀୟ ପରାଜୟର ସାମ୍ନା କରିଛି ଦକ୍ଷିଣ ଆଫ୍ରିକା। 

ଗତକାଲି ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଫଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା।

Advertisment

ଆମେଲିଆ କେର୍ ସର୍ବାଧିକ ୪୩ (୩୮) ରନ୍ କରି ଥିବାବେଳେ ବ୍ରୁକି ହାଲିଡେ ୩୮ (୨୮), ସୁଜିଇ ବେଟ୍ସ ୩୨ (୩୧), ଜର୍ଜିଆ ପ୍ଲିମ୍ମେର ୯(୭), ସୋଫି ଡେଭିନ ୬ (୧୦) ଏବଂ ମ୍ୟାଡ୍ଡି ଗ୍ରୀନ୍ ଓ ଇସାବେଲ୍ଲା ଗେଜ୍ ଅପରାଜିତ ରହି ଯଥାକ୍ରମେ ୧୨ ଏବଂ ୩ ରନ୍ ସଂଗ୍ରେହ କରିଥିଲେ।

ଜବାବରେ ୧୨୬ ରନରେ ଅଟକି ଯାଇଥିଲା ଦକ୍ଷିଣ ଆଫ୍ରିକା। ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୬ ରନ କରିଥିଲା। ଫଳରେ ୩୨ ରନରେ ଏହି ମ୍ୟାଚକୁ ଜିତି ନେଇଛି ନ୍ୟୁଜିଲ୍ୟାଣ୍ଡ। ଏଥିସହ ପ୍ରଥମ କରି ବିଶ୍ୱକପ୍ ମୁକୁଟ ପିନ୍ଧିଛି।    

T20 World Cup 2024 T20 Women's World Cup SA Vs NZ