Advertisment

ରବୀନ୍ଦ୍ର-ୱିଲିୟମସନଙ୍କ ଧୂଆଁଧାର ବ୍ୟାଟିଂ, ପାକିସ୍ତାନ ଆଗରେ ୪୦୨ ରନର ଟାର୍ଗେଟ

ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍।

ଅଦ୍ୟତନ ହୋଇଛି
Rachin Ravindra

Rachin Ravindra

Advertisment

ପାକିସ୍ତାନ ଆଗରେ ୪୦୨ ରନର ଟାର୍ଗେଟ ରଖିଲା ନ୍ୟୁଜିଲ୍ୟାଣ୍ଡ। ଓପନର ରଚିନ ରବୀନ୍ଦ୍ର ଏବଂ କ୍ୟାପ୍ଟେନ ୱିଲିୟମସନଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ଏକ ବିଶାଳ ସ୍କୋର୍ ଭେଟି ଦେଇଛି। ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି ୪୦୧ ରନ୍। 

Advertisment

ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏହି ଦୁଇ ଟିମ୍ ମୁହାଁମୁହିଁ ହେଉଛନ୍ତି। ପାକିସ୍ତାନ ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ଏହାପରେ ଦଳ ପକ୍ଷରୁ ଡେଭନ କନୱେ ଏବଂ ରଚିନ ରବୀନ୍ଦ୍ର ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। ଦଳ ପ୍ରାରମ୍ଭରେ ଧିମା ପ୍ରଦର୍ଶନ କରିଥିଲେ ବି ପରେ ବ୍ୟାଟରଙ୍କ କମାଲ୍ ଦେଖିବାକୁ ମିଳିଛି।

ଦଳୀୟ ସ୍କୋର୍ 68 ହୋଇଥିବା ବେଳେ ୩୫(୩୯) ରନ୍ କରି ହାସନ ଅଲିଙ୍କ ଶିକାର ହୋଇଥିଲେ କନୱେ। ଏହାପରେ ରଚିନଙ୍କ ସାଥ୍ ଦେଇଥିଲେ କ୍ୟାପ୍ଟେନ କେନ୍ ୱିଲିୟମସନ୍। ଉଭୟଙ୍କ ଭାଗିଦାରୀ ଦଳକୁ ମଜବୁତ ସ୍ଥିତିକୁ ନେଇଥିଲା। ଉଭୟ ବଡ଼ ବଡ଼ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ 248ରେ ପହଞ୍ଚାଇଥିଲେ। ଏହି ସମୟରେ ଶତକରୁ ଆଉ ପାଞ୍ଚ ରନ୍ ବାକି ଥିବାବେଳେ ୯୫(୭୯) ରନ୍ କରି ଆଉଟ୍ ହୋଇ ଯାଇଥିଲେ ୱିଲିୟମସନ୍।

Advertisment

କିଛି ସମୟ ପରେ ୧୦୮(୯୪) କରି ପାଭିଲିଅନ୍ ଫେରିଥିଲେ ରଚିନ୍ଦ୍ର। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ଫିଲିପ୍ସ ୪୧(୨୫), ମାର୍କ ଚାପମନ ୩୯(୨୭), ଡେରିଲ ମିଚେଲ୍ ୨୯(୧୮) ରନ୍ କରିଥିବା ବେଳେ ମିଚେଲ ସାଣ୍ଟନର୍  ୨୬(୧୭) ଏବଂ ଲଥାମ ୨(୨) କରି ଅପରାଜିତ ରହିଥିଲେ।  

ଅନ୍ୟପଟେ ପାକିସ୍ତାନ ଇନିଂସ ଆରମ୍ଭରେ କିଛି ସମୟ ପାଇଁ ବର୍ଷା ବାଧକ ସାଜିଥିଲା। ଏହାପରେ ପାଗ ଅନୁକୂଳ ହେବା ପରେ ଅବଦୁଲ୍ଲା ଶାଫିକି ଏବଂ ଫାଖର ଜମାନ ପାଳି ଆରମ୍ଭ କରିଛନ୍ତି। ଅବଦୁଲ୍ଲା ୪ ରନ୍ କରି ଆଉଟ୍ ହୋଇଯିବା ପରେ ବାବର୍ ଆଜାମ୍, ଫାଖରଙ୍କ ସାଥ୍ ଦେଇଛନ୍ତି। ଖବର ଲେଖା ହେବା ସୁଦ୍ଧା ୯ ଓଭରରେ ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୬୭ ରନ୍ ସଂଗ୍ରହ କରିଥିଲା। 

World Cup 2023 ICC World Cup New Zealand Vs Pakistan Rachin Ravindra Kane Williamson
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe