Advertisment

ନ୍ୟୁଜିଲ୍ୟାଣ୍ଡକୁ ୮୮ ରନରେ ଅଲଆଉଟ କରି ଦେଲା ଶ୍ରୀଲଙ୍କା

ପ୍ରଭାତ ଓ ନିଶାନ ୯ଟି ୱିକେଟ ନେଇଥିବା ବେଳେ ଅସିତା ଫର୍ଣ୍ଣାଣ୍ଡୋଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ନ୍ୟୁଜିଲ୍ୟାଣ୍ଡ ପାଇଁ ମିଚେଲ ସାଣ୍ଟନର ସର୍ବାଧିକ ୨୯ ରନ କରିଥିଲେ।

Test Cricket

Test Cricket

Advertisment

ଘରୋଇ ମାଟିରେ ନିଜର ଦବଦବା ଦେଖାଇଛି ଶ୍ରୀଲଙ୍କା। ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ଜଳକା କରିଥିବା ସିଂହଳ ଟିମ ଏବେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ କମାଲ କରିଛି। ଦଳ ଏବେ ଦ୍ୱିତୀୟ ଟେଷ୍ଟକୁ ଜିତିବାର ଅତି ନିକଟରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ଘରୋଇ ଟିମ ମାତ୍ର ୮୮ ରନରେ ନ୍ୟୁଜିଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ଅଲଆଉଟ କରିଦେଇଛି।

Advertisment

ପ୍ରଥମ ଟେଷ୍ଟରେ ୯ ୱିକେଟ ନେଇଥିବା ପ୍ରଭାତ ଜୟସୂରିୟା ଦ୍ୱିତୀୟ ମ୍ୟାଚର ପ୍ରଥମ ଇନିଂସରେ ମଧ୍ୟ ଜଲୱା ଦେଖାଇଛନ୍ତି। ସେ ୬ଟି ୱିକେଟ ନେବାରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୧୦୦ ରନ ମଧ୍ୟ କରିବାକୁ ସକ୍ଷମ ହୋଇନାହିଁ। ପ୍ରଭାତଙ୍କ ବ୍ୟତୀତ ନବାଗତ ନିଶାନ ପେଇରିସ ମଧ୍ୟ ଜବରଦସ୍ତ ବୋଲିଂ କରିଛନ୍ତି। ସେ ୩ ୱିକେଟ ଦଖଲ କରିଛନ୍ତି।

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଦୀନେଶ ଚାଣ୍ଡିମାଲ ୧୧୬, ଆଞ୍ଜେଲୋ ମାଥ୍ୟୁସଙ୍କ ୮୮, କାମିନ୍ଦୁ ମେଣ୍ଡିସଙ୍କ ରେକର୍ଡ ଅପରାଜିତ ୧୮୮ ଓ କୁଶଲ ମେଣ୍ଡିସଙ୍କ ଅପରାଜିତ ୧୦୬ ରନ ବଳରେ ୭ ୱିକେଟରେ ୬୦୨ ରନ କରିବା ପରେ ପାଳି ଘୋଷଣା କରିଥିଲା।

Advertisment

ଶ୍ରୀଲଙ୍କା ବଡ଼ ସ୍କୋର କରିଥିବାରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଭଲ ବ୍ୟାଟିଂ କରିବ ବୋଲି ସମସ୍ତେ ଆଶା ରଖିଥିଲେ। କିନ୍ତୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଭାତ ଓ ନିଶାନ ଯୋଡ଼ି ନ୍ୟୁଜିଲ୍ୟାଣ୍ଡର କୌଣସି ବ୍ୟାଟରଙ୍କୁ ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ମିଳିତ ଭାବେ ୯ ୱିକେଟ ଦଖଲ କରି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ପାଳିକୁ ୪୦ ଓଭର ମଧ୍ୟରେ ୮୮ ରନର ଶେଷ କରି ଦେଇଥିଲେ।

ପ୍ରଭାତ ଓ ନିଶାନ ୯ଟି ୱିକେଟ ନେଇଥିବା ବେଳେ ଅସିତା ଫର୍ଣ୍ଣାଣ୍ଡୋଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। ନ୍ୟୁଜିଲ୍ୟାଣ୍ଡ ପାଇଁ ମିଚେଲ ସାଣ୍ଟନର ସର୍ବାଧିକ ୨୯ ରନ କରିଥିଲେ।

୮୮ ରନରେ ଦଳ ଅଲଆଉଟ ହୋଇଯିବାରୁ ଶ୍ରୀଲଙ୍କା ଫଲୋଅନ ଡାକିଥିଲା। ଏଥିଯୋଗୁ ନ୍ୟୁଜିଲ୍ୟାଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ଡଭୋନ କନୱେ ଲଢ଼ୁଆ ୬୧ ରନ କରିଥିଲେ ହେଁ ନିଶାନ ପୁଣିଥରେ ଯାଦୁ ଦେଖାଇଛନ୍ତି। ତାଙ୍କୁ ପ୍ରଭାତ ମଧ୍ୟ କିଛି ମାତ୍ରାରେ ସାଥ ଦେଇଛନ୍ତି।

ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟ ହରାଇ ୧୮୫ ରନ କରି ନେଇଛି। ଗ୍ଲେନ ଫିଲିପ୍ସ ୨୫ ଓ ଟମ ବ୍ଲଣ୍ଡେଲ ୩୯ ରନ କରି ଅପରାଜିତ ରହିଛନ୍ତି।

ଏବେ ବି ନ୍ୟୁଜିଲ୍ୟାଣ୍ଡ ଘରୋଇ ଟିମର ପ୍ରଥମ ଇନିଂସ ସ୍କୋର ଠାରୁ ୩୨୯ ରନ ପଛରେ ରହିଛି। ଶ୍ରୀଲଙ୍କା ପାଇଁ ଦ୍ୱିତୀୟ ଇନିଂସରେ ନିଶାନ ୩ଟି, ପ୍ରଭାତ ଓ ଅଧିନାୟକ ଧନଞ୍ଜୟ ଡି’ସିଲଭା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

New Zealand Srilanka Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe