Advertisment

ପୁଣି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍‌ ହାରିଲା ଟିମ ଇଣ୍ଡିଆ

ଖ୍ରୀଷ୍ଟଚର୍ଚ୍ଚ: ବର୍ଷା ଆଶଙ୍କା ଭିତରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ର ଶେଷ ତଥା ତୃତୀୟ ମ୍ୟାଚ୍‌ ଖେଳିବାକୁ ଆଜି ଖ୍ରୀଷ୍ଟଚର୍ଚ୍ଚ ପଡ଼ିଆକୁ ଓହ୍ଲାଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ ଭଳି ଆଜି ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶିଖର ଧୱନଙ୍କ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ଦିନିକିଆକୁ ଇଂଲଣ୍ଡ ୭ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ […]

ଅଦ୍ୟତନ ହୋଇଛି
ପୁଣି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍‌ ହାରିଲା ଟିମ ଇଣ୍ଡିଆ

Team India

Advertisment

ଖ୍ରୀଷ୍ଟଚର୍ଚ୍ଚ: ବର୍ଷା ଆଶଙ୍କା ଭିତରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍‌ର ଶେଷ ତଥା ତୃତୀୟ ମ୍ୟାଚ୍‌ ଖେଳିବାକୁ ଆଜି ଖ୍ରୀଷ୍ଟଚର୍ଚ୍ଚ ପଡ଼ିଆକୁ ଓହ୍ଲାଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ୍‌ ଭଳି ଆଜି ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଶିଖର ଧୱନଙ୍କ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ।

Advertisment

ପ୍ରଥମ ଦିନିକିଆକୁ ଇଂଲଣ୍ଡ ୭ ୱିକେଟରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁ ଧୋଇ ହୋଇ ଯାଇଥିଲା। ତେଣୁ ସିରିଜ୍‌ରେ ଘରୋଇ ଟିମ ୧-୦ରେ ଆଗୁଆ ରହିଛି। ଆଜି ମଧ୍ୟ ବର୍ଷା ଯୋଗୁ ମ୍ୟାଚ୍‌ ୧୦ ମିନିଟ୍‌ ବିଳମ୍ବରେ ଆରମ୍ଭ ହୋଇଛି। ତେଣୁ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଭାରତ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

କାରଣ ଭାରତ ସିରିଜ୍‌ରେ ୧-୦ରେ ପଛୁଆ ରହିଛି। ସିରିଜ୍‌କୁ ବାରବର କରିବା ପାଇଁ ଟିମ ଇଣ୍ଡିଆକୁ ଆଜିର ମ୍ୟାଚ୍‌ ଯେମିତି ହେଲେ ଜିତିବାକୁ ପଡ଼ିବ। ବର୍ଷା ଯୋଗୁ ମ୍ୟାଚ୍‌ ଯଦି ବାତିଲ ହୋଇଯିବ, ତା’ହେଲେ ବି ନ୍ୟୁଜିଲ୍ୟାଣ୍ଡ ୧-୦ରେ ସିରିଜ୍‌ କବଜା କରିନେବ।

Advertisment

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଟିମ ଇଣ୍ଡିଆ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପ୍ରକାରର ପରିବର୍ତ୍ତନ କରିନି। ଏହାର ଅର୍ଥ ଦ୍ୱିତୀୟ ମ୍ୟାଚ୍‌ ଭଳି ଶେଷ ଲଢ଼େଇରେ ମଧ୍ୟ ସଞ୍ଜୁ ସାମସନ ନାହାନ୍ତି। ତାଙ୍କ ବଦଳରେ ଦୀପକ ହୁଡ୍ଡା ସୁଯୋଗ ପାଇଛନ୍ତି।

ସେହିପରି ଦଳରେ ଦୀପକ ଚହର, ଅର୍ଶଦୀପ ସିଂହ ଓ ଉମ୍ରାନ ମଲିକ ରହିଛନ୍ତି। ୱାଶିଂଟନ ସୁନ୍ଦର ଓ ୟୁଜି ଚହଲ ସ୍ପିନ ବାହିନୀକୁ ସମ୍ଭାଳିବେ। ବ୍ୟାଟିଂ ଲାଇନ ଅପରେ ଶିଖର ଧୱନ, ଶୁବମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦ ଓ ଋଷଭ ପନ୍ତ ରହିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆଡାମ ମିଲନେ କମବ୍ୟାକ କରିଛନ୍ତି। ବ୍ରାସେୱେଲଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe