ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ଆଜି ମଇଦାନକୁ ଓହ୍ଲାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଦଳ ଟସ୍ ହାରି ପ୍ରଥମେ ବୋଲିଂ କରୁଛି।
ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଶୋଫି ଡିଭାଇନ ଟସ୍ ଜିତି ଦୁବାଇରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୪ ଓଭରରେ ବିନା ୱିକେଟରେ ୩୫ ରନ କରିନେଇଛି।
Also Read
ଭାରତୀୟ ଟିମରେ ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଅଧିନାୟକ ହରମନପ୍ରୀତ କୌର ଓ ଜେମିମା ରୋଡ୍ରିଗସଙ୍କ ଭଳି ବ୍ୟାଟର ରହିଛନ୍ତି। ସେହିପରି ୱିକେଟ କିପର ଦାୟିତ୍ୱ ରିଚା ଘୋଷ ସମ୍ଭାଳୁଛନ୍ତି।
ଦୀପ୍ତି ଶର୍ମା ଅଲରାଉଣ୍ଡର ଭାବେ ଟିମରେ ଅଛନ୍ତି। ଏହାବାଦ ଅରୁନ୍ଧତି ରେଡ୍ଡୀ ଓ ପୂଜା ବସ୍ତ୍ରକର ମଧ୍ୟ ବ୍ୟାଟିଂ କରିବାକୁ ସକ୍ଷମ। ଏମାନଙ୍କ ବ୍ୟତୀତ ଶ୍ରେୟଙ୍କା ପାଟିଲ, ଆଶା ଶୋଭନା ଓ ରେଣୁକା ସିଂହ ଠାକୁର ଆଜିର ମ୍ୟାଚ ଖେଳୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ମୁମ୍ବାଇ ଛାଡ଼ିଲେ ପୃଥ୍ୱୀ ଶ, ଏଥର ଏହି ଟିମ ପାଇଁ ଖେଳିବେ
ସମୟକ୍ରମେ ତାଙ୍କ ପ୍ରଦର୍ଶନ ହ୍ରାସ ପାଇଥିଲା। କ୍ରିକେଟ ପ୍ରତି ତାଙ୍କର ନିଷ୍ଠା ଆଉ ରହି ନଥିଲା। ଏଥିପାଇଁ ସେ ଧୀରେଧୀରେ ସାଇଡଲାଇନ ହୋଇଯାଇଥିଲେ।

Cricket
ବର୍ମିଂହାମରେ ଉଡ଼ିଲା ବିଜୟ ତ୍ରିରଙ୍ଗା, ଭାରତର ରେକର୍ଡ ବର୍ଷା
ଏସିଆର ପ୍ରଥମ ଦେଶ ଭାବେ ଭାରତୀୟ ଟିମ ବର୍ମିଂହାମରେ ବିଜୟ ବାନା ଉଡ଼ାଇବାକୁ ସକ୍ଷମ ହୋଇଛି।

Cricket
ଏଜବାଷ୍ଟନ ପରାଜୟ ପରେ ସ୍କ୍ୱାଡରେ ବଡ଼ ପରିବର୍ତ୍ତନ କଲା ଇଂଲଣ୍ଡ
ଭାରତ ଦେଇଥିବା ୬୦୮ ରନ ଟାର୍ଗେଟକୁ ପିଛା କରିବା ବଦଳରେ ଇଂଲଣ୍ଡ ମ୍ୟାଚ୍କୁ ଡ୍ର କରିବାକୁ ପୂରା ଚେଷ୍ଟା କରି ଥିଲା।

Cricket
ଡନ ବ୍ରାଡମ୍ୟାନ ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇବେ ଶୁବମନ ଗିଲ!
ଗିଲ ୨ଟି ମ୍ୟାଚ୍ର ୪ ଇନିଂସରେ ୫୮୫ ରନ କରି ସାରିଲେଣି। ତେଣୁ ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରିବାର ଅତି ନିକଟରେ ଏବେ ସେ ପହଞ୍ଚି ଯାଇଛନ୍ତି।

Cricket
ଏଜବାଷ୍ଟନ ବିଜୟର ହିରୋ ଆକାଶ ଦୀପଙ୍କ ଭଉଣୀଙ୍କୁ କ୍ୟାନସର, ଜିତିବା ପରେ କହିଲେ ଏମିତି
ଆକାଶ ଦୀପଙ୍କ ପ୍ରଦର୍ଶନ ଯୋଗୁ ଭାରତ ୩୩୬ ରନରେ ବିଜୟୀ ହୋଇଛି। ଇଂଲଣ୍ଡର ବାଜବଲ ଯୁଗରେ ଏହା ସବୁଠାରୁ ବଡ଼ ପରାଜୟ।