Advertisment

ମହିଳା ଟି-୨୦ ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ବୋଲିଂ

ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଶୋଫି ଡିଭାଇନ ଟସ୍‌ ଜିତି ଦୁବାଇରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

NZ

NZ

Advertisment

ଗୁରୁବାର ଠାରୁ ଆରମ୍ଭ ହୋଇଥିବା ମହିଳା ଟି-୨୦ ବିଶ୍ୱକପରେ ଭାରତ ଆଜି ମଇଦାନକୁ ଓହ୍ଲାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଭାରତୀୟ ମହିଳା ଦଳ ଟସ୍‌ ହାରି ପ୍ରଥମେ ବୋଲିଂ କରୁଛି।

Advertisment

ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଶୋଫି ଡିଭାଇନ ଟସ୍‌ ଜିତି ଦୁବାଇରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୪ ଓଭରରେ ବିନା ୱିକେଟରେ ୩୫ ରନ କରିନେଇଛି। 

ଭାରତୀୟ ଟିମରେ ଶେଫାଳି ବର୍ମା, ସ୍ମୃତି ମନ୍ଧାନା, ଅଧିନାୟକ ହରମନପ୍ରୀତ କୌର ଓ ଜେମିମା ରୋଡ୍ରିଗସଙ୍କ ଭଳି ବ୍ୟାଟର ରହିଛନ୍ତି। ସେହିପରି ୱିକେଟ କିପର ଦାୟିତ୍ୱ ରିଚା ଘୋଷ ସମ୍ଭାଳୁଛନ୍ତି।

Advertisment

ଦୀପ୍ତି ଶର୍ମା ଅଲରାଉଣ୍ଡର ଭାବେ ଟିମରେ ଅଛନ୍ତି। ଏହାବାଦ ଅରୁନ୍ଧତି ରେଡ୍ଡୀ ଓ ପୂଜା ବସ୍ତ୍ରକର ମଧ୍ୟ ବ୍ୟାଟିଂ କରିବାକୁ ସକ୍ଷମ। ଏମାନଙ୍କ ବ୍ୟତୀତ ଶ୍ରେୟଙ୍କା ପାଟିଲ, ଆଶା ଶୋଭନା ଓ ରେଣୁକା ସିଂହ ଠାକୁର ଆଜିର ମ୍ୟାଚ ଖେଳୁଛନ୍ତି।

Women’s T20 World Cup 2024 Women Cricketers Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe