Advertisment

ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ

ସିଡ୍‌ନୀ: ପରାଜୟରୁ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ। ଆଜି ସିଡ୍‌ନୀରେ ଖେଳାଯାଇଥିବା ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ୮୯ ରନରେ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡର ଖେଳାଳିମାନେ ଆଜି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ କରିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଓପନର ଡେଭୋନ କନୱେଙ୍କ ଅପରାଜିତ ୯୨ ଓ ଯୁବ ବ୍ୟାଟର ଫିନ୍ନ ଆଲେନ ୧୬ ବଲରେ ବିସ୍ଫୋରକ […]

author-image
Hemant Lenka
ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ

NZ

ସିଡ୍‌ନୀ: ପରାଜୟରୁ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ। ଆଜି ସିଡ୍‌ନୀରେ ଖେଳାଯାଇଥିବା ସୁପର ୧୨ର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ୮୯ ରନରେ ପରାସ୍ତ ହୋଇଛି। ନ୍ୟୁଜିଲ୍ୟାଣ୍ଡର ଖେଳାଳିମାନେ ଆଜି ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ କରିଛନ୍ତି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଓପନର ଡେଭୋନ କନୱେଙ୍କ ଅପରାଜିତ ୯୨ ଓ ଯୁବ ବ୍ୟାଟର ଫିନ୍ନ ଆଲେନ ୧୬ ବଲରେ ବିସ୍ଫୋରକ ୪୨ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୦୦ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ବ୍ୟାଟିଂ ବପିର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୧ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୧୧ ରନ କରିବାକୁ ସକ୍ଷମ ହୋଇଛି।

୨୦୧ର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଓଭରରେ ଓପନର ଡାଭିଡ ୱାର୍ଣ୍ଣର(୫)ଙ୍କୁ ହରାଇଥିଲା। ଟିମ ସାଉଦି ତାଙ୍କୁ ଆଉଟ କରିଥିଲେ। ଅଧିନାୟକ ଆରୋନ ଫିଞ୍ଚ(୧୩)  ଓ ମିଚେଲ ମାର୍ଶ(୧୬) ମଧ୍ୟ ବେଶୀ କିଛି କରିପାରି ନଥିଲେ। ମାର୍କସ ଷ୍ଟୋଇନିସ(୭), ଟିମ ଡାଭିଡ(୧୧) ଓ ଇନଫର୍ମ ମାଥ୍ୟୁ ୱେଡ(୨) ମଧ୍ୟ ସଅଳ ପ୍ୟାଭିଲିୟନ ଫେରିଥିଲେ। ଏହି ୫ ୱିକେଟ ମଧ୍ୟରୁ ସ୍ପିନର ମିଚେଲ ସାଣ୍ଟର ୩ଟି, ସାଉଦି ଗୋଟିଏ ଓ ଲକି ଫର୍ଗୁସନ ଗୋଟିଏ ୱିକେଟ ନେଇଥିଲେ।

Advertisment

୬ଟି ୱିକେଟ ଯାଇଥିଲେ ମଧ୍ୟ ଗ୍ଲେନ ମ୍ୟାକ୍ସୱେଲ(୨୮) କିଛି ସମୟ ଲଢ଼େଇ କରିଥିଲେ। କିନ୍ତୁ ତାଙ୍କୁ ଈଶ ଶୋଢ଼ି କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆର ବିଜୟ ଦ୍ୱାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ। ମିଚେଲ ଷ୍ଟାର୍କ(୪) ଓ ଆଡାମ ଜାମ୍ପା(୦)ଙ୍କୁ ୧୭ତମ ଓଭରରେ ଆଉଟ କରି ଟେଣ୍ଟ ବୋଲ୍ଟ ଅଷ୍ଟ୍ରେଲିଆକୁ ୯ମ ଝଟକା ଦେଇଥିଲେ।

ଶେଷରେ ପାଟ କମିନ୍ସ(୨୧)ଙ୍କୁ କନୱେଙ୍କ ହାତରେ କ୍ୟାଚ୍‌ କରି ସାଉଦି ଅଷ୍ଟ୍ରେଲିଆ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲିଆ ୧୭.୧ ଓଭରରେ ସମସ୍ତ ୱିକେଟ ହରାଇ ୧୧୧ ରନ ହିଁ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌କୁ ୮୯ ରନରେ ଜିତି ବିଜୟରୁ ଜଳିତ ବର୍ଷ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। ଦମଦାର ୯୨ ରନର ଇନିଂସ ଖେଳିଥିବେ କନୱେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ହେଲେ ଇନିଂସ ସବଠାରୁ ଆକର୍ଷଣୀୟ ବ୍ୟାଟିଂ ଆଲେନ କରିଛନ୍ତି। ସେ ୧୬ ବଲରେ ୩ଟି ଛକା ଓ ୫ ଚୌକା ବଳରେ ୪୨ ରନର ଇନିଂସ ଖେଳିଥିଲେ। ସେହିପରି ଗ୍ଲେନ ଫିଲିପ୍ସଙ୍କ ଚମତ୍କାର କ୍ୟାଚ୍‌ ମଧ୍ୟ ସମସ୍ତଙ୍କୁ ଚିକିତ କରିଥିଲା। ମାର୍କସ ଷ୍ଟୋଇନିସଙ୍କ ଗୋଟିଏ କ୍ୟାଚକୁ ସେ ଶୂନ୍ୟରେ ଉଡ଼ି ଧରିଛନ୍ତି।