Advertisment

ସେମିଫାଇନାଲରେ ଟସ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ୍

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଆରମ୍ଭ ହୋଇଛି। ପ୍ରଥମ ସେମିଫାଇନାଲ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ଇଂଲଣ୍ଡ ସ୍କ୍ୱାଡରେ ଗୋଟିଏ ପରିବର୍ତ୍ତନ କରାଯାଇନାହିଁ। ଇନ୍ ଫର୍ମ ଓପ୍ନର ଜେସନ୍ ରୟ […]

ଅଦ୍ୟତନ ହୋଇଛି
ସେମିଫାଇନାଲରେ ଟସ୍ ଜିତିଲା ନ୍ୟୁଜିଲ୍ୟାଣ୍ଡ୍

toss

Advertisment

ଆବୁ ଧାବି: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଆରମ୍ଭ ହୋଇଛି। ପ୍ରଥମ ସେମିଫାଇନାଲ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରିବ।

Advertisment

ଉକ୍ତ ମ୍ୟାଚରେ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ଇଂଲଣ୍ଡ ସ୍କ୍ୱାଡରେ ଗୋଟିଏ ପରିବର୍ତ୍ତନ କରାଯାଇନାହିଁ। ଇନ୍ ଫର୍ମ ଓପ୍ନର ଜେସନ୍ ରୟ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସାମ୍ ବିଲିଙ୍ଗଙ୍କୁ ସାମିଲ କରାଯାଇଛି।

ଚଳିତ ଟି-୨୦ ବିଶ୍ୱକପରେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଗ୍ରୁପ୍ ଷ୍ଟେଜରେ ୪ଟି ଲେଖାଏ ମ୍ୟାଚରେ ବିଜୟୀ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ୮ ପଏଣ୍ଟ ସହ ଗ୍ରୁପ୍-୨ରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ମଧ୍ୟ ସମାନ ପଏଣ୍ଟ ସହ ଗ୍ରୁପ୍-୧ରେ ପ୍ରଥମ ସ୍ଥାନରେ ରହିଥିଲା।

Advertisment

ନ୍ୟୁଜିଲ୍ୟାଣ୍ଡ: ମାର୍ଟିନ୍ ଗପ୍ଟିଲ, ଡାରିଏଲ ମିଚେଲ୍, କେନ୍ ୱିଲିୟମସନ୍ (କ୍ୟାପଟେନ୍), ଡେଭନ୍ କନୱେ (ୱିକେଟ୍ କିପର), ଗ୍ଲେନ୍ ଫିଲିପ୍ସ, ଜେମ୍ସ ନିଶାମ, ମିଚେଲ୍ ସାଣ୍ଟନର୍, ଆଡାମ ମିଲନେ, ଟିମ୍ ସାଉଦୀ, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ।

ଇଂଲଣ୍ଡ: ଜୋସ୍ ବଟଲର (ୱିକେଟ୍ କିପର), ଜନ୍ନି ବେୟାରଷ୍ଟୋ, ଡାୱିଡ ମଲାନ, ଇଆନ୍ ମୋର୍ଗାନ୍ (କ୍ୟାପଟେନ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲୀ, ସାମ୍ ବିଲିଙ୍ଗସ, କ୍ରିସ୍ ଓକ୍ସ, କ୍ରିସ୍ ଜୋର୍ଡାନ, ଆଦିଲ୍ ରାଶିଦ୍, ମାର୍କ ଉଡ୍।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe