Advertisment

ଚେନ୍ନାଇରେ ଚିତ୍‌ ମାରିଲା ଆଫଗାନିସ୍ତାନ, କ୍ରମାଗତ ୪ର୍ଥ ବିଜୟ ସହ ଶୀର୍ଷରେ ନ୍ୟୁଜିଲ୍ୟାଣ୍ଡ

ଚେନ୍ନାରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ ହରାଇ ୨୮୮ ରନ କରିଥିଲା।

author-image
Hemant Lenka
NZ

NZ

ଚଳିତ ବିଶ୍ୱକପରେ କ୍ରମାଗତ ୪ର୍ଥ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ। ଆଜି ଚେନ୍ନାଇରେ ଦଳ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବିଶାଳ ୧୪୯ରେ ପରାସ୍ତ କରିଛି। ଏହି ବିଜୟ ସହ ଏବେ କ୍ୱିୱି ଟିମ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛି। ହ୍ୟାଟ୍ରିକ ବିଜୟ ସହ ଭାରତ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା ତୃତୀୟ ଓ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି।

Advertisment

ଚେନ୍ନାରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ ହରାଇ ୨୮୮ ରନ କରିଥିଲା। ଦଳ ପକ୍ଷରୁ ଗ୍ଲେନ ଫିଲିପ୍ସ ୭୧ ଓ ଅଧିନାୟକ ଟମ ଲାଥମ ୬୮ ରନର ଇନିଂସ ଖେଳିଥିଲେ।

ଏକଦା ନ୍ୟୁଜିଲ୍ୟାଣ୍ଡ ୧୧୦ ରନରେ ୪ ୱିକେଟ ହରାଇଥିଲେ ହେଁ ଫିଲିପ୍ସ ଓ ଲାଥମ ଦମଦାର ବ୍ୟାଟିଂ କରିଥିଲେ। ଶେଷ ଭାଗରେ ମାର୍କ ଚାମ୍ପମାନ ୧୨ ବଲରେ ଅପରାଜିତ ୨୫ ରନ କରିବାରୁ ନ୍ୟୁଜିଲ୍ୟାଣ୍ଡ ୨୮୮ ରନରେ ପହଞ୍ଚିଥିଲା। ଦମଦାର ୭୧ ରନର ଇନିଂସ ଖେଳିଥିବା ନ୍ୟୁଜିଲ୍ୟାଣ୍ତର ଫିଲିପ୍ସଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି।

Advertisment

୨୮୯ ରନର ଟାର୍ଗେଟକୁ ପିଛା କରୁଥିବା ଆଫଗାନିସ୍ତାନ ଆରମ୍ଭରୁ ହିଁ ଧିମା ଖେଳିଥିଲା। ଗୋଟିଏ ପଟେ ରନର ଚାପ ବଢ଼ୁଥିବା ବେଳେ ଅନ୍ୟପଟେ ଦଳ ନିୟମିତ ୱିକେଟ ମଧ୍ୟ ହରାଇ ଚାଲିଥିଲା।

ରବିବାର ଇଂଲଣ୍ଡ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିବା ଆଫଗାନ ଆଜି ପୂରା ବ୍ୟାକଫୁଟକୁ ଚାଲି ଯାଇଥିଲା। ଶେଷରେ ଦଳ ୩୪.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୯ ରନ କରିବାକୁ ସକ୍ଷମ ହୋଇଛି।

ଦଳ ପାଇଁ ରହମନତୁଲ୍ଲା ଗୁରବାଜ ୧୧, ଇବ୍ରାହିମ ଜଦ୍ରାନ ୧୪, ରମହତ ଶାହ ୩୬, ଅଜମତୁଲ୍ଲା ଓମରଜାଇ ୨୭ ଓ ଇକରାମ ଅଲୀଖିଲ ଅପରାଜିତ ୧୯ ରନ କରିଥିଲେ। 

ଏମାନଙ୍କ ବ୍ୟତୀତ ଆଫଗାନର ଆଉ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ୮, ମହମ୍ମନ ନବି ୭, ରାଶିଦ ଖାନ ୮, ମୁଜିବ ଉର ରହମନ ୪, ନବୀନ ଉଲ ହକ ୦ ଓ ଶେଷ ବ୍ୟାଟର ଫଜଲହକ ଫାରୁକି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଲକି ଫର୍ଗୁସନ ଓ ମିଚେଲ ସାଣ୍ଟନର ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟଙ୍କୁ ଦୁଇଟି ସଫଳତା ମିଳିଛି। ମ୍ୟାଟ ହେନରୀ ଓ ରଚିନ ରବୀନ୍ଦ୍ର ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup