Advertisment

ଫାଇନାଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା, ଷ୍ଟାର ଖେଳାଳି ଆଉଟ୍

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ କାରଣରୁ ଫାଇନାଲରୁ ବାଦ୍ ପଡ଼ିଛନ୍ତି। ଏହାସହ ସେ ଆଗାମୀ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜରୁ ମଧ୍ୟ ଆଉଟ୍ ହୋଇଛନ୍ତି। ତାଙ୍କ ବାଦ୍ ପଡ଼ିବା ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ କ୍ଷତି। ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ବ୍ୟାଟିଂ […]

ଫାଇନାଲ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା, ଷ୍ଟାର ଖେଳାଳି ଆଉଟ୍

devon-conway

Advertisment

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ। ରବିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଡେଭନ୍ କନୱେ ଆହତ କାରଣରୁ ଫାଇନାଲରୁ ବାଦ୍ ପଡ଼ିଛନ୍ତି। ଏହାସହ ସେ ଆଗାମୀ ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜରୁ ମଧ୍ୟ ଆଉଟ୍ ହୋଇଛନ୍ତି। ତାଙ୍କ ବାଦ୍ ପଡ଼ିବା ନ୍ୟୁଜିଲ୍ୟାଣ୍ଡ ପାଇଁ ବଡ଼ କ୍ଷତି।

Advertisment

ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ବ୍ୟାଟିଂ କରୁଥିବା ବେଳେ କନୱେଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା। ଏହି ମ୍ୟାଚରେ ସେ ୩୮ ବଲରେ ୪୬ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଆଉ ତାଙ୍କର ଅନୁପସ୍ଥିତି ନ୍ୟୁଜିଲ୍ୟାଣ୍ଡ ପାଇଁ କଠିନ ହେବ ବୋଲି ଟିମର କୋଚ୍ ଗ୍ୟାରୀ ଷ୍ଟେଡ୍ କହିଛନ୍ତି।

ଷ୍ଟେଡ୍ କହିଛନ୍ତି, ଆହତ କାରଣରୁ କନୱେ ଫାଇନାଲ୍ ମ୍ୟାଚ୍ ଖେଳିପାରିବେ ନାହିଁ। ଡେଭନ୍ ଫାଇନାଲ୍ ଖେଳିବାକୁ ନେଇ ବହୁତ ଉତ୍ସାହିତ ଥିଲେ। କିନ୍ତୁ ଏବେ ସେ ବହୁତ ନିରାଶ ହୋଇଛନ୍ତି। କନୱେଙ୍କ ନଖେଳିବା ଟିମ୍ ପାଇଁ ବଡ଼ ଝଟକା। ସେ ଭଲ ଫର୍ମରେ ଥିଲେ, କିନ୍ତୁ ଏଭଳି ସମୟରେ ତାଙ୍କର ଆହତ ହେବା ନିଶ୍ଚିତ ଭାବେ ନୈରାଶ୍ୟଜନକ ବୋଲି ଷ୍ଟେଡ୍ କହିଛନ୍ତି।

Advertisment

କନୱେଙ୍କ ସ୍ଥାନରେ ଟିମ୍ ସିଫର୍ଟ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍ ଖେଳିବେ। ଚଳିତ ଟୁର୍ଣ୍ଣାମେଣ୍ଟରେ ସିଫର୍ଟ ପାକିସ୍ତାନ ବିପକ୍ଷ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମ୍ୟାଚରେ ଖେଳିଥିଲେ। ଏଥିରେ ସେ ମାତ୍ର ୮ ରନ୍ କରିଥିଲେ। କନୱେ ଇଂଲଣ୍ଡ ବିପକ୍ଷ ସେମିରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିଲେ। କିନ୍ତୁ ସିଫର୍ଟ ପାକିସ୍ତାନ ବିପକ୍ଷରେ ସପ୍ତମ ସ୍ଥାନରେ ଆସିଥିଲେ। ଏଭଳି ସ୍ଥିତିରେ ଗ୍ଲେନ୍ ଫିଲିପ୍ସ ଉପରକୁ ଆସିବେ ଏବଂ ସିଫର୍ଟ ତାଙ୍କ ପରେ ବ୍ୟାଟିଂ କରିବାକୁ ଆସିପାରନ୍ତି।

ସୂଚନାଯୋଗ୍ୟ, ବୁଧବାର ଆବୁ ଧାବିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଛି। ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୬ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। କିୱି ଟିମ୍ ପକ୍ଷରୁ ଡାରିଏଲ୍ ମିଚେଲ୍ ସର୍ବାଧିକ ୭୨ ରନର ଅପରାଜିତ ଇନିଂସ୍ ଖେଳିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe