Advertisment

ମାର୍ଚ୍ଚ ୧ରେ ଭାରତ-ପାକିସ୍ତାନ ଲଢ଼େଇ, ସ୍ଥାନ-ଲାହୋର!

ପିସିବି କହିଛି ଯେ ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ଫାଇନାଲ ମ୍ୟାଚ୍‌ ପାଇଁ ୧୦ ତାରିଖକୁ ସଂରକ୍ଷଣ ଦିବସ ଭାବେ ରଖାଯାଇଛି।

ICC

ICC

Advertisment

ଆସନ୍ତାବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଭେନ୍ୟୁ ତାଲିକା ପ୍ରକାଶ କରିଛି। ଆଇସିସି ପକ୍ଷରୁ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାଇଁ ଅଧିକାର ମିଳିଥିବାରୁ ପିସିବି ତାରିଖ ଓ ମ୍ୟାଚ୍‌ର ଭେନ୍ୟୁଗୁଡ଼ିକୁ ଏବେ ଠାରୁ ସ୍ଥିର କରି ସାରିଛି। 

Advertisment

ପାକିସ୍ତାନର ପ୍ରସ୍ତାବ ଅନୁଯାୟୀ, ଆସନ୍ତା ବର୍ଷ ମାର୍ଚ୍ଚ ୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଅନୁଷ୍ଠିତ ହେବ। ଲାହୋରରେ ଦୁଇ ଦଳ ମୁହାଁମୁହିଁ ହେବେ ବୋଲି ପିସିବି ଧାର୍ଯ୍ୟ କରିଛି।

କିନ୍ତୁ ବିସିସିଆଇ ଏଯାଏ ଏପରି ମ୍ୟାଚ୍‌ ସିଡ୍ୟୁଲ ଉପରେ ମୋହର ମାରିନାହିଁ। ସୁରକ୍ଷା ଦୃଷ୍ଟିରୁ ଭାରତ ଏସିଆ କପ ଖେଳିବାକୁ ପାକିସ୍ତାନ ଯାଇ ନଥିଲା। ଏହାକୁ ନେଇ ପିସିବି ଖପ୍ପା ହୋଇଥିଲା। ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବିସିସିଆଇ ପାକିସ୍ତାନକୁ ଟିମ ପଠାଇବ କି ନାହିଁ, ତା’ର ସୂଚନା ମିଳିନି।

Advertisment

ବିସିସିଆଇ ଏସିଆ କପ ଭଳି ହାଇବ୍ରିଡ ମଡେଲ ଆପଣାଇବାକୁ କହିପାରେ। ଏପରି ହେଲେ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବଦଳରେ ଆଉ କେଉଁଠି ଖେଳିବ। ଏସବୁ ଚୂଡ଼ାନ୍ତ ହୋଇ ନଥିବା ବେଳେ ପିସିବି ପକ୍ଷରୁ ଲାହୋରରେ ଭାରତ-ପାକିସ୍ତାନ ମୁକାବିଲା ମାର୍ଚ୍ଚ ୧ରେ ହେବ ବୋଲି କହିଛି।

ପିସିବି କହିଛି ଯେ ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ଫାଇନାଲ ମ୍ୟାଚ୍‌ ପାଇଁ ୧୦ ତାରିଖକୁ ସଂରକ୍ଷଣ ଦିବସ ଭାବେ ରଖାଯାଇଛି।

ବାର୍ବାଡସରେ ଅନୁଷ୍ଠିତ ଟି-୨୦ ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ପିସିବି ଅଧ୍ୟକ୍ଷ ମୋହସିନ ନକବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ସେ ୧୫ ମ୍ୟାଚ୍‌ ବିଶିଷ୍ଟ ସିଡ୍ୟୁଲ ଦାଖଲ କରିଛନ୍ତି। ଭାରତର ସମସ୍ତ ମ୍ୟାଚ୍‌ ସୁରକ୍ଷା ଓ ଲଜିଷ୍ଟିକ କାରଣରୁ ଲାହୋରରେ ଆୟୋଜନ କରାଯିବ ବୋଲି ସେ ଦର୍ଶାଇଛନ୍ତି।

ଆଇସିସି ବୋର୍ଡରେ ଥିବା ଜଣେ ସଦସ୍ୟ କହିଛନ୍ତି, “ଆଇସିସି ଚାମ୍ପିୟନ୍ସ ଟ୍ରଫିର ୧୫ ମ୍ୟାଚ୍‌ ବିଶିଷ୍ଟ ଡ୍ରାଫ୍ଟ ପିସିବି ପକ୍ଷରୁ ଦାଖଲ କରାଯାଇଛି। ଏହା ମଧ୍ୟରୁ ୭ଟି ମ୍ୟାଚ୍‌ ଲାହୋର, ୩ଟି କରାଚି ଓ ୫ଟି ରାୱଲପିଣ୍ଡିରେ ଆୟୋଜନ କରିବାକୁ ଯୋଜନା ରହିଛି।

ଟୁର୍ଣ୍ଣାମେଣ୍ଟର ଓପନିଂ କରାଚିରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମି ଫାଇନାଲ ସେହି କରାଚି ଓ ଦ୍ୱିତୀୟ ସେମି ଫାଇନାଲ ରାୱଲପିଣ୍ଡିରେ ଅନୁଷ୍ଠିତ ହେବ। ଫାଇନାଲ ମ୍ୟାଚ୍‌ ଲାହୋରରେ ଖେଳାଯିବ।

ଭାରତ ଯଦି ସେମି ଫାଇନାଲକୁ ଯିବ, ତା’ହେଲେ ଏହା ଲାହୋରରେ ହିଁ ଖେଳାଯିବ। କାରଣ ଭାରତ ତା’ର ସମସ୍ତ ମ୍ୟାଚ୍‌ ଲାହୋରରେ ଖେଳିବ ବୋଲି ପିସିବି ପ୍ରସ୍ତାବ ରଖିଛି।”

ଭାରତ ଚାମ୍ପିୟନ୍ସ ଟ୍ରଫିର ଗ୍ରୁପ ଏ’ରେ ରହିଛି। ଏହି ଗ୍ରୁପରେ ଭାରତ ସହ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲ୍ୟାଣ୍ଡ ରହିଛନ୍ତି। ଗ୍ରୁପ ବି’ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି।

Pakistan Indian Cricket Team Cricket ICC INDvsPAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe