‘ଖେଳାଳି ଭାବେ ଟ୍ରଫି ଜିତିନଥିଲି, କୋଚ୍ ଭାବେ ଜିତିଗଲି’ | Odisha Reporter
ବାର୍ବାଡସରେ ଇତିହାସ ରଚିଲା ଭାରତ । ଭାରତ ବନିଛି ଟି-୨୦ ବିଶ୍ୱକପ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ହରାଇ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ମୁଖ୍ୟ କୋଚ୍ ଦାୟିତ୍ୱରେ ଥିବା ରାହୁଲ ଡ୍ରାଭିଡ୍ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଖେଳାଳି ଭାବେ ବିଶ୍ୱକପ୍ ଟ୍ରଫି ଜିତିପାରିନଥିଲି ହେଲେ ଦଳର କୋଚ୍ ଭାବେ ଆଜି ଟ୍ରପି ଜିତିପାରିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
