Advertisment

ଶାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରଣ ସତ୍ତ୍ୱେ, ଟିମ ଇଣ୍ଡିଆ ୧୯୧ ରନ୍‌ରେ ଅଲଆଉଟ

ଓଭାଲ: ଶାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରକ ୫୭ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୯୧ ରନ୍‌ କରି ଅଲଆଉଟ ହୋଇଛି। ଭାରତ ପକ୍ଷରୁ ଠାକୁର ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୫୦ ରନ୍‌ କରିଛନ୍ତି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ […]

ଅଦ୍ୟତନ ହୋଇଛି
ଶାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରଣ ସତ୍ତ୍ୱେ, ଟିମ ଇଣ୍ଡିଆ ୧୯୧ ରନ୍‌ରେ ଅଲଆଉଟ

India

Advertisment

ଓଭାଲ: ଶାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରକ ୫୭ ସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଛି ଟିମ୍‌ ଇଣ୍ଡିଆ। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଣ୍ଡିଆ ତା’ର ପ୍ରଥମ ଇନିଂସ୍‌ରେ ମାତ୍ର ୧୯୧ ରନ୍‌ କରି ଅଲଆଉଟ ହୋଇଛି। ଭାରତ ପକ୍ଷରୁ ଠାକୁର ସର୍ବାଧିକ ୫୭ ରନ୍‌ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୫୦ ରନ୍‌ କରିଛନ୍ତି

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ରୋହିତ ଶର୍ମା ଓ କେଏଲ ରାହୁଲ ୯ ଓଭର ଯାଏ ସମ୍ଭାଳିଥିଲେ। ଦଳୀୟ ସ୍କୋର ୨୮ ହୋଇଥିବା ବେଳେ ରୋହିତ ୧୧ ରନ୍‌ କରି ଆଉଟ ହୋଇଯାଇଥିଲେ। ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ କ୍ରିସ ୱକ୍ସ ତାଙ୍କ ୱିକେଟ ନେଇଥିଲେ।

କେଏଲ୍‌ ରାହୁଲ(୧୭) ଦଳୀୟ ସ୍କୋର ଆଗକୁ ନେବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଓଲି ରବିନସନ ତାଙ୍କୁ ଏଲବିଡବ୍ଲ୍ୟୁ କରି ୨୮ ରନ୍‌ରେ ଟିମ୍‌ ଇଣ୍ଡିଆକୁ ଦ୍ୱିତୀୟ ଝଟକା ଦେଇଥିଲେ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା କେବଳ ୪ ରନ୍‌ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ।

Advertisment

ଆଜିର ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା ପ୍ରମୋସନ ପାଇ ରାହଣେଙ୍କ ସ୍ଥାନରେ ୫ ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ଲଞ୍ଚ ପରେ ସେ ବି ନିରାଶ କରିଥିଲେ। ଜାଡେଜା ୧୦ ରନ୍‌ କରିଥିବା ବେଳେ ୱକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୬୯ ରନ୍‌ରେ ୪ ୱିକେଟ ହରାଇ ଭାରତ ସଙ୍କଟରେ ପଡ଼ିଥିଲା।

ଏହି ସମୟରେ ବିରାଟ ଓ ରାହଣେ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୦୦ ପାର୍‌ କରାଇଥିଲେ। ବିରାଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଭଲ ଲୟରେ ଥିବାରୁ ବଡ଼ ସ୍କୋର କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ବିରାଟ(୫୦) ପୁଣିଥରେ ରବିନସନଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାପରେ ରାହଣେ(୧୪) ସମସ୍ତଙ୍କୁ ନିରାଶ କରିଥିଲେ। କ୍ରେଗ ଓଭରଟନ୍‌ ତାଙ୍କ ୱିକେଟ ନେଇ ଭାରତକୁ ୬ଷ୍ଠ ଝଟକା ଦେଇଥିଲେ। ଚା’ ପାନ ବିରତି ସୁଦ୍ଧା ଭାରତ ୬ ୱିକେଟ ହରାଇ ୧୨୨ ରନ୍‌ କରିଥିଲା। ବିରତି ପରେ ପନ୍ତ (୧୦) ସଅଳ ଆଉଟ ହୋଇଯାଇଥିଲେ। କିନ୍ତୁ ଶାର୍ଦ୍ଦୁଲ ଠାକୁର ହାର ମାନି ନଥିଲେ। ସେ ଉମେଶ ଯାଦବଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉମେଶ ଗୋଟିଏ ପଟେ ଛିଡ଼ାର ହୋଇଥିବା ବେଳେ ଠାକୁର ଛକା ଓ ଚୌକା ବର୍ଷା କରିଥିଲେ।

ଏଥିସହ ନିଜ ଟେଷ୍ଟ କ୍ୟାରିୟର୍‌ର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ବଡ଼ ଶଟ୍‌ ଖେଳିବା ଲୋଭରେ ଶାର୍ଦ୍ଦୁଲ ୫୭ ରନ୍‌ କରି କ୍ରିସ ୱିକ୍ସ ଶିକାର ବନିଥିଲେ। ଆଉଟ ହେବା ପୂର୍ବରୁ ସେ ୩୬ ବଲ୍‌ରେ ୭ ଚୌକା ଓ ୩ ଛକା ବଳରେ ୫୭ ରନ୍‌ କରିଥିଲେ। ଏହାର ପରବର୍ତ୍ତୀ ବଲରେ ଯଶପ୍ରୀତ ବୁମ୍ରା(୦) ରନ ଆଉଟ ହୋଇଥିଲେ। ଶେଷରେ ଉମେଶ ଯାଦବ(୧୦)ଙ୍କ ୱିକେଟ ରବିନସନ ଆଉଟ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଠାକୁର ଆଉଟ ହେବା ପରେ ଭାରତ କେବଳ ୧ ରନ୍‌ କରି ଅଲଆଉଟ ହୋଇଛି।

ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବିନସନ ୩ଟି, ଆଣ୍ଡରସନ ଓ କ୍ରେଗ ଓଭରଟନ୍‌ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

India Vs England
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe